ବଜାରକୁ ଆସିଲା ସବୁଠୁ ଶସ୍ତା ମୋଟରସାଇକେଲ ! ପେଟ୍ରୋଲ କି ଡିଜେଲରେ ନୁହେଁ ବରଂ ବ୍ୟାଟେରିରେ ଚାଲିବ ୬୫ କିଲୋମିଟର, ଦାମ ମାତ୍ର ୧୯ ହଜାର ଟଙ୍କା

215

ଲୋକଙ୍କୁ ଘାଇଲା କରିଛି ପେଟ୍ରୋଲ-ଡିଜେଲ ଦର । ତୈଳଦର ବୃଦ୍ଧି ନେଇ ସାରା ଦେଶରେ ଲାଗି ରହିଛି ଜନଅସନ୍ତୋଷ । ପେଟ୍ରୋଲ-ଡିଜେଲର ଦର ଅହେତୂକ ଭାବରେ ବୃଦ୍ଧି ପାଇବା କାରଣରୁ ଏହାର ସିଧା ପ୍ରଭାବ ପଡିଛି ସାଧାରଣ ଲୋକଙ୍କ ପକେଟ ଉପରେ । ଏପରିକି ତୈଳ ଦର ବୃଦ୍ଧି ପାଇବା କାରଣରୁ ଲୋକେ ବାହାରକୁ ବି ବାହାରିବାକୁ ମଙ୍ଗୁ ନାହାଁନ୍ତି । ସେହିପରି ଯଦି ଆପଣ କୌଣସି ଦାମୀ ଗାଡି ବ୍ୟବହାର କରୁଛନ୍ତି , ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବ । ତେବେ ଏଭଳି ପରିସ୍ଥିତିରେ ଯଦି ଆପଣ ଚାହୁଁଛନ୍ତି କି, ଏଭଳି ବାଇକ କିମ୍ବା ମୋଟରସାଇକେଲ ଆପଣଙ୍କୁ ମିଳିଯାଆନ୍ତା, ଯାହାକି ବହୁତ କମ୍ ଇନ୍ଧନ ଖର୍ଚ୍ଚରେ ହିଁ ଅଧିକ ଦୂର ଅତିକ୍ରମ କରିପାରୁଥିବ । ତେବେ ଆପଣଙ୍କର ଏହି ଇଚ୍ଛା ବି ପୁରଣ ହୋଇପାରିବ । କାହିଁକି ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ହିରୋ କଂପାନୀ ଲଂଚ କରିଛି ‘ଫ୍ଲାସ୍’ ନାମକ ସ୍କୁଟର ।

ଯାହାକି ପେଟ୍ରୋଲ ଏବଂ ଡିଜେଲରେ ନୁହେଁ ବରଂ ଇଲୋକ୍ଟ୍ରୋନିକ୍ ବ୍ୟାଟେରୀ ଦ୍ୱାରା ଚାଳିବ । ଏହି ସ୍କୁଟି ଦେଖିବାକୁ ବହୁତ ଷ୍ଟାଇଲିଷ୍ଟ ଏବଂ ଏଥିସହିତ ହିଁ ଏହାର ଅଏଲ ହ୍ୱିଲ୍ସ, ଟେଲିସ୍କୋପିକ୍ ସସ୍ପେନ୍ସନ ଏବଂ ସିଟର ତଳେ ଦିଆଯାଇଥିବା ଲଗେଜ ବକ୍ସ ଲୋକଙ୍କୁ ବେଶ୍ ଆକର୍ଷିତ କରିଛି । ଏହି ସ୍କୁଟିରେ ୪୦ ଭୋଲ୍ଟେଜର ବ୍ୟାଟେରୀ ବ୍ୟବହୃତ । ଯାହାକି ୭ରୁ ୮ ଘଂଟା ଭିତରେ ସଂପୂର୍ଣ୍ଣ ଭାବରେ ଚାର୍ଜ ହୋଇଯାଇଥାଏ ।

ତେବେ ଏହି ଗାଡିର ଖାସ୍ କଥା ହେଲା କି, ଏହି ସ୍କୁଟି ଥରେ ମାତ୍ର ଚାର୍ଜ ହୋଇଗଲା ପରେ ଏହା ପାଖାପାଖି ୬୫ କିଲୋମିଟର ଦୂର ଅତିକ୍ରମ କରିବାର ସକ୍ଷତା ରଖିଥାଏ । ସେହିପରି ଏହି ଗାଡିର ଫିଚର୍ସ ଯେଭଳି ଉନ୍ନରମାନର ରହିଛି , ଠିକ୍ ସେହିଭଳି ଏହାର ଦାମ ମଧ୍ୟ ଲୋକଙ୍କୁ ସୁହାଇଲା ଭଳି ରହିଛି । ତେବେ ଏହି ସ୍କୁଟିର ସୋରୁମ ଦାମ ରହିଛି ମାତ୍ର ୧୯,୯୯୦ ଟଙ୍କା ଅର୍ଥାତ୍ ଅନରୋଡ ଏହି ଗାଡି ଆପଣଙ୍କୁ ମାତ୍ର ୨୫ ହଜାର ଟଙ୍କା ଭିତରେ ମିଳିଯିବ ।