ଏଣିକି ଘରୋଇ ମେଡିକାଲରେ ବି ଡାକ୍ତରଙ୍କୁ ଦେବାକୁ ପଡିବନି ଫିସ୍ । ଯେଉଁଠି ଚାହିଁବେ ଆପଣ କରିପାରିବେ ଚିକିତ୍ସା

82

ଅଧିକ ଖର୍ଚ୍ଚାନ୍ତ ହେବା ଭୟରେ ଯଦି ଆପଣ କୌଣସି ଘରୋଇ ମେଡିକାଲକୁ ଯିବାକୁ ଭୟ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଆଉ ଭୟ କରିବାକୁ ପଡିବନି । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ନୂଆ ଯୋଜନା ତଥା ପ୍ଲାନ ବିଷୟରେ ଜଣାଇବାକୁ ଯାଉଛୁ , ଯେଉଁଥିରେ ଆପଣଙ୍କର ଓପିଡି ବାବଦକୁ ଖର୍ଚ୍ଚ ମଧ୍ୟ କଭର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ଏବଂ ଏହାର ବିଶେଷତ୍ୱ ସଂପର୍କରେ. . .

ଆପଣଙ୍କୁ ନିଶ୍ଚୟ ରୂପେ ଜଣାଥିବ କି, ରେଗ୍ୟୁଲାର ହେଲ୍ଥ ଇସ୍ୟୁରାନ୍ସ ସେତେବେଳେ ମିଳିଥାଏ ଯେତେବେଳେ ହସ୍ପିଟାଲାଇଜେସନର ଆବଶ୍ୟକତା ପଡିଥାଏ । ଓପିଡି ମାଧ୍ୟମରେ ଚିକିତ୍ସା କିମ୍ବା କନସଲ୍ଟେସନ ବାବଦକୁ ଖର୍ଚ୍ଚ ନିଜେ ହିଁ ବହନ କରିବାକୁ ପଡିଥାଏ । ଓପିଡି ପ୍ଲାନ ପ୍ରିମିୟମରେ ଆପକଙ୍କୁ ଏହି ଖର୍ଚ୍ଚରୁ ମଧ୍ୟ ଆଶ୍ୱସ୍ତି ମିଳିବ । କାରଣ ଏହି ଓପିଡି ବାବଦକୁ ହେଉଥିବା ଖର୍ଚ୍ଚରୁ ଆଶ୍ୱସ୍ତିକୁ ନେଇ ସମସ୍ତ ଇନସ୍ୟୁରାନ୍ସ କଂପାନୀ ପ୍ରାୟତଃ ଭିନ୍ନ ଭିନ୍ନ ଭଳିି ଲାଭ ବାଲା ପଲିସି ନେଇଆସିଛି ।

କେଉଁ କେଉଁ ଖର୍ଚ୍ଚ ପାଇଁ କରିପାରିବେ ବ୍ୟବହାର

ଏଠାରେ ଆମେ ନୂଆ ହେଲ୍ଥ ୱାଲେଟ୍ ରିଜର୍ଭର ବେନିଫିଟ୍ ସଂପର୍କରେ ଆଲୋଚନା କରିଛୁ । ଏହାଦ୍ୱାରା ଚିକିତ୍ସା ବାବଦକୁ ହେଉଥିବା ଖର୍ଚ୍ଚ ତଥା ଓପିଡି ଖର୍ଚ୍ଚ ପାଇଁ କରାଯାଉଥିବା ପେମେଂଟ ମଧ୍ୟ ଇନସ୍ୟୁରାନ୍ସ କଂପାନୀ କରିବ । ଏହାର ବ୍ୟବହାର ଫାର୍ମାସି ବିଲ, ଡିଟେଲ ଟ୍ରିଟମେଂଟ, ଡାୟଗ୍ନୋଷ୍ଟିକ ଟେଷ୍ଟ, କନସଲ୍ଟେସନ ଭଳି ଖର୍ଚ୍ଚ ବାବଦକୁ କରିପାରିବେ । ବିନା ବ୍ୟବହାର ବାଲା ସୁବିଧା ଆଗାମୀ ବର୍ଷରେ ଚାଲି ଯାଇଥାଏ ଏବଂ ୬ ପ୍ରତିଶତର କ୍ୟୁମୁଲେଟିଭ ବୋନସ ମଧ୍ୟ ମିଳିଥାଏ ।
ସେହିପରି ମାକ୍ସ ବୁପାର ଗୋଆକ୍ଟିଭ୍ ପଲିସି ବର୍ଷକ ମଧ୍ୟରେ ପ୍ରତିବ୍ୟକ୍ତିଙ୍କ ପିଛା ୨୫୦୦ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ମେଡିକାଲ ଚେକଅପ, ଡାୟଗ୍ନୋଷ୍ଟିକ୍ସ ଏବଂ ୧୦ କ୍ୟାସଲେସ ଓପିଡି କଂସଲ୍ଟେସନ(୫୦୦ରୁ ୬୦୦ଟଙ୍କା ପ୍ରତି କଂସଲ୍ଟେସନର ଲିମିଟ) ର ପେମେଂଟ କରିଥାଏ । ୟୁନିଭର୍ସାଲ ସୋମ୍ପୋର ଓପିଡି ବେନିଫିଟରେ ଚଷମା, କଂଟାକ୍ଟ ଲେନ୍ସ ଏବଂ ହିୟରିଂ ଆଡ ବାବଦକୁ ଖର୍ଚ୍ଚକୁ କଭର କରିପାରିବେ ।

ଆଇସିଆଇସିଆଇ ଲୋମ୍ବାର୍ଡ

ପଲିସିହୋଲଡର ଏହାଦ୍ୱାରା ଓରିଜିନାଲ ପେକ୍ରିପସନ ଏବଂ ବିଲ ଜମା କରି ପେମେଂଟ ନେଇପାରିବେ । ଆଇସିଆଇସିଆଇ ଲୋମ୍ବାର୍ଡ ଏବଂ ଷ୍ଟାର ହେଲ୍ଥ ଅନୁସାରେ ପ୍ରଥମେ ପ୍ରଡକ୍ଟ ପୂର୍ବରୁ ହିଁ ଉପଲବ୍ଧ । ଯେଉଁଥିରେ ଓପିଡି ବାବଦକୁ ଖର୍ଚ୍ଚ ପ୍ରିମିୟମ ସ୍ଲାବ ଏବଂ Sum-Assured ଉପରେ ନିର୍ଭର କରିଥାଏ ।