ମୋବାଇଲରେ ରଖନ୍ତୁ ଏହି ଆପ ! ଜିଏସଟିକୁ ନେଇ କେବେ ହୋଇ ନପାରନ୍ତି ଠକାମିର ଶିକାର

27

ଗତ ଶୁକ୍ରବାର ଜିଏସଟି ପରିଷଦର ୨୨ତମ ବୈଠକରେ ପାଖାପାଖି ୨୭ଟି ସାମଗ୍ରୀର ଦାମରେ ପରିବର୍ତ୍ତନ ଅଣାଯାଇଛି । ଯେଉଁଥିରେ ଅଣ ବ୍ରାଣ୍ଡେଡ୍ ନମକିନ, ଅଣ ବ୍ରାଣ୍ଡେଡ୍ ଆୟୁର୍ବେଦ ଔଷଧ, ରବର, ପ୍ଲାଷ୍ଟିକ୍ ଏବଂ କାଗଜର ବର୍ଜ୍ୟବସ୍ତୁ, ଶିଶୁ ଖାଦ୍ୟ, ଖାକରା ଓ ଚପାତି ଆଦି ଉପରେ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଜରି କାମ, ଇମିଟେସନ୍ ଗହଣା ଏବଂ ଛପା ସାମଗ୍ରୀ ଉପରେ ଜିଏସଟି ମଧ୍ୟ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ହାତ ତିଆରି ସୂତା ଉପରୁ ଜିଏସଟି ୧୨ ପ୍ରତିଶତକୁ କରାଯାଇଛି ।

ଏହା ସତ୍ୱେ ବି କେଉଁ ସାମଗ୍ରୀ ଉପରେ କେତେ ଜିଏସଟି ରେଟ୍ ଦେବାକୁ ପଡିବ, ତାହା ମନେ ରଖିବା ଟିକିଏ କଷ୍ଟକର ହୋଇପାରେ । ଯାହାଦ୍ୱାରା ଆପଣଙ୍କୁ କୌଣସି ବି ଦୋକାନୀ ବା ବ୍ୟବସାୟୀ ଜିଏସଟି ରେଟ୍ ନାଁରେ ଭୁଆଁ ବୁଲାଇ ପାରନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କର ସହୟତା କରିବା ପାଇଁ କେନ୍ଦ୍ର ସରକାର ଏକ ଆପ ଲଂଚ କରିଛନ୍ତି । ଯାହାଦ୍ୱାରା ଆପଣ ଜିଏସଟି ରେଟ୍ ସଂମ୍ବନ୍ଧିୟ ସମସ୍ତ ସୂଚନା ଏହି ଆପ ଜରିଆରେ ପାଇପାରିବେ ।

କେନ୍ଦ୍ର ସରକାର ଜାରି କରିଥିବା ଏହି ଆପଟି ହେଉଛି ‘ଜିଏସଟି ରେଟ୍ ଫାଇଣ୍ଡର’ ଆପ । ଯାହାକୁ ଆପଣ ଅଫଲାଇନରେ ବି ବ୍ୟବହାର କରିପାରିବେ । ଏଥିରେ ସମସ୍ତ ସାମଗ୍ରୀ ଉପରେ ଆଦାୟ କରାଯାଉଥିବା ଜିଏସିଟି ରେଟ୍ ଏବଂ ଅନ୍ୟ ସାମଗ୍ରୀଗୁଡିକ ଉପରେ ସମସ୍ତ ଖବର ନଜର ଆସିଥାଏ । ଏହି ଆପଟି କୌଣସି ବି ସ୍ମାର୍ଟଫୋନରେ ଡାଉନଲୋଡ କରିପାରିବେ । ଖାଲି ଏତିକି ନୁହେଁ, ଏହି ଆପରେ ଭିନ୍ନ ଭିନ୍ନ ରେଟ୍ ବାବଦରେ ସାମଗ୍ରୀକୁ ୭ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଏଭଳି ପ୍ରକାରର ସର୍ଭିସେସକୁ ମଧ୍ୟ ୫ଟି ଶ୍ରେଣୀରେ ବାଂଟି ଦିଆଯାଇଛି । ଆପଣ ଚାହିଁଲେ ଏହି ଶ୍ରେଣୀକୁ ଯାଇ ସାମଗ୍ରୀ ଉପରେ ଲାଗିଥିବା ଜିଏସଟି ରେଟକୁ ଜାଣିପାରିବେ କିମ୍ବା ଆପଣ ସର୍ଚ୍ଚ ଅପସନ ଜରିଆରେ ମଧ୍ୟ କୌଣସି ବି ସାମଗ୍ରୀର ରେଟ୍ ଜାଣି ପାରିବେ ।

ଏହି ଆପରେ ଆପଣଙ୍କୁ ଗୋଟିଏ ଜାଗାରେ ହିଁ ସବୁ ସାମଗ୍ରୀ ଏବଂ ସେବାର ରେଟ୍ ଦେଖିପାରିବେ । ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ତେବେ ଏହି ଆପ ଜରିଆରେ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଜିଏସଟି ରେଟ୍ ସଂପର୍କିତ ଖବର ପାଇବା ସହିତ କୌଣସି ବି ପ୍ରକାରର ଅବୈଧ ଆଦାୟରୁ ନିଜକୁ ରକ୍ଷା କରିପାରିବେ ।

ସୌଜନ୍ୟ: ଆଜତକ୍