୪ବର୍ଷର କୁନି ଝିଅକୁ ଦେଖି ତରଳି ଗଲା ଭଜ୍ଜିଙ୍କ ହୃଦୟ ! ବଢାଇଲେ ସହାୟତାର ହାତ

56

ଭାରତୀୟ କ୍ରିକେଟର ହରଭଜନ ସିଂହ ବର୍ତ୍ତମାନ ଯଦିଓ ଟିମ ଇଣ୍ଡିଆ ପାଇଁ ଅଲୋଡା ପାଲଟିଯାଇଛନ୍ତି ହେଲେ ଭଜ୍ଜି କିନ୍ତୁ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ହୋଇଯାଇଛନ୍ତି । ସେଥିପାଇଁ ତ ଭଜ୍ଜିଙ୍କ ହୃଦୟ ଏକ ଟୁଇଟ ଦେଖି ତରଳି ଯାଇଥିଲା ଆଉ ବଢାଇଦେଇଥିଲେ ସହାୟତା ହାତ ।

ସୂଚନା ମୁତାବକ, କ୍ରିକେଟର ହରଭଜନ ସିଂହ ନିକଟରେ ଏକ ଟୁଇଟ ଦେଖିଥିଲେ । ଯେଉଁଥିରେ ଜଣେ ୪ବର୍ଷର କୁନି ଝିଅର ଚିକିତ୍ସା ନିମନ୍ତେ ଅର୍ଥ ସହାୟତା ପାଇଁ ଅନୁରୋଧ କରାଯାଇଥିଲା ଆଉ ଏହି ଟୁଇଟଟି ହିଁ ଭଜ୍ଜିଙ୍କ ହୃଦୟକୁ ତରଳାଇ ଦେଇଥିଲା । ସେ ଝିଅଟିର ସହାୟତା ପାଇଁ ଦୌଡି ଯାଇଥିଲେ ଡାକ୍ତରଖାନା ଏବଂ ଶିଶୁଟିକୁ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାର ଚିକିତ୍ସା ପାଇଁ ଟଙ୍କା ମଧ୍ୟ ଦେଇଥିଲେ । ତେବେ ମାତ୍ର ୪ବର୍ଷର କୁନି ଝିଅ କାବ୍ୟା ମସ୍ତିସ୍କ ଜନିତ ରୋଗରେ ପୀଡିତ । ତାର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଯେଉଁଥିପାଇଁ ତାର ପରିବାର ଲୋକେ କାବ୍ୟାର ଚିକିତ୍ସା ନିମନ୍ତେ ଅର୍ଥା ସହାୟତା ପାଇଁ ସୋସିଆଲ ମିଡିଆରେ ନିବେଦନ କରିଥିଲେ ଏବଂ ହରଭଜନ ସିଂହ ଯେତେବେଳେ ଏହା ଜାଣିବାକୁ ପାଇଥିସେଲ ସେତେବେଳେ ସେ ତୁରନ୍ତ ସହାୟତାର ହାତ ବଢାଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଭଜ୍ଜି ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି । ନିକଟରେ ପୂର୍ବତନ ଆଇପିଏସ ଅଧିକାରୀ ସଂଜିବ ଭଟ୍ଟ ଟିମ ଇଣ୍ଡିଆରେ କୌଣସି ମୁସଲମାନ ଖେଳାଳୀ ନଥିବା ନେଇ ପ୍ରଶ୍ନ ଉଠାଇ ଥିଲେ । ଯେଉଁଥିରେ ହରଭଜନ ସିଂହ ମୁହଁ ତୋଡ ଜବାବ ଦେଇଥିଲେ । ସଂଜିବ ଭଟ୍ଟ ଟୁଇଟ କରି କହିଥିଲେ କି, ଏହି ସମୟରେ କଣ ଭାରତୀୟ କ୍ରିକେଟ ଦଳରେ କୌଣସି ବି ମୁସଲମାନ ଖେଳାଳୀ ନାହାଁନ୍ତି ? ଆଉ ଏହି ପ୍ରଶ୍ନର ମୁହଁ ତୋଡ ଜବାବ ଦେଇ ଭଜ୍ଜି ଲେଖିଥିଲେ କି, ହିନ୍ଦୁ ମୁସଲିମ ଶିଖ୍ ହେଉଛନ୍ତି ଭାଇ ଭାଇ । କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳୀ ହେଉଛନ୍ତି ହିନ୍ଦୁସ୍ତାନୀ । ତେଣୁ ସେମାନଙ୍କର ଜାତି କିମ୍ବା ବର୍ଣ୍ଣକୁ ନେଇ କିଛି କହିବା ଆଦୌ ସମିଚୀନ ନୁହେଁ ।

ସୌଜନ୍ୟ: ଆଜତକ୍