ରାସ୍ତାରେ ଗଡିପାରିବନି ଆପଣଙ୍କ ଗାଡି । ପରିବହନ ବିଭାଗର କଡା ନିର୍ଦ୍ଦେଶ । ଯଦି ଆପଣଙ୍କ ଗାଡିରେ ନାହିଁ ସରକାରଙ୍କ ନିର୍ଦ୍ଦେଶିତ ଏହି ନମ୍ବର ପ୍ଲେଟ୍

66

ଦେଶରେ ଦିନକୁ ଦିନ ବଢି ଚାଲିଛି ଗାଡି ଚୋରି ସମସ୍ୟା । ପ୍ରତିଦିନ କେଉଁଠି ନା କେଉଁଠି ଗାଡି ଚୋରି ହେବାର ଖବର ସାମ୍ନାକୁ ଆସିଛି । ଯାହାର ଟେର ମଧ୍ୟ ପାଇ ପାରିନଥାଏ ପୁଲିସ ବିଭାଗ । ତେବେ ଜନତାଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯେଉଁଥିରେ ଗାଡି ଚୋରି ହେବା ମାତ୍ରକେ ପୁଲିସ ପାଖରେ ପଂହଚିଯିବ କି ଚୋରି ହୋଇଥିବା ଗାଡିଟି ବର୍ତ୍ତମାନ କେଉଁଠାରେ ଅଛି ।

ସୂଚନା ଅନୁସାରେ, ଏଣିକି ଉଭୟ କାର ଏବଂ ବାଇକର ନମ୍ବର ପ୍ଲେଟରେ ହିଁ କିଛି ସିକ୍ୟୁରିଟି ବଢାଯିବା ନେଇ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉ ଏହି ନମ୍ବର ପ୍ଲେଟକୁ ଆପଣ କେଉଁଠାରେ ବି ତିଆରି କରି ଲଗାଇପାରିବେ । ଯଦି କୌଣସି ବ୍ୟକ୍ତିଙ୍କର ଗାଡି ଚୋରି ହୋଇଯାଏ ତେବେ ଏହି ନମ୍ବର ପ୍ଲେଟ ଜରିଆରେ ଅତି ସହଜରେ ଚୋରି ହୋଇ ଯାଇଥିବା ଗାଡିର ସନ୍ଧାନ ମିଳିପାରିବ ବୋଲି ସ୍ପଷ୍ଟ କରାଯାଇଛି ।

କେନ୍ଦ୍ରୀୟ ପରିବହନ ବିଭାଗର ପୂର୍ବାନିୟମାବଳୀକୁ ବର୍ତ୍ତମାନ ସଂଶୋଧନ କରାଯିବା ନେଇ ଆଲୋଚନା ଜାରି ରହିଛି । ଯାହାକୁ ରୋଡ ଟ୍ରନ୍ସପୋର୍ଟ ଆଣ୍ଡ ହାଇୱେ ମିନିଷ୍ଟ୍ରି ପକ୍ଷରୁ ଏହାକୁ ପ୍ରତ୍ୟେକ ଗାଡି ଚାଳକ ମାନିବାକୁ ବାଧ୍ୟ ବୋଲି ଘୋଷଣା କରିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି କି, ୨୦୧୯, ଜାନୁଆରୀ ପହିଲାରୁ ରାସ୍ତାରେ ଗଡୁଥିବା ପ୍ରତିଟି ଗାଡିର ନମ୍ବର ପ୍ଲେଟରେ ଅଟୋମୋବାଇଲ ମାଲ୍ୟୁଫାକ୍ଟର୍ସ ନମ୍ବର ପ୍ଲେଟ ବ୍ୟବହାର କରାଯିବ ଏବଂ ଏହି ନମ୍ବର ପ୍ଲେଟକୁ ଡିଲର୍ସମାନେ ହିଁ ଗାଡିରେ ଫିଟ କରିବେ ।

ସେଂଟର ମୋଟର ହ୍ୱିଲର ଆକ୍ଟର ଧାରା ୫୦ ଅନୁସାରେ, ହାଇ ସୁକ୍ୟୁରିଟି ରେଜିଷ୍ଟେସନ ଏହି ନମ୍ବରକୁ ୧୫ ବର୍ଷର ଗ୍ୟାରେଂଟି ସହିତ ପ୍ରସ୍ତୁତ କରାଯିବ । ଯଦି ଏହା ପୂର୍ବରୁ କୌଣସି ପ୍ରାକୃତିକ କାରଣରୁ ନମ୍ବର ପ୍ଲେଟ ଖରାପ ହୋଇଯାଏ କିମ୍ବା ନଷ୍ଟ ହୋଇଯାଏ ତେବେ ଏହାକୁ ଡିଲର ହିଁ ଠିକ୍ କରିବେ । ଗାଡିର ଉଭୟ ଆଗ ଏବଂ ପଛରେ ଏଭଳି ନମ୍ବର ପ୍ଲେଟ ବ୍ୟବହାର କରାଯିବ , ଯାହାକୁ ଅତି ସହଜରେ ବାହାର କରିବା ମୁସ୍କିଲ ହୋଇଯିବ । ଆଉ ଯଦି ବି ବାହାରି ଯାଏଁ ତେବେ ତାକୁ ଲଗାଇବା ବି କଷ୍ଟକର ହୋଇଯିବ । ଏଥିପାଇଁ ଏହାକୁ ସ୍ନାପ ଲକ ସିଷ୍ଟମ ସହିତ ମଧ୍ୟ ଯୋଡାଯିବ । ତେବେ ଗାଡି ଚୋରିରୁ ରକ୍ଷା ପାଇବା ପାଇଁ ଏଥିରେ ଅତି କମରେ ଦୁଅଟି ସ୍ନାପ ଲକ ଯୋଡା ଯିବ । ଏଥିରେ ‘ଇଣ୍ଡିଆ’ ଲେଖା ଥିବା ବାରକୋଡ ବିଶିଷ୍ଟ କ୍ରୋମିୟମ ହେଲୋଗ୍ରାମ ମଧ୍ୟ ବ୍ୟବହାର କରାଯିବ । ନିର୍ଦ୍ଦେଶ ଅନୁସାରେ, ହେଲୋଗ୍ରାମରେ ନୀଳ ରଙ୍ଗର ‘ଚକ୍ର’ ବ୍ୟବହାର କରାଯିବ ।

ସେହିପରି, ଏହି ନମ୍ବର ପ୍ଲେଟରେ ସର୍ବନିମ୍ନ ୧୦ ଅଙ୍କ ବିଶିଷ୍ଟ ସ୍ଥାୟୀ ଆଇଡେଂଟିଫିକେସନ ନମ୍ବର ଲେଜର ବ୍ରାଣ୍ଡେଡ ହେବ, ଯାହାକୁ ନମ୍ବର ପ୍ଲେଟର ଠିକ୍ ବାମ ପାଖର ତଳ ଭାଗକୁ ହିଁ ଲଗାଯିବ । ସ୍ଥାୟୀ ଆଇଡେଂଟିଫିକେସନ ନମ୍ବରରେ ଦୁଇଟି ଆଲ୍ଫାବେଟ ରହିବ, ଯାହାକି ଭେଣ୍ଡର କିମ୍ବା ମାନ୍ୟୁଫାକ୍ଚର୍ସ ବା ସପ୍ଲାୟରଙ୍କର ରହିବ ବୋଲି ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।