ହିରୋର ଏକ୍ସଚେଂଜ ଅଫର : ପୁରୁଣା ଓ ଦଦରା ଗାଡି ଦେଇ ଘରକୁ ନେଇଯାଆନ୍ତୁ ବ୍ରାଣ୍ଡ ନ୍ୟୁ ବାଇକ୍

2,293

ହିରୋ ଇଲୋକ୍ଟ୍ରୋନିକ୍ ଉଭୟ ପୁରୁଣା ଏବଂ ଦଦରା ବାଇକ ପାଇଁ ଆଣିଛି ଏକ୍ସଚେଂଜ ଅଫର । ତେବେ କଂପାନୀର ଏହି ଅଫର ଅନୁସାରେ , ପୁରୁଣା ଟୁ ହ୍ୱିଲର୍ସ ଗାଡି କିଣିବା ଉପରେ ବଜାର ମୂଲ୍ୟଠାରୁ ୬ ହଜାର ଟଙ୍କାରୁ ଅଧିକ ଏକ୍ସଚେଂଜ ଅଫର ଦେଇରଖୁଛୁ । ଅର୍ଥାତ୍ ଯଦି ଆପଣଙ୍କର ପୁରୁଣା ବାଇକର ମାର୍କେଟ୍ ରେଟ ୨୦ ହଜାର ରହିଛି ତେବେ ହିରୋ କଂପାନୀ ତରଫରୁ ଆପଣଙ୍କୁ ଉକ୍ତ ବାଇକ୍ ପାଇଁ ୨୬ ହଜାର ଟଙ୍କା ମିଳିବ । ଏଭଳି ଭାବରେ ପୁପୁଣା ବାଇକକୁ ଆପଣ ରିପ୍ଲେସ କରି ବ୍ରାଣ୍ଡ ନ୍ୟୁ ବାଇକ୍ ମଧ୍ୟ କିଣିପାରିବେ ।

କଂପାନୀ ସୂଚନା ମୁତାବକ, ଏହାଦ୍ୱାରା ଉଭୟ ପୁରୁଣା ଏବଂ ଦଦରା ଟୁ-ହ୍ୱିଲରଠାରୁ ଲୋକଙ୍କୁ ମୁକ୍ତି ମିଳିବ ଏବଂ ବ୍ରାଣ୍ଡ ନ୍ୟୁ ବାଇକ୍ସକୁ ଲୋକେ ଅତି ସହଜରେ କିଣିପାରିବେ । ଯାହାକି ନା କେବଳ ଆଶାଠାରୁ ବହୁତ ଶସ୍ତା ପଡିବ ବରଂ ଏହି ସବୁ ବାଇକ ଏବଂ ବ୍ୟାଟେରୀ ଉପରେ ୩ ବର୍ଷର ୱାରେଂଟି ମଧ୍ୟ ମିଳିବ । ଏହାଦ୍ୱାରା ପେଟ୍ରୋଲ ଉପରେ ସିଧାସଳଖ ୭୦ ହଜାର ଟଙ୍କାର ସଂଚୟ ମିଳିବ ଏବଂ ମେଂଟେନାନ୍ସ ବାବଦକୁ ଖର୍ଚ ମଧ୍ୟ ବଂଚିଯିବ । ଏଥିସହିତ ହିଁ ପୁରୁଣା ବାଇକ୍ ଜାଗାରେ ଆପଣ ନୂଆ ଇଲୋକ୍ଟ୍ରୋନିକ ବାଇକ ପାଇପାରିବେ । ବଡ କଥା ହେଲା ଏହା ଦ୍ୱାରା ପରିବେଶ ପ୍ରଦୁଷଣକୁ ବହୁ ମାତ୍ରାରେ ରୋକାଯାଇପାରିବ ।

ଇଲୋକ୍ଟ୍ରୋନିକ୍ ହ୍ୱିଲରକୁ କିଣିବା ପାଇଁ ସାଧାରଣ ଜନତାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ହିରୋ ଇଲୋକ୍ଟ୍ରୋନିକ ଦେଶର ୨୦ରୁ ଅଧିକ ସହରରେ ଗ୍ରାହକଙ୍କୁ ମନାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରଚାର ଅଭିଯାନ ଆରମ୍ଭ କରିଛି । ତେବେ ହିରୋର ଏହି ରାଷ୍ଟ୍ରବ୍ୟାପି ଅଭିଯାନ ଚଳିତ ମାସ ପ୍ରାରମ୍ଭରୁ ହିଁ ଆରମ୍ଭ ହୋଇସାରିଛି । ଯାହାର ଏକମାତ୍ର ଲକ୍ଷ୍ୟ ରହିଛି କି ଇଲୋକ୍ଟ୍ରୋନିକ୍ ଟୁ-ହ୍ୱିଲର୍ସର ଲାଭ ଏବଂ ବ୍ୟବହାରକୁ ଅଧିକ ପ୍ରାଥମିକତା ଦେବା ।