ଜିଓ ଫୋନ-ଟୁ ପାଇବାକୁ ଚାହୁଁଛନ୍ତି କି? ତେବେ ଏଭଳି କରନ୍ତୁ ଆବେଦନ, ବଜାରକୁ ଆସିବା ପୂର୍ବରୁ ଘରେ ଆସି ଦେଇଯିବେ କଂପାନୀର କର୍ମଚାରୀ

96

ରିଲାଏନ୍ସ ଜିଓର ମନସୁନ ଅଫରର ଶୁଭାରମ୍ଭ କିଛି ଦିନ ହେଲା ହୋଇସାରିଛି ଏବଂ ଏଥିସହିତ ୫୦୧ ଟଙ୍କିଆ ଜିଓ ଫୋନ ପାଇଁ କଂପାନୀର କଣ କଣ ସର୍ତ୍ତ ରହିଛି ତାହା ମଧ୍ୟ ସାମ୍ନାକୁ ଆସିଛି । ଜିଓ ମନସୁନ ଅଫର ସହିତ କଂପାନୀ ୯୯ ଟଙ୍କିଆର ଏକ ପ୍ଲାନ ମଧ୍ୟ ଲଂଚ କରିଛି । ଯାହାକି ଜିଓ ଫୋନ ପାଇଁ ସ୍ୱତନ୍ତ୍ର ଭାବରେ ଲଂଚ କରାଯାଇଛି । ସେହିପରି ଯଦି ଆପଣ ଜିଓ ଫୋନର ଏହି ୫୦୧ ଟଙ୍କିଆ ଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣ ଘରେ ବସି ମଧ୍ୟ ଏହି ଫୋନ ବୁକିଂ କରିପାରିବେ ଏବଂ ନିଜର ପୁରୁଣା ଫୋନକୁ ବଦଳାଇପାରିବେ । ତେବେ ଆସନ୍ତୁ ଜାଣିବା ୫୦୧ ଟଙ୍କିଆ ଜିଓ ଫୋନର ଅନଲାଇନ ବୁକିଂ ସଂପର୍କରେ…

• ଅନଲାଇନ ବୁକିଂରେ ଏହା ମଧ୍ୟ କୁହାଯାଇଛି କି, ଆପଣଙ୍କର ଫୋନ କେଉଁ କଂପାନୀର ରହିଛି ଏବଂ ତାର ମଡେଲ କଣ । ସର୍ବ ପ୍ରଥମେ ଜିଓ.କମକୁ ଯାଆନ୍ତୁ । ଏବେ ଆପଣଙ୍କୁ ଜିଓ ମନସୁନ ହଙ୍ଗାମା ଅଫରର ବ୍ୟାନର ନଜର ଆସିବ ଏବଂ ଏଥିସହିତ ହିଁ ଦୁଇଟି ବଟନ ମଧ୍ୟ ନଜର ଆସିବ । ଯେଉଁଥିରେ ଗୋଟିଏରେ ‘ଗେଟ୍ ନାଓ’ ଏବଂ ଅନ୍ୟଟିରେ ‘ନୋ ମୋର’ ଲେଖା ଯାଇଥିବ ।

• ତେବେ ‘ନୋ ମୋର’ ଉପରେ କ୍ଲିକ କରି ତଳକୁ ଯିବା ପରେ ଆପଣଙ୍କୁ ଆପଣଙ୍କୁList of mobile phones eligibile for exchangeର ଆସିବ ।ଏହାର ଠିକ୍ ତଳକୁ ଆପଣଙ୍କ ଫୋନର ବ୍ରାଣ୍ଡ ପଚରା ଯିବ ଏବଂ ଏହାପରେ ଫୋନର ମଡେଲ । ଯେଉଁଠି ଆପଣ ଆପଣଙ୍କର ପୁରୁଣା ଫିଚର ଫୋନ ସଂପର୍କରେ କହିବାକୁ ପଡିବ ।

• ପୁରୁଣା ଫୋନର କଂପାନୀ ଏବଂ ମଡେଲ ନମ୍ବର କହିବା ପରେ ଆପଣ ଜାଣିପାରିବେ କି ଆପଣଙ୍କ ପୁରୁଣା ଫୋନ ଏକ୍ସଚେଂଜ ହୋଇପାରିବ କି ନାହିଁ । ଯଦି ଆପଣଙ୍କର ଫୋନ ଏକ୍ସଚେଂଜ ହେବାର ସାମର୍ଥ ଥିବ ତେବେ ମଡେଲ ଏବଂ ବ୍ରାଣ୍ଡ ନାଁ ଦେବା ପରେ Congratulationsଲେଖାଯିବ । ତେବେ ୧ ଜାନୁଆରୀ ୨୦୧୫ରୁ ପୂର୍ବରୁ କିଣାଯାଇଥିବା ଫିଚର ଫୋନ ଏଠାରେ ଆପଣ ବଦଳାଇପାରିବେ ନାହିଁ ।

• ସେହିପରି ଗେଟ ନାଓ ଅପସନ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କଠାରୁ ଆପଣଙ୍କର ମୋବାଇଲ ନମ୍ବର ମଗାଯିବ । ନମ୍ବର ଦେବା ପରେ ଆପଣଙ୍କର ଫୋନରେ ଏକ ଓଟିପି କୋଡ ଚାଲିଆସିବ । ଯାହାକୁ ଆପଣଙ୍କୁ ଏଠାରେ ଦେବାକୁ ପଡିବ । ଏହାପରେ ଏଠାରେ ଏକ ପେଜ ଓପନ ହୋଇଯିବ , ଯେଉଁଥିରେ ନାଁ, ଇ-ମେଲ ଆଇଡି, ପିନ କୋଡ ଏବଂ ଡେଲିଭରୀ ଆଡ୍ରେସ ଦେବାକୁ ପଡିବ ।

• ପିନ କୋଡ ଦେବା ପରେ ଆପଣଙ୍କୁ ପଚରା ଯିବ କି ଆପଣ ଫୋନକୁ ନିଜ ଘରକୁ ମଗାଇବାକୁ ଚାହୁଁଛନ୍ତି ନା କୌଣସି ଦୋକାନକୁ ଯାଇ ଆଣିବାକୁ ଚାହୁଁଛନ୍ତି । ତେବେ ଘରକୁ ଫୋନ ମଗାଇଲେ ୯୯ ଟଙ୍କା ଡେଲିଭରି ଚାର୍ଜେସ ଲାଗିବ । ଘରକୁ ଡେଲିଭରିର ବିକଳ୍ପକୁ ଚୟନ କରିବାଦ୍ୱାରା ଏଠାରେ ଆପଣଙ୍କୁ ସମୟ ମଧ୍ୟ କହିବାକୁ ହେବ ।

• ସେହିପରି ଯଦି ଆପଣ ଫୋନକୁ କୌଣସି ଦୋକାନରୁ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୋକାନର ଠିକଣା ମିଳିଯିବ ଏବଂ ଆପଣଙ୍କୁ ନିର୍ଧାରିତ ସମୟ ମଧ୍ୟ ଏଠାରେ ଲେଖିବାକୁ ପଡିବ । ଏଠାରେ ଆମେ କହି ରଖୁଛୁ କି,ତାରିଖ ଚୟନ କରିହେଉଛି କିନ୍ତୁ ସମୟ ଚନୟରେ ଏବେ କିଛି ସମସ୍ୟା ହେଉଛି ।