ଏମଆରପିରେ ସାମିଲ ଥାଏ ଜିଏସଟି ! ବୁଝନ୍ତୁ ଆପଣ ଦେଉଥିବା ବିଲର ପୂରା ଗଣିତ

59

ଦେଶରେ ଐିତିହାସିକ ବିଲ ତଥା ଜିଏସଟି ଲାଗୁ ହେବା ଲୋକଙ୍କଠାରେ ଦେଖାଦେଇଛି ତିବ୍ର ଅସନ୍ତୋଷ । କାରମ ଏବେବି ଲୋକେ ଜିଏସଟିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଖାଲି ଦ୍ୱନ୍ଦ୍ୱରେ ନୁହେଁ ବରଂ ଲୋକଙ୍କୁ ଏଥିପାଇଁ ବିଭିନ୍ନ ଠକାମିର ବି ଶିକାର ହେବାକୁ ମଧ୍ୟ ପଡିଛି । ସେ ଯାହା ହେଉନା କାହିଁକି ଜିଏସଟି ଲାଗୁ ହେବା ପରେ ଏବେ ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ବି ନିୟମ ମାନି ଚାଲିବାକୁ ପଡିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କୌଣସି ବି ଜିନିଷ ବା ସେବାର ଏମଆରପିରେ ଜିଏସଟି ମିଶିକରି ଥାଏ । ଯାହାର ସିଧା ଅର୍ଥ ଏହା ହେଲା କି ଯଦି କୌଣସି ବି ଦୋକାନୀ କିମ୍ବା ସେବାପ୍ରବକ୍ତା ଆପଣଙ୍କଠାରୁ ଏମଆରପି ଉପରେ ଜିଏସଟି ଚାର୍ଜ କରୁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଏମଆରପି ଉପରେ ଚାର୍ଜ କରାଯାଇଥିବା ଟାକ୍ସ ରାଶି ଦୋକାନୀ ପକେଟକୁ ହିଁ ଯାଇଥାଏ । ଏମଆରପିର ଅଥ ସର୍ବାଧିକ ଖୁଚୁରା ମୂଲ୍ୟ ବା ମାକ୍ସିମମ ରିଟେଲ ପ୍ରାଇସ ହୋଇଥାଏ । ଆଉ ଏହି ମୂଲ୍ୟରେ ସମସ୍ତ ପ୍ରକାରର ଟାକ୍ସ ସାମିଲ ବି ରହିଥାଏ । କାରଣ କୌଣସି ବି ପ୍ରