୭୦ ହଜାର ଟଙ୍କାର ଚାକିରି ଛାଡି ଗାଁରେ କଲେ ଗୋପାଳନ ! ଏବେ ଲକ୍ଷାଧିକ ଟଙ୍କାର ମାଲିକ ହରିଓମ୍

187

ଯଦି ଆପଣଙ୍କୁ କୁହାଯାଏ କି ଗୋଟେ ୭୦ ହଜାର ଟଙ୍କାର ଚାକିରି ଛାଡି ଗାଁରେ କୌଣସି ନୁଆ ବ୍ୟବସାୟ ଆରମ୍ଭ କରିବାକୁ ତେବେ ଏଥିରେ ଆପଣଙ୍କ ଉତ୍ତର ବୋଧହୁଏ ନା ହିଁ ଆସିବ । କିନ୍ତୁ ଏଭଳି କାମକୁ ସଫଳ କରି ଦେଖାଇଛନ୍ତି ଜଣେ ଯୁବକ । ଯିଏକି ନିଜର ଇଂଜିନିୟର ଚାକିରିକୁ ଭୁଲି ଗାଁରେ ଆସି ଆରମ୍ଭ କରିଥିଲେ ଛୋଟିଆ ବ୍ୟବସାୟ ଏବଂ ଏହି ଛୋଟ ବ୍ୟବସାୟରୁ ଯୁବକ ଜଣକ ଏବେ ଦିନକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ।

ସୂଚନା ମୁତାବକ, ଉତ୍ତରାଖଣ୍ଡର ହରିଓମ୍ ନୌଟିୟାଲ କିଛି ଏଭଳି ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ । ହରିଓମଙ୍କ ଏହି ମହାନ ନିଷ୍ପତ୍ତିର ଫଳ ହେଉଛି ଆଜିକା ଦିନରେ ସେ ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ହରିଓମ୍ ଉଭୟ ଦିଲ୍ଲୀ ଏବଂ ଗୁଡଗାଁରେ ସଫ୍ଟୱେର ଇଂଜିନିୟର ଭାବେ କାମ କରିସାରିଛନ୍ତି । ଯେଉଁଥିରେ ସେ ମାସକୁ ୭୦ ହଜାର ଟଙ୍କା ଦରମା ପାଉଥିଲେ । ହେଲେ ସେ ସବୁବେଳେ ଆତ୍ମନିର୍ଭରଶୀଳ ହୋଇ ବଂଚିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଉତ୍ତରାଖଣ୍ଡ ସ୍ଥିତ ନିଜ ଗାଁ ବଡକୋଟରେ ହିଁ ଡାଇରୀ (ଦୁଗ୍ଧ ଓ ଦୁଗ୍ଧରୁ ତିଆରି ପ୍ରକ୍ରିୟା କରଣ ଏବଂ ବଂଟନର ସ୍ଥାନ) ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଆଜିକା ଦିନରେ ସେ ନିଜର ଏହି ବ୍ୟବସାୟ ବଳରେ ମାସକୁ ରୋଜଗାର କରୁଛନ୍ତି ପାଖାପାଖି ଦୁଇ ଲକ୍ଷ ଟଙ୍କା ।

ହରିଓମଙ୍କ ମତରେ, ତାଙ୍କର ଏହି ବ୍ୟବସାୟ ସେ ନିଜ ଘରେ ଆରମ୍ଭ କରିଥିଲେ । ଏବେ ସେ କୁକୁଡା, ଜାମ-ଆଚାର ତିଆରି କରିବାର ଫ୍ୟାକ୍ଟ୍ରି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଯାହାଦ୍ୱାରା ନା ଖାଲି ହରିଓମଙ୍କ ଭାଗ୍ୟ ବଦଳି ଯାଇଛି ତାହା ନୁହେଁ ବରଂ ହରିଓମ୍ ସେମାନଙ୍କ ପାଇଁ ଏକ ପ୍ରେରଣା ପାଲଟି ଯାଇଛନ୍ତି ଯେଉଁମାନେ କି ସହର ଛାଡି ଗାଁରେ ରହିବାକୁ ଚାହୁଛନ୍ତି ।

