ସ୍ୱପ୍ନ ଆଗରେ ହାର୍ ମାନିଲା ଟଙ୍କା ! ୨୨ ଲକ୍ଷ ଟଙ୍କାର ଚାକିରି ଛାଡି ହିମାଂଶୁ ହେବେ ଆଇଏଏସ୍

39

ହରିୟାଣାର ଜିନ୍ଦରେ ବାସକରୁଥିବା ହିମାଂଶୁ ଜୈନ ୟୁପିଏସସି ପରୀକ୍ଷାରେ ୪୪ ସ୍ଥାନ ହାସଲ କରିଛନ୍ତି । ଯାହାଦ୍ୱାରା ସେ ବର୍ତ୍ତମାନ ନିଜର ଆଇଏଏସ୍ ହେବାର ସ୍ୱପ୍ନକୁ ସାକାର କରିପାରିବେ ।

ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, ସିଭିଲ୍ ସେବା ପରୀକ୍ଷାରେ ଚୟନ ହୋଇଥିବା ହିମାଂଶୁ ଆମାଜନର ଅନଲାଇନ୍ ରିଟେଲର୍ ଭାବେ ପାଖାପାଖି ୨୨ଲକ୍ଷ ଟଙ୍କା ସାଲାରୀ ପ୍ୟାକେଜର ଅଫରକୁ ହାତଛଡା କରିଦେଇଥିଲେ । ତେବେ ନିଜର ତୃତୀୟ ପ୍ରୟାସରେ ହିମାଂଶୁ ୟୁପିଏସସିର ୪୪ ସ୍ଥାନ ହାସଲ କରିଛନ୍ତି ।

ହିମାଂଶୁଙ୍କ ବାପା ପବନ ଜୈନ ଜଣେ ସାଧାରଣ ବ୍ୟବସାୟୀ ଅଟନ୍ତି । ଜିନ୍ଦରେ ସ୍କୁଲିଂ ଶେଷ କରିବାପରେ ହିମାଂଶୁ ହାଇଦ୍ରାବାଦର ଇଂଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଫାମେସନ୍ ଟେକନୋଲୋଜିରେ ପିଜି (ପୋଷ୍ଟଗ୍ରାଜୁଏଟ୍) କରିଥିଲେ । ତେବେ ହିମାଂଶୁ ଆମାଜନରେ ଇଂଟର୍ନସିପ୍ କରିଥିଲେ ଯେଉଁଥିପାଇଁ ତାଙ୍କୁ ଆମାଜନ ପକ୍ଷରୁ ଚାକିରି ପାଇଁ ଅଫର୍ କରାଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କୁ ଆରବିଆଇରୁ ପକ୍ଷରୁ ମଧ୍ୟ ମ୍ୟାନେଜର ପଦବୀ ପାଇଁ ଚାକିରି ମିଳିଥିଲା କିନ୍ତୁ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଏସମସ୍ତ ଅଫରକୁ ମନା କରିଦେଇଥିଲେ । ଆଉ ପାଠପଢାରେ ସଂପୂର୍ଣ୍ଣ ଧ୍ୟାନ ଦେଇଥିଲେ ।

ହିମାଂଶୁ କୁହନ୍ତି, ସେ ନିଜ ପରିବାର ଏବଂ ବନ୍ଧୁଙ୍କଠାରୁ ଶୁଣିଥିଲେ କି ‘ଜଣେ ଆଇଏଏସ୍ ଅଧିକାରୀଙ୍କ ନିକଟରେ ଦେଶକୁ ପରିବର୍ତ୍ତନ କରିବାର ଶକ୍ତି ରହିଛି’ । ତେଣୁ ଦେଶରେ ହେଉଥିବା ଭ୍ରଷ୍ଟାଚାର, ଦଳିତଙ୍କ ଉପରେ ଗୁଣ୍ଡାରାଜ୍, ହିଂସା ତଥା ଅସନ୍ତୋଷକୁ ସବୁଦିନ ପାଇଁ ଦୂରେଇବାକୁ ସେ ଆଇଏଏସ ହେବାକୁ ଦୃଢ ସଂକଳ୍ପ କରିଛନ୍ତି ବୋଲି ହିମାଂଶୁ ନିଜର ମତପ୍ରକାଶ କରିଛନ୍ତି ।

ତେବେ ଏଠାରେ ଆମେ କହିରଖୁଛୁ କି, ନିକଟରେ ୟୁପିଏସସି-୨୦୧୬ର ପରୀକ୍ଷାଫଳ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ କର୍ଣ୍ଣାଟକର ନନ୍ଦିନୀ କେ.ଆର୍ ପ୍ରଥମ ଟପର ଅଛନ୍ତି । ସେହିପରି ଅନମୋଲ୍ ସିିଂହ ବେଦି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗୋପାଳକୃଷ୍ଣ ରୋନାଙ୍କି ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏବଂ ଚତୁର୍ଥ ସ୍ଥାନରେ ସୌମ୍ୟା ପାଣ୍ଡେ ରହିଥିବାବେଳେ ଟପ୍ ଫାଇଭରେ ଅଛନ୍ତି ଅଭିଷେକ ମିଶ୍ରା ।

ଏହାସହ ମଧ୍ୟ ପଢନ୍ତୁ-ପାଠପଢାରେ ଜିରୋ କିନ୍ତୁ କାରବାରରେ ହିରୋ! ଜାଣନ୍ତୁ ଏହି ୨୨ ବର୍ଷୀୟ ଯୁବକଙ୍କ ସଫଳତାର ରାଜ୍