ମାତ୍ର ୬ ସେକେଣ୍ଡରେ ହ୍ୟାକ୍ ହୋଇପାରେ କୌଣସି ବି କ୍ରେଡିଟ୍ ଏବଂ ଏଟିଏମ କାର୍ଡ ! ଜାଣନ୍ତୁ କିପରି…

38

ମାତ୍ର ୬ ସେକେଣ୍ଡରେ କୌଣସି ବି ହ୍ୟାକର ଆପଣଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡ ନମ୍ବର, ତାର ଭ୍ୟାଲିଡିଟ୍ ଶେଷ ହେବା ସଂପର୍କିତ ତଥ୍ୟ ଏବଂ ସିକ୍ୟୁରିଟ କୋଡ ସଂପର୍କିତ ତଥ୍ୟ ଜାଣିପାରିବ ।

ଅଟୋମେଟିକ୍ ରୂପରେ ଏବଂ ସିଷ୍ଟମ ଜରିଆରେ କାର୍ଡର ସିକ୍ୟୁରିଟି ସହ ଜଡିତ ବିଭିନ୍ନ ପ୍ରକାରର ସୂଚନା ଏକଜୁଟ କରି ଏବଂ ବିଭିନ୍ନ ୱେବସାଇଟରେ ଏହିସବୁ ତଥ୍ୟଗୁଡିକୁ ଦେଇ ମୁହୂର୍ତ୍ତକ ଭିତରେ ହିଁ ହ୍ୟାକର ସିକ୍ୟୁରିଟି ସଂମ୍ବନ୍ଧିତ ସମସ୍ତ ଆବଶ୍ୟକୀୟ ତଥ୍ୟ ହାସଲ କରିପାରନ୍ତି ।

ରିସର୍ଚର୍ସଙ୍କ କଥାନୁସାରେ, ଯଦି ଆପଣଙ୍କ ପାଖରେ ଏକ ଲାପଟପ ଓ ଇଂଟରନେଟ କନେକସନ ରହିଛି ତେବେ ଏହି କାମ ଅତି ସହଜରେ ହୋଇପାରିବ । ରିସର୍ଚର୍ସଙ୍କ ମତରେ, ଏଭଳି ପ୍ରକାରର ଆଟାକ୍ ରୁ ଦୁଇ ପ୍ରକାରର ଦୁର୍ବଳତା ଜଣାପଡିଛି ଯାହା ଆପଣା ଛାଏଁ ବହୁତ ଜଟିଳ ହୋଇନଥାଏ । କିନ୍ତୁ ଦୁଇଟି ଯାକର ବ୍ୟବହାର ଯଦି ଏକାସାଙ୍ଗରେ କରାଯାଏ ତେବେ ତାହା ସଂପୂର୍ଣ୍ଣ ପେମେଂଟ ସିଷ୍ଟମ ପାଇଁ ବହୁତ ବଡ ସମସ୍ୟା ସୃଷ୍ଟି କରିପାରେ ।

ରିସର୍ଚର୍ସଙ୍କ ମତରେ, ବର୍ତ୍ତମାନ ପେମେଂଟ ସିଷ୍ଟମ ବିଭିନ୍ନ ୱେବସାଇଟ ଜରିଆରେ କରାଯାଉଥିବା ପେମେଂଟର Invalid Request ଗୁଡିକୁ ଚିହ୍ନଟ କରିପାରିନଥାଏ । ଆଇଇଇଇ ସିକ୍ୟୁରିଟି ଆଣ୍ଡ ପ୍ରାଇଭେସି ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ମୁତାବକ, ବର୍ତ୍ତମାନ ଅନଲାଇନ ସିଷ୍ଟମରେ ବିଭିନ୍ନ ୱେବସାଇଟ ଜରିଆରେ ଗୋଟିଏ ହିଁ କାର୍ଡ ପାଇଁ ଅନେକ Invalid Payment Requestକୁ ବୁଝିବାର କ୍ଷମତା ନାହିଁ, ଏଥିପାଇଁ ଅନେକ ୱେବସାଇଟ୍ ଜରିଆରେ ଅଗଣିତ ଅନୁରୋଧ କରାଯାଇପାରେ । ତେବେ ରିସଚରୁ ଯାହା ଜଣାପଡିଛି କି, କେବଳ ବିଜା ନେଟୱର୍କ ହିଁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି ।