ଅଷ୍ଟମ ପାସଙ୍କ ପାଇଁ ଜବରଦସ୍ତ ଚାକିରୀ : ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମାସିକ ଦରମା ୧୬ ହଜାରରୁ ବି ଅଧିକ, ଜାଣନ୍ତୁ କିଭଳି କରିବେ ଆବେଦନ
କଲିକତା ହାଇକୋର୍ଟ ତରଫରୁ ଗ୍ରୁପ୍ ଡି (ପିଅନ, ଦରୱାନ, ନାଇଟ୍ ଗାର୍ଡ ଏବଂ ସୁଇପର ତଥା କ୍ଲିନର) ଆଦି ପଦରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ନିୟମାବଳୀ ଅନୁସାରେ ଆବେଦନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦବୀ ସଂପର୍କିତ ତଥ୍ୟ
ପଦବୀ ସଂଖ୍ୟ: ୨୨୧
ଶିକ୍ଷାଗତ ଯୋଗ୍ୟତା: ଆଶାୟୀପ୍ରାର୍ଥୀ କୌଣସି ବି ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ଅଷ୍ଟମ ପାସ୍ କରିଥିବା ଦରକାର ।
ବୟସ ସୀମା: ଆଶାୟୀପ୍ରାର୍ଥୀଙ୍କ ବୟସ ସର୍ବାଧିକ ୪୦ ବର୍ଷ ଏବଂ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ । ଏସହିତ ହିଁ ଉଭୟ ବଙ୍ଗଳା ଏବଂ ଇଂରାଜୀ ଭାଷା ପ୍ରତି ଜ୍ଞାନ ଥିବା ନିହାତି ଦରକାର ।
ଆବେଦନ ଶୁଳ୍କ: ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୪୦୦ଟଙ୍କା ଏବଂ ଏସସି/ଏସଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ରହିଛି ମାତ୍ର ୧୫୦ ଟଙ୍କା ।
ଦରମା: ୪,୯୦୦ରୁ ୧୬,୨୦୦ ଟଙ୍କା
ଆବେଦନ କରିବାର ଶେଷ ତାରିଖ: ୨୯ ଅକ୍ଟୋବର,୨୦୧୮
ଜବ୍ ଲୋକେସନ: ପଶ୍ଚିମବଙ୍ଗ
କିଭଳି କରିବେ ଆବେଦନ: ଆଶାୟୀପ୍ରାର୍ଥୀ ଆଧିକାରୀକ େଓବସାଇଟ୍ ମବକ୍ଷମଙ୍କଗ୍ଧଗ୍ଧବଷସଶଷମକ୍ଟଙ୍କକ୍ସଗ୍ଧ.ଶକ୍ଟଙ୍ଖ.ସଦ୍ଭକୁ ଯାଇ ଆବେଦନ କରିପାରିବେ ।
କିଭଳି ହେବ ଚୟନ: ଉଭୟ ଲିଖିତ ପରୀକ୍ଷା ଏବଂ ଇଂଟରଭିୟୁ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ ।