ହେଡଫୋନ ହେଲା କାଳ ! ହେଡଫୋନ ବ୍ୟବହାର କରି କାନ ହରାଇଲେ ଯୁବକ

61

ଫୋନ ହେଉ କିମ୍ବା ହେଡଫୋନ ହେଉ ଏହାର ଅତ୍ୟଧିକ ବ୍ୟବହାର ସିଧାସଳଖ ପ୍ରଭାବ ପଡିଥାଏ କାନ ଉପରେ । ଏକଥା ତ ସାଧାରଣ କଥା ଅଟେ ମାତ୍ର ଆପଣ ଜାଣିଛନ୍ତି କି ଏହା କାନର ଆକାରକୁ ମଧ୍ୟ ବିଗାଡି ଦେଇପାରେ । ଏକଥା ଆମେ ମନରୁ କହୁନାହୁଁ ଏଭଳି ଘଟଣା ବାସ୍ତବରେ ଘଟିଛି କାଲିଫର୍ଣ୍ଣିଆରେ ।

ସୂଚନା ମୁତାବକ, କାଲିଫର୍ଣ୍ଣିଆରେ ବାସ କରୁଥିବା ଜଣେ ବ୍ୟକ୍ତି ଏହାର ଶିକାର ହୋଇଛନ୍ତି । ହେଡଫୋନର ଅଧିକମାତ୍ରାରେ ବ୍ୟବହାର କାରଣରୁ ଉକ୍ତ ବ୍ୟକ୍ତିଙ୍କ କାନର ଆକୃତି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ତେବେ ବ୍ୟକ୍ତି ଜଣଙ୍କ ଅଧିକାଂଶ ସମୟ ହେଡଫୋନର ବ୍ୟବହାର କରୁଥିଲେ । ଯାହା କାରଣରୁ ତାଙ୍କ କାନରେ ପ୍ରାୟ ସମୟରେ ଯନ୍ତ୍ରଣା ହେଉଥିଲା । ଆଉ ଏହା ଦିନକୁ ଦିନ ମଧ୍ୟ ବଢିବାରେ ଲାଗି ଥିଲା ।

ମାତ୍ର ସେ ଏହାକୁ ଅଣଦେଖା କରିଦେଇଥିଲେ । ଦିନେ ହଠାତ୍ ତାଙ୍କ କାନରେ ପ୍ରବଳମାତ୍ରାରେ ଯନ୍ତ୍ରଣା ହେଲା ଏବଂ ସେ ଦେଖିବାକୁ ପାଇଥିଲେ କି ତାଙ୍କ କାନର ଆକାର ପୁରା ବଦଳି ଯାଇଥିଲା । ହେଡଫୋନର ଅଧିକମାତ୍ରାରେ ବ୍ୟବହାର କରିବାଦ୍ୱାରା ହିଁ ଏଭଳି ହୋଇଛି ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଥିଲେ । ଖାଲି ସେତିକି ନୁହେଁ ଏହାପରେ ବ୍ୟକ୍ତି ଜଣଙ୍କ ନିଜର ଶ୍ରବଣ ଶକ୍ତି ମଧ୍ୟ ହରାଇ ବସିଥିଲେ ।