ହରିଓମ୍ କୁହନ୍ତି ଯେ, ଯେତେବେଳେ ସେ ସଫ୍ଟୱେର ଇଂଜିନିୟର ଚାକିରି ଛାଡି ଗାଁକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ତାଙ୍କର ଏହି କଥା କାହାର ହଜମ ହୋଇନଥିଲା । ହରିଓମ କୁହନ୍ତି କି, ପାଖାପାଖି ୪ ବର୍ଷ ଯାଏଁ ସେ ଇଂଜିନିୟର ଏବଂ ରିସର୍ଚ୍ଚର ଭାବେ କାମ କରିଥିଲେ । କିନ୍ତୁ ଏକ ଭଲ ଚାକିରି ଛାଡି ଗାଁରେ ନୁଆ କରି ବ୍ୟବସାୟ ଆରମ୍ଭ କରିବା କୌଣସି ଚ୍ୟାଲେଂଜରୁ ବି କମ୍ ନୁହେଁ । ସେ କହିଛନ୍ତି, ଆରମ୍ଭରୁ ତାଙ୍କର ଏହି ବ୍ୟବସାୟ ବହୁ କ୍ଷତିରେ ଚାଲିଥିଲା । ଆରମ୍ଭ ସମୟରେ ଏଥିରୁ ତାଙ୍କୁ ପ୍ରତିଦିନ ମିଳୁଥିଲା ମାତ୍ର ୯ଟଙ୍କା । ଏପରି ଭାବେ କିଛି ମାସ ବିତିବା ପରେ ତାଙ୍କର ମୁନାଫା ହୋଇଥିଲା ମାତ୍ର ୨୭୦ ଟଙ୍କା । ତଥାପି ସେ ଏଥିରେ ହାର ମାନି ନଥିଲେ । ଆଉ ନିଜର ପ୍ରୟାସକୁ ଜାରି ରଖିଥିଲେ ।

ହରିଓମ୍ ଗୋପାଳନ ସହିତ କୁକୁଡା ଫାର୍ମ ମଧ୍ୟ ଆରମ୍ଭ କରିଥିଲେ । ତାଙ୍କର ଏହି ଚେଷ୍ଟା ଶେଷରେ ସଫଳ ହୋଇଥିଲା ଆଉ ଧିରେ ଧିରେ ବ୍ୟବସାୟର ଲାଭାଂଶ ବୃଦ୍ଧି ପାଇବାରେ ଲାଗିଥିଲା । ଆଜିକା ଦିନରେ ହରିଓମ ଛତୁ ଚାଷ, ଛେଳି, ଦୁଗ୍ଧ ସାମଗ୍ରୀ ତଥା ଗୋପାଳନ ଏବଂ କୁକୁଡା ସମେତ ବିଭିନ୍ନ ପ୍ରକାର କ୍ଷୁଦ୍ର ବ୍ୟବସାୟ ବି କରୁଛନ୍ତି । ଏବେ ସେ ଏହି ବ୍ୟବସାୟରୁ ପ୍ରତିମାସ ଲକ୍ଷାଧିକ ଟଙ୍କା ରୋଜଗାର ବି କରୁଛନ୍ତି ।

ଖାଲି ସେତିକି ନୁହେଁ ଏବେ ହରିଓମ୍ ନିଜ ଗାଁ ଏବଂ ଆଖପାଖ ଅଂଚଳରେ ବି ନିଜ ସାମଗ୍ରୀଗୁଡିକର ଫ୍ରି ହୋମ ଡେଲିଭରୀ କରୁଛନ୍ତି । ତେବେ ଋଷିକେଶର ପାଖାପାଖି ୮ କିଲୋମିଟର ଦୂରରେ ହେଉଛି ହରିଓମଙ୍କ ଗାଁ । ସେ ଏବେ ସେଠାରୁ ଋଷିକେଶ ଏବଂ ଡେରାଡୁନ ମଧ୍ୟରେ ଏକ ଛୋଟ କାରଖାନା ଖୋଲିବାକୁ ଯୋଜନା କରୁଛନ୍ତି । ହରିଓମ କୁହନ୍ତି କି, ସେ ସେହିସବୁ ଲୋକଙ୍କୁ ଟ୍ରେନିଂ ଦେଉଛନ୍ତି ଯେଉଁମାନେ କି ଏଭଳି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ।

ସୌଜନ୍ୟ: ଆଜତକ୍