ଏଣିକି ରାସ୍ତାରେ ନୁହେଁ ବରଂ ଆକାଶରେ ଉଡିବ କାର ! ଜାଣନ୍ତୁ ଏହାର ଦାମ

28

ଆକାଶରେ ଉଡୁଛି କାର୍ । ଭବିଷ୍ୟତରେ ଏହା ଆପଣଙ୍କୁ ଉଭୟ ଉଡ଼ିବା ଓ ଗାଡ଼ି ଚଳାଇବାର ଅନୁଭୂତି ଏକ ସଙ୍ଗେ ଦେଇପାରିବ । କାରଣ ପ୍ରଥମ ପରୀକ୍ଷଣରେ ସଫଳତା ପାଇଛି ପାଲ୍ ଭି ଲିବର୍ଟି ଫ୍ଲାଇଂ କାର୍ । ଜେନେଭା ଅନ୍ତର୍ଜାତୀୟ ମୋଟର ସୋରେ ଏହି ଫ୍ଲାଇଙ୍ଗ୍ କାର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦେଖନ୍ତୁ ଏହି ଫ୍ଲାଇଂ କାରର ସ୍ୱତନ୍ତ୍ରତା । ଫୋଲଡେବଲ୍ ଟେକ୍ନନଲଜି ବ୍ୟବହାର କରାଯାଇଛି କାର୍ରେ । କାର୍ଟି ରାସ୍ତାରେ ଦ୍ରୁତ ବେଗରେ ଗତି କରିପାରେ । ଯେତେବେଳେ ଉଡ଼ିବା ଜରୁରୀ ହୋଇପଡ଼େ ସେତେବେଳେ ଏହାର ଡେଣାଗୁଡ଼ିକୁ ଖୋଲାଯାଏ । କାରର ପଛ ପାଶ୍ୱର୍ରେ ଥିବା ଫ୍ୟାନ୍ ବୁଲିବା ଆରମ୍ଭ କରେ । କିଛି ବାଟ ଯିବାପରେ ଏହା ଏକ ହେଲିକପ୍ଟର ପରି ଆକାଶରେ ଉଡ଼ିଥାଏ । ଅନେକ ସମୟ ପର୍ଯ୍ୟନ୍ତ ଉଡ଼ିବାର କ୍ଷମତା ରହିଛି ଏହାର ।

ଅବତରଣ ବେଳେ ସାଧାରଣ ହେଲିକପ୍ଟର ପରି ଏହା ରନୱେରେ ଅବତରଣ କରିଥାଏ । ଉଡ଼ାଣ ଶେଷ ହେବାପରେ ଏହା ପୁଣି ଏକ କାର୍ ପାଲଟିଯାଏ । ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଆଗକୁ ଏହା ଖୁବଶିଘ୍ର ବଜାରରେ ଉପଲବ୍ଧ ହେବାର ନିର୍ମାତା କହିଛନ୍ତି । ତେବେ ଏହି କାରର ମୂଲ୍ୟ ୪ କୋଟି ଟଙ୍କା ଥିବା ବେଳେ ଏହାର ବଜାରପ୍ରବେଶ ଖୁବଶୀଘ୍ର ହେବା କାର ନିର୍ମାଣକାରୀ କମ୍ପାନୀ ପ୍ରକାଶ କରିଛି ।