ମୋଦିଙ୍କ ପାଇଁ କେତେ ଲାଭଦାୟୀ ଜିଏସଟି ! ୨୦୧୯ ପାଇଁ ମାଷ୍ଟରଷ୍ଟ୍ରୋକ୍ କି ?

44

୩୦ ଜୁନର ମଧ୍ୟରାତ୍ରୀରୁ ଐତିହାସିକ ଜିଏସଟି କାର୍ଯ୍ୟକାରୀକୁ ନେଇ ମୋଦି ସରକାରଙ୍କ ପକ୍ଷରୁ ସମସ୍ତ ଆୟୋଜନ ସରିଛି । ଏହି ଖାସ୍ ଦିନଟିକୁ ଆହୁରୀ ଖାସ୍ କରିବାକୁ ସଂସଦ ଭବନକୁ ବିଭିନ୍ନ ଆଲୋକମାଳାରେ ସଜା ଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସମସ୍ତ ରାଜନୈତିକ ଦଳମାନଙ୍କୁ ଆମନ୍ତ୍ରିତ କରାଯାଇଛି ମାତ୍ର କଂଗ୍ରେସ, ଡିଏମକେ ଏବଂ ତୃଣମୂଳ କଂଗ୍ରେସ ଆରମ୍ଭରୁ ହିଁ ଏଥିରେ ଯୋଗ ନଦେବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି । ତେବେ ମୋଦି ସରକାରଙ୍କ ଏହି ନିଷ୍ପତି ଐତିହାସିକ ଅଟେ । କାରଣ ଦୀର୍ଘଦିନ ଧରି ଦେଶରେ ଜିଏସଟିକୁ ନେଇ ବିଭିନ୍ ସମସ୍ୟା ଦେଖିବାକୁ ମିଳିଥିଲା ଅନେକ ନେତା ଆସିଛନ୍ତି ଏବଂ ଯାଇଛନ୍ତି କିନ୍ତୁ ଅପେକ୍ଷାରେ ରହିଯାଇଥିଲା ଜିଏସଟି ।

ତେବେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଐତିହାସିକ ନିଷ୍ପତିର ପ୍ରଭାବ ଆଗାମୀ ଅନେକ ବର୍ଷ ଯାଏଁ ପଡିପାରେ । ସେହିପରି ରାଜନୈତିକ ସୂଚନାଦାତାଙ୍କ ଆଶା ରହିଛି କି ଏହି ନିଷ୍ପତିର ଲାଭ ମୋଦିଙ୍କୁ ୨୦୧୯ର ସାଧାରଣ ନିର୍ବାଚନ ପାଇଁ ସହାୟତା କରିବ । ତେଣୁ ଆସନ୍ତୁ ନଜର ପକାଇବା କିଛି ସେହି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ।

ଦୀର୍ଘ ୧୭ ବର୍ଷ ଧରି ଅପେକ୍ଷାରେ ଥିଲା ଜିଏସଟି

ଏହାକୁ ସର୍ବପ୍ରଥମେ ରାଜୀବ ଗାନ୍ଧିଙ୍କ ଶାସନ ସମୟରେ ଅର୍ଥମନ୍ତ୍ରୀ ବିପି ସିଂହ ଫେବୃୟାରୀ ୧୯୮୬ରେ ମୋଡିଫାଏଡ ଭ୍ୟାଟ୍ ଇଟ୍ରଡ୍ୟୁସ୍ କରିଥିଲେ । ଯାହା ପ୍ରାୟତଃ ଜିଏସଟି ସହିତ ସମାନ ଅଟେ । ଏହା ଦେଶ ପାଇଁ ଏକମାତ୍ର ଟିକସ ସିଷ୍ଟମ ଫାଉଣ୍ଡେସନ ରଖିଥିଲା । ପରେ ନରସିହ୍ମା ରାଓଙ୍କ ସରକାରରେ ମଧ୍ୟ ଅର୍ଥମନ୍ତ୍ରୀ ମନମୋହନ ସିଂହ ରାଜ୍ୟ ସ୍ତରରେ ଭ୍ୟାଟ୍ ପାଇଁ ଦାବି ଉପସ୍ଥାପନା କରିଥିଲେ । ବାଜପେୟୀ ସରକାରଙ୍କ ସମୟରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ରାଜ୍ୟରେ ବିକ୍ରୀ କରକୁ ନେଇ ଲାଗିଥିବା ଲଢେଇକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।

ସେହି ସମୟରେ ଅଟଳ ବିହାରୀ ବାଜପେୟୀ ଜିଏସଟିକୁ ଚର୍ଚ୍ଚାରେ ଆଣିବା ପାଇଁ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଜିଏସଟି ମଡେଲ୍ ଲାଗୁ କରିବାର ରୋଡମ୍ୟାପ୍ ପ୍ରସ୍ତୁତି ପାଇଁ ସେ ତତକାଳିନ ପଶ୍ଚିମ ବଙ୍ଗର ଅର୍ଥମନ୍ତ୍ରୀ ଅସୀମ ଦାସଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ଗତ ୧୭ ବର୍ଷ ହେଲା ଜିଏସଟି ଅପେକ୍ଷା କରିଆସୁଛି । ଆଉ ଏବେ ଯାଇ ସେହି ଐତିହାସିକ ସମୟ ଆସିଛି ।

ସବୁଠାରୁ ବଡ କଥାହେଲା ନିକଟରେ ମୋଦିଙ୍କ ଆମେରିକା ଗୃବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଜିଏସଟିର ପ୍ରଶଂସା ନକରି ରହିପାରି ନଥିଲେ, ଟ୍ରମ୍ପ ବସ୍ତୁ ଓ ସେବା କର ତଥା ଜିଏସଟିର ଆଭିମୁଖ୍ୟ ପାଇଁ ମୋଦି ସରକାରଙ୍କ ପ୍ରଶଂସା କରିବା ସହିତ ଭାରତର ଇତିହାସର ଏହା ସବୁଠାରୁ ବଡ ସୁଧାର ତଥା ଏହା ଭାରତୀୟ ଜନତାଙ୍କ ପାଇଁ ଏକ ନୁଆ ଅବସର ବୋଲି କହିଥିଲେ ।

ସେହିପରି ଅର୍ଥଶାସ୍ତ୍ର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଏହି ଟିକସ ବ୍ୟବସ୍ଥା ପରିସରରେ ଆସୁଥିବା ଯେଉଁ ବ୍ୟବସାୟୀଙ୍କୁ ଆସ୍ୱସ୍ତି ମିଳିବ । ସେମାନଙ୍କୁ ହିଁ ଏଥିପାଇଁ ସରକାରଙ୍କୁ ଅଲଗା ତଥା ଅତରିକ୍ତ ଟିକସ ଦବାକୁ ପଡିବ । ସରକାର ଏହି ଅତିରିକ୍ତ ଆୟର ବ୍ୟବହାର ଦେଶର ବିକାଶରେ କିମ୍ବା କୌଣସି ଜରୁରୀ କାର୍ଯ୍ୟରେ ଖର୍ଚ୍ଚ କରାଯାଇପାରନ୍ତି । ଯାହା କୌଣସି ନା କୌଣସି ମାଧ୍ୟମରେ ଦେଶବାସୀଙ୍କୁ ଲାଭ ପହଂଚାଇବ ।

ସୌଜନ୍ୟ: ଆଜତକ୍

ଏହା ସହ ମଧ୍ୟ ପଢନ୍ତୁ-ଦେଶରେ ଜିଏସଟି ଲାଗୁ ପରେ କଣ ହେବ ବାଇକ୍ ଦର ? ଜାଣନ୍ତୁ କାହା ଦର ବଢିବ, କେଉଁ ବାଇକ୍ ହେବ ଶସ୍ତା