ନିଜ ନମ୍ବରକୁ ଗୋପନ ରଖି କୌଣସି ବି ବ୍ୟକ୍ତିଙ୍କ ସହ କରିପାରିବେ ହ୍ୱାଟସଆପ ! ଜାଣନ୍ତୁ ପୂରା ପ୍ରକ୍ରିୟା

57

ହ୍ୱାଟସଆପକୁ ଯଦି ସ୍ମାର୍ଟଫୋନର ସବୁଠାରୁ ବିଶେଷ ଆପ ମଧ୍ୟରେ ଗଣାଯାଏ ତେବେ ଏପିରି କହିବା କୌଣସି ଭୁଲ ହେବନି । ସାଧାରଣତଃ କହିବାକୁ ଗଲେ ହ୍ୱାଟସଆପରେ ଆକାଉଂଟ ଖୋଲିବା ପାଇଁ ନିଜର ମୋବାଇଲ ନମ୍ବର ଦେବା ଜରୁରୀ ହୋଇଥାଏ ଆଉ ଏହି ନମ୍ବର ଜରିଆରେ ହିଁ ଆପଣ ହ୍ୱାଟସଆପ ବ୍ୟବହାର କରିପାରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ  ଯେଉଁ ଟ୍ରିକ୍ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଜରିଆରେ ଆପଣ ଆପଣଙ୍କର ଅସଲି ନମ୍ବରକୁ ଗୋପନ ରଖି  କୌଣସି ବି ବ୍ୟକ୍ତିବିଶେଷଙ୍କ ସହ କଥା ହୋଇପାରିବେ । ସବୁଠାରୁ ବଡ କଥା ହେଲା କି, ଚାଟ୍ କରିବା ସମୟରେ ଆପଣଙ୍କ ଅପଜିଟ୍ ପାର୍ଟିକୁ ଆପଣଙ୍କର ନମ୍ବର ତ ଦେଖାଯିବ କିନ୍ତୁ ସେ ନମ୍ବର ଆପଣଙ୍କର ହୋଇନଥିବ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ।

ବ୍ୟବହାର କରିବାର ପ୍ରକ୍ରିୟା

• ସର୍ବ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ ସେଠାରେ ‘ପ୍ରାଇମୋ’ ଆପକୁ ସର୍ଚ୍ଚ କରନ୍ତୁ । ତାକୁ ଆପଣଙ୍କ ସ୍ମାର୍ଟଫୋନରେ ‘ଇଲଷ୍ଟଲ’ କରନ୍ତୁ ଏବଂ ‘ସାଇନ ବଟନ’ ଉପରେ କ୍ଲିକ୍ କରି ନିଜର ଏକ ‘ଆକାଉଂଟ’ ଖୋଲନ୍ତୁ ।

• ଏହି ପ୍ରକ୍ରିୟା ପରେ ଆପଣଙ୍କୁ ଆପଣଙ୍କର ମୋବାଇଲ ‘ନମ୍ବର ଏଂଟର’ କରିବାକୁ ପଡିବ । ଏହାପରେ ଆପଣଙ୍କ ନିକଟକୁ ‘୬’ ଅଙ୍କ ବିଶିଷ୍ଟ ଏକ ଭେରିଫିକେସନ କୋଡ ଆସିବ ଏବଂ ଆପଟି ଆପଣଙ୍କର ମୋବାଇଲ ନମ୍ବର ଭେରିଫାଏ କରିବ ।

• ଏହାପରେ ଆପଣଙ୍କୁ ଆପଣଙ୍କର ନାମ, ୟୁଜର ନେମ ଏବଂ ପାସୱାର୍ଡ ଦେବାକୁ ପଡିବ ଏବଂ ଅନ୍ୟ କିଛି ତଥ୍ୟ ମଧ୍ୟ ଦେବାକୁ ପଡିବ ।

• ସାଇନ ଇନ କରିବା ପରେ ଆପଣଙ୍କୁ ଆପଣଙ୍କର ‘ଇମେଲ ଆଇଡି’କୁ ଭେରିଫାଏ କରିବା ପାଇଁ ଏକ ‘ମେଲ’ ଆସିବ । ମେଲ ଆଇଡି ଭେରିଫିକେସନ ସଂପୂର୍ଣ୍ଣ ହେବା ପରେ ଆପଣଙ୍କର ଆପରେ ରିଡାଇରେକ୍ଟ  ହୋଇପାରିବ ।

• ଆପରେ ସାଇନ ଇନ ହେବା ପରେ ନିଜର ‘ପ୍ରୋଫାଇଲ’କୁ ଯାଆନ୍ତୁ ଏବଂ ‘ପ୍ରାଇମୋ ୟୁଏସ ଫୋନ ନମ୍ବର’ ଅପସନ ଉପରେ ଟ୍ୟାପ୍ କରନ୍ତୁ ।

• ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ଆପଣଙ୍କଠାରୁ ‘ପ୍ୟାକେଜ’କୁ କିଣିବାକୁ କୁହାଯିବ । ଏଥି ମଧ୍ୟରୁ ‘ଫ୍ରି’ ଡାଏଲକୁ ଚୟନ କରନ୍ତୁ ।

• ଏହାପରେ ଆପଣଙ୍କୁ ଏକ ‘ୟୁଏସ ନମ୍ବର’ ଦିଆଯିବ । ଯାହାର ବ୍ୟବହାର ଆପଣ ଆପଣଙ୍କର ହ୍ୱାଟସଆପରେ କରିପାରିବେ ।

• ଏବେ ଏହି ନମ୍ବରରୁ ହ୍ୱାଟସଆପ ପାଇଁ ଏକ ନୂଆ ଆକାଉଂଟ ଖୋଲନ୍ତୁ ଏବଂ ଆକାଉଂଟ ଭେରିଫିକେସନ ପାଇଁ ‘କଲ୍ ମି’ ଅପସନ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କୁ କଲ ଜରିଆରେ ଏକ ନୂଆ ‘କୋଡ’ ଦିଆଯିବ । କୋଡକୁ ‘ଏଂଟର’ କରି ନିଜର ହ୍ୱାଟସଆପ ଭେରିଫାଏ କରାନ୍ତୁ ।

• ଏହାପରେ ଆପଣ କୌଣସି ବି ନୂଆ ନାମ ଏବଂ ପ୍ରୋଫାଇଲ ପିକ୍ଚରରେ ନୂଆ ଆକାଉଂଟ ଖୋଲି ପାରିବେ ।

• ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣ ଯାହା ସହିତ ଚାହିଁବେ ମେସେଜ କରି ପାରିବେ ଆଉ ଆପଣଙ୍କର ନମ୍ବର ତାଙ୍କୁ ଦେଖାଯିବ ନାହିଁ ।

ସୌଜନ୍ୟ: ଦୈନିକ ଜାଗରଣ