ଗୁଜରାଟରେ ‘ଥର’ ପରି ବିରୋଧୀଙ୍କ ଉପରେ ଚାଲିଲା ମୋଦିଙ୍କ ହାତୁଡି ! ସୋସିଆଲ ମିଡିଆରେ ଟ୍ରଲ୍, ୨୦୧୯ ପୂର୍ବରୁ ଆଧାର ଲିଙ୍କ କରାଇନେଉ ବିଜେପି

38

ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ଏବଂ ଭୋଟଗଣତି ମଧ୍ୟ ଜୋରସୋରରେ ଚାଲିଛି । ମାତ୍ର ଏଯାବତ୍ ସୂଚନା ଅନୁସାରେ ବର୍ତ୍ତମାନ ସର୍ବାଗ୍ରେ ରହିଛି ବିଜେପି । ତେବେ ଭୋଟ ଗଣତି ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲୁରହିଥିବା ବେଳେ, ବିଜେପିର ବିଜୟ ଏକପ୍ରକାରେ ସୁନିଶ୍ଚିତ ବୋଲି ଅନୁମାନ କରାଯାଉଛି । ଯଦିଓ ଗୁଜରାଟରେ କଂଗ୍ରେସ ମଧ୍ୟ ସତ୍ତାରୁଢ ଦଳ ବିଜେପିକୁ କଡା ଟକ୍କର ଦେଉଛି ତେବେ ବିଧାନସଭା ନିର୍ବାଚନର ଫଳାଫଳକୁ ଚର୍ଚ୍ଚା ଜୋର ଧରିଛି ।

ଖାଲି ସେତିକି ନୁହେଁ ନିର୍ବାଚନର ଫଳାଫଳକୁ ନେଇ ରାଜନୀତିଜ୍ଞ, ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହେଲେ ସୋସିଆଲ ମିଡିଆରେ ଏହାକୁ ନେଇ କିନ୍ତୁ ଟିକିଏ ଅଧିକ ଉତ୍ସାହ ଦେଖାଦେଇଛି । ସେଥିପାଇଁ ତ ଏହାକୁ ନେଇ ବିଭିନ୍ନ ପ୍ରକାରର କୌତୂହଳପୂର୍ଣ୍ଣ କମେଂଟମାନ ନଜର ଆସିଛି । ଯେଉଁଥିରେ ନିର୍ବାଚନ ଟ୍ରେଣ୍ଡକୁ ନେଇ ଅନେକ ସାରା ଫର୍ଣ୍ଣି ଫଟୋ, କମେଂଟ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏସବୁ ମଧ୍ୟରେ ଟୁଇଟର ୟୁଜର୍ସ ଉଭୟ କଂଗ୍ରେସ ଏବଂ ବିଜେପି ଦଳର କିଛି ଏଭଳି ଢଙ୍ଗରେ ମଜା ଉଡାଇଛନ୍ତି ।

ଜଣେ ଟୁଇଟର ୟୁଜର ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ମଜାଳିଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ହଲିଉଡ ଅଭିନେତାଙ୍କ ସହ ତୁଳନା କରିଛନ୍ତି । ସେହି ସୁପରଷ୍ଟାର ରଜନୀ ନାମକ ଜଣେ ଟୁଇଟର ଆକାଉଂଟରେ ମଣିଶଂକର ଅୟାରଙ୍କର ‘ନୀଚ’ କହିଥିବା ମନ୍ତବ୍ୟ ଉପରେ ସମାଲୋଚନା କରିଛନ୍ତି । ଏହାବ୍ୟତୀତ ଅନ୍ୟ ଜଣେ ଟୁଇଟର ୟୁଜର ଟ୍ରେଣ୍ଡରେ କଂଗ୍ରେସକୁ କଡା ଟକ୍କର ଦେବା ଦେଖି ବିଜେପିକୁ ନିଜର ପ୍ରଦର୍ଶନ ୨୦୧୯ ନିର୍ବାଚନ ପୂର୍ବରୁ ଆଧାରକାର୍ଡ ସହ ଯୋଡିବାକୁ ପରାମର୍ଶ ଦେଇଛନ୍ତି । ଏଭଳି ଭାବରେ ବିଭିନ୍ନ ପ୍ରକାରର ମଜାଦାର କମେଂଟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଉ ମାତ୍ର କିଛି ସମୟରେ ପରେ ସ୍ପଷ୍ଟ ହୋଇଯିବ କି ଦୁଇଟି ଯାକ ରାଜ୍ୟରେ କେଉଁ ଦଳ ସରକାର ଗଢିବ । ଯଦିଓ ଏହି ଟ୍ରେଣ୍ଡରେ ବିଜେପିର ପଲା ଭାରି ଥିବା ଜଣାପଡୁଛି । ତେବେ ଖୁବ୍ ଶୀଘ୍ର ଫଳାଫଳ ଆପଣଙ୍କ ସାମ୍ନାକୁ ଆସିବ ।