ଚୋରଙ୍କ କବଜାରେ ୪ଡିଜିଟର ପାସୱାର୍ଡ ! ଛୁଇଁବା କ୍ଷଣି ହିଁ ହ୍ୟାକ ହୋଇଯାଉଛି ସ୍ମାର୍ଟଫୋନ

52

ଆପଣଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖୁଛନ୍ତି ହ୍ୟାକର୍ସ । ଆପଣଙ୍କର ଅଜାଣତରେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଟଙ୍କା ଆଦି ସବୁକିଛିକୁ ଟ୍ରାକ୍ କରୁଛନ୍ତି ହ୍ୟାକର୍ସ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏସମସ୍ତ କାର୍ଯ୍ୟକଳାପକୁ ହ୍ୟାକର୍ସ ଫୋନ ଜରିଆରେ ହିଁ ସଫଳ ହେଉଛନ୍ତି । ଯେଉଁଥିପାଇଁ ପ୍ରତିଦିନ ନୂଆ ନୂଆ ତରିକା ଅବଲମ୍ବନ କରୁଛନ୍ତି ହ୍ୟାକର୍ସ । ଏପରିକି ହ୍ୟାକର୍ସ ୟୁଜରଙ୍କ ମୋବାଇଲକୁ ଅନଲକ କରିବାର ତରିକା ମଧ୍ୟ ବାହାର କରିସାରିଲେଣି । ଯାହା ହେଉଛି ସ୍ମାର୍ଟଫୋନରେ ଲାଗିଥିବା ସେନସର । ଏହି ଜରିଆରେ ହିଁ ହ୍ୟାକର୍ସ ନିକଟକୁ ୟୁଜର୍ସଙ୍କର ପାସୱାର୍ଡ ଏବଂ ପିନ ପହଂଚିଯାଇଥାଏ । ଯାହାଦ୍ୱାରା ହ୍ୟାକର୍ସ ଅତି ସହଜରେ ଫୋନରୁ ରିମୋର୍ଟ କରି ଲୋକଙ୍କ ଆଖିରେ ଧୂଳି ଦେଇ ସମସ୍ତ ତଥ୍ୟକୁ ଚୋରି କରିବାରେ ସଫଳ ହୋଇପାରିଛନ୍ତି ।

ସୂଚନା ମୁତାବକ, ସ୍ମାର୍ଟଫୋନ ସାଧାରଣତଃ ଜିରୋସ୍କୋପ ଏବଂ ପ୍ରୋସ୍କିମିଟି ସେନସର୍ସ ଲାଗିଥାଏ । ଯାହା ଫୋନରେ ଭାଇରସକୁ ସକ୍ରିୟ କରିବାରେ ସହାୟତା କରିଥାଏ । ହ୍ୟାକର୍ସ ଏହି ସେନସରକୁ ହ୍ୟାକ୍ କରି ଲୋକଙ୍କର ସମସ୍ତ ତଥ୍ୟକୁ ଚୋରି କରିବାରେ ସଫଳ ହୋଇଥାନ୍ତି । ତେବେ ଏଭଳି ସାଂଘାତିକ ତଥ୍ୟର ଖୁଲାସା କରିଛନ୍ତି ଭାରତର ଜଣେ ବିଖ୍ୟାତ ବୈଜ୍ଞାନିକ ।

ବୈଜ୍ଞାନିକ ଶିବମ ଭସିନଙ୍କ କହିବା କଥା ହେଲା କି, ପୂର୍ବରୁ କୌଣସି ବି ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ କ୍ରାକ୍ କରିବାର ଆକ୍ୱୁରେସି ୭୪ ପ୍ରତିଶତ ରହିଥିଲା । ସେ ବି ୫୦ଟି କମନ ପିନ ନମ୍ବର ଦ୍ୱାରା । ୭୦ ପ୍ରତିଶତ ଆକ୍ୱୁରେସି ସହିତ ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ହ୍ୟାକ୍ କରାଯାଇପାରିବ । ହେଲେ ବର୍ତ୍ତମାନ ଏହି ସମସ୍ୟା ବୃଦ୍ଧି ପାଇ ୯୯. ୫ ପ୍ରତିଶତ ଆକ୍ୱୁରେସି ଯାଏଁ ପହଂଚିଛି । ଅର୍ଥାତ୍ ଏବେ ହ୍ୟାକର୍ସ କୌଣସି ବି ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ୯୯.୫ ପ୍ରତିଶତ ସଠିକତା ସହିତ ହ୍ୟାକ୍ କରିପାରନ୍ତି । ଏହାର ପିନ ଏବଂ ପାସୱାର୍ଡର ସୂଚନା ପାଇ ତାକୁ ଅନଲକ କରିପାରନ୍ତି । ଏନଟିୟୁ ଟେକନିକ ଜରିଆରେ ୪ ଡିଜିଟର ୧୦, ୦୦୦ ସଂମ୍ବାବିତ ପିନ ନମ୍ବର୍ସ ରହିଛି ବୋଲି ଅନୁମାନ କରାଯାଇଛି ।

ଯଦି ଆପଣ ହ୍ୟାକର୍ସଙ୍କ କବଳରୁ ଆପଣ ନିଜକୁ ଏବଂ ଆପଣଙ୍କର ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ୪ ଡିଜିଡରୁ ଅଧିକ ପାସୱାର୍ଡ କିମ୍ବା ପିନର ବ୍ୟବହାର କରନ୍ତୁ । ଆପଣ ଫୋନର ଆଡଭାନ୍ସ ଫିଚର୍ସ ଭଳି ହିଁ ଫେସ ଆଇଡି ଟେକନିକର ବ୍ୟବହାର କରି ନିଜର ମୋବାଇଲରେ ପାସୱାର୍ଡ କିମ୍ବା ପିନ ଦିଅନ୍ତୁ । ଯାହାଦ୍ୱାରା କି ହ୍ୟାକର୍ସ ତାକୁ କ୍ରାକ୍ କରିପାରିବେ ନାହିଁ ।