ଗୋଟିଏ ମିସ୍ କଲ୍ କରନ୍ତୁ ! ମୋବାଇଲରେ ହୋଇଯିବ ୨୫୦ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ

102

ଘରେ ବସି ବିଭିନ୍ନ ଆପ୍ ଜରିଆରେ ମୋବାଇଲ୍ ରିଚାର୍ଜ କରିବା ଏକ ସାଧାରଣ କଥା ହୋଇଗଲାଣି । ଯଦିଓ ଏହାଦ୍ୱାରା ଅନେକ ଫାଇଦା ମିଳିଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ତରିକା ଜଣାଇବୁ ଯାହାଦ୍ୱାରା ଆପଣ କେବଳ ଏକ ମିସଡ୍ କଲ୍ ସହାୟତାରେ ନିଜର ଫୋନ୍ ରିଚାର୍ଜ କରିପାରିବେ ଆଉ ସେ ପୁଣି ୨୫୦ ଟଙ୍କା ପର୍ଯ୍ୟନ୍ତ ।

ତେବେ ଏହି ସୁବିଧା କେବଳ ସେହି ୟୁଜର୍ସଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏଚଡିଏଫସି ବ୍ୟାଙ୍କର ଉପଭୋକ୍ତା ଅଟନ୍ତି । ଏଠାରେ ଆମେ କହୁରଖୁଛୁ କି, ଏଚଡିଏଫସି ବ୍ୟାଙ୍କ ଏକ ଏଭଳି ସର୍ଭିସ୍ ଆରମ୍ଭ କରିଛି ଯାହା ତାର ଗ୍ରାହକମାନଙ୍କୁ ନିଜର ଫୋନ କେବଳ ଏକ ମିସ କଲ୍ ଜରିଆରେ ରିଚାର୍ଜ କରିବାର ସୁବିଧା ଯୋଗାଇ ଦେବ । ଯାହାର ଘୋଷଣା ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂର ମୁଖ୍ୟ ନିତିନ୍ ଚୁଘ କରିଛନ୍ତି ।

କିଭଳି କରିବେ 

• ଏଥିପାଇଁ ଗ୍ରାହକଙ୍କୁ ସର୍ବ ପ୍ରଥମେ ନିଜର ନମ୍ବରକୁ ମେସେଜ୍ ଜରିଆରେ ଆକ୍ଟିଭେଟ୍ କରିବାକୁ ପଡିବ । ଏଥିସହିତ ଏହାମଧ୍ୟ ଜଣାଇବାକୁ ପଡିବ କି ଆପଣଙ୍କୁ କେତେ ଟଙ୍କାର ରିଚାର୍ଜ କରିବାକୁ ପଡିବ ।

• ଏଥିପାଇଁ ଆପଣଙ୍କୁ ୭୩୦୮୦୮୦୮୦୮ ନମ୍ବରରେ କ୍ୟାପିଟାଲ୍ ଲେଟରରେ ଆକ୍ଟ ବ୍ରାକେଟ୍ ଓପନ୍  ଅପରେଟର୍ ନେମ୍ ବ୍ରାକେଟ୍ କ୍ଲୋଜ୍, ବ୍ରାକେଟ୍ ଓପନ୍ ଲାଷ୍ଟ ୫ ଡିଜିଟସ ଅଫ୍ ଆକାଉଂଟ ନମ୍ବର ବ୍ରାକେଟ୍ କ୍ଲୋଜ ଟାଇପ୍ କରି ମେସେଜ୍ ପଠାଇବାକୁ ପଡିବ ।

• ଏହାପରେ ଆପଣଙ୍କ ସର୍ଭିସ ଆକ୍ଟିଭେଟ୍ କରିଦିଆଯିବ । ତେବେ ଏଥିସହିତ ଆପଣ ସେଠାରେ ଅନ୍ୟ ଦୁଇଟି ନମ୍ବର ମଧ୍ୟ ଯୋଡି ଦେଇପାରିବେ ।

• ତେବେ ଅନ୍ୟ ନମ୍ବରଗୁଡିକୁ ଆକ୍ଟିଭେଟ୍ କରିବା ପାଇଁ ଆପଣଙ୍କୁ କ୍ୟାପିଟାଲ୍ ଲେଟରରେ ଆକ୍ଟ ବ୍ରାକେଟ୍ ଓପନ୍ ଅପରେଟର୍ ନେମ୍ ବ୍ରାକେଟ୍ କ୍ଲୋଜ୍, ବ୍ରାକେଟ୍ ଓପନ୍ ଲାଷ୍ଟ ୫ ଡିଜିଟସ ଅଫ୍ ଆକାଉଂଟ ନମ୍ବର ବ୍ରାକେଟ୍ କ୍ଲୋଜ୍ ଟାଇପ୍ କରି ମେସେଜ୍ ୭୩୦୮୦୮୦୮୦୮ ନମ୍ବରରେ ପଠାଇବାକୁ ପଡିବ ।

• ଏହାପରେ ଯେବେବି ଆପଣଙ୍କୁ ନିଜ ନମ୍ବରରେ ରିଚାର୍ଜ କରିବାକୁ ପଡିବ ତେବେ ଆପଣ ଉକ୍ତ ନମ୍ବରରୁ ୭୩୦୮୦୮୦୮୦୮ ନମ୍ବରକୁ ଗୋଟିଏ ମିସ୍ କଲ୍ କରିଦେବେ ।

• ଏହାର ଡିଫଲ୍ଟ ୫୦ ଟଙ୍କାର ରିଚାର୍ଜ ଅଟେ । କିନ୍ତୁ ୟୁଜର୍ସ ଚାହିଁଲେ ୧୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ନିର୍ଦ୍ଧାରଣ କରିପାରିବେ ।

• ତେବେ ଏଥିପାଇଁ ୟୁଜର୍ସଙ୍କୁ କୌଣସି ଇଂଟରନେଟ୍, ଆପ୍ କି ଅନ୍ୟ କୌଣସି ଜିନିଷର ଆବଶ୍ୟକତା ପଡିବ ନାହିଁ ।

• ନମ୍ବର ଆକ୍ଟିଭେଟ୍ ହେବାପରେ ଯେବେବି ଗ୍ରାହକ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ ମିସ୍ କଲ୍ କରିବେ ତେବେ ସେହି ନମ୍ବରରେ ରିଚାର୍ଜ କରିଦିଆଯିବ ଏବଂ ତାଙ୍କ ବ୍ୟାଙ୍କ ଆକାଉଂଟରୁ ଉକ୍ତ ଟଙ୍କା କାଟି ଦିଆଯିବ ।