ମୋବାଇଲ୍ ଓ ଇମେଲ୍ ମାଧ୍ୟମରେ ପାଇପାରିବେ ଜିଏସଟି ସମ୍ବର୍ନ୍ଧିତ ସମସ୍ତ ତଥ୍ୟ ! କିପରି ଜାଣନ୍ତୁ

51

ଦେଶରେ ଜିଏସଟି ଲାଗୁ ହେବାପରେ ଏହାକୁ ନେଇ ବ୍ୟବସାୟୀଙ୍କଟାରୁ ଆରମ୍ଭ କରି ଗ୍ରାହକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସୃଷ୍ଟିକରିଛି ବିଭିନ୍ନ ପ୍ରଶ୍ନ । ତେବେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପୂର୍ବରୁ ଅନେକ ପ୍ରଶ୍ନର ଉତ୍ତର ବିଭିନ୍ନ ଲେଖା ଏବଂ ବିଜ୍ଞାପନ ମାଧ୍ୟମରେ ଦିଆଯାଉଛି । ତଥାପି ଲୋକମାନଙ୍କ ସନ୍ଦେହ ଦୂର ହୋଇପାରୁନାହିଁ ।

ଏତଦବ୍ୟତୀତ ସରକାର ସୂଚନା ପ୍ରଯୁକ୍ତିର ସହାୟତା ମଧ୍ୟ ନେଇଛନ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ଜିଏସଟି ସଂକ୍ରାନ୍ତ ପ୍ରଶ୍ନ ଏବଂ ଅଭିଯୋଗ ଦୂର କରିବା ପାଇଁ ଏକାଧିକ ଅନଲାଇନ୍ ଯୋଗାଯୋଗ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଜିଏସଟି ହେଲପ ଡେସ୍କ ଖୋଲାଯାଇଛି । ଇମେଲ୍ ଏବଂ ଟେଲିଫୋନ ମାଧ୍ୟମରେ ଲୋକମାନେ ଜିଏସଟି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ପାରିବେ ।

ଇମେଲରେ ସୂଚନା ପାଇବା ପାଇଁ ଏକ ଜିଏସଟି ହେଲପ୍ ଡେସ୍କ ଖୋଲାଯାଇଛି । ଏଥିପାଇଁ ‘ସିବିଇସିମିତ୍ରା ଡଟ୍ ହେଲପଡେସ୍କ ଆଦରେଟ୍ ଆଇସିଇଗେଟ୍ ଡଟ୍ ଜିଓଭି ଡଟ୍ ଇନ୍’ର ଉପଯୋଗ କରାଯାଇପାରିବ । ସେହିଭଳି ଟେଲିଫୋନ ମାଧ୍ୟମରେ ମଧ୍ୟ ସୂଚନା ମିଳିପାରିବ । ଏଥିପାଇଁ ୧୮୦୦୦-୧୨୦୦-୨୩୨ ନମ୍ବର ଜାରି କରାଯାଇ୍ଛି । ଜିଏସଟି ହେଲପ ଡେସ୍କ ମଧ୍ୟ ଖୋଲାଯାଇଛି ।

ଏଥିପାଇଁ ଖୋଲାଯାଇଥିବା ଇମେଲଟି ହେଲା ‘ହେଲପଡେସ୍କ ଆଦରେଟ୍ ଜିଏସଟି ଡଟ୍ ଜିଓଭି ଡଟ୍ ଇନ୍’ । ଏତଦବ୍ୟତୀତ ଟେଲିଫୋନ ନମ୍ବରଟି ହେଲା ୦୧୨୪୮୮୮୯୯୯ । ଏହି ନମ୍ବରଟି ଟିକସଦାତାଙ୍କ ସହାୟତା ପାଇଁ ଖୋଲାଯାଇଥିବାବେଳେ ୦୧୨୪୪୪୭୯୯୦୦ ନମ୍ବରଟି ଟିକସ ଅଧିକାରୀଙ୍କ ପାଇଁ ଖୋଲାଯାଇଛି ।

ଏହାସହ ମଧ୍ୟ ପଢନ୍ତୁ- ଜାଣନ୍ତୁ ସେହି ୮ଟି ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆପଣ ଜିଏସଟି ସଂପର୍କରେ ଜାଣିବା ଉଚିତ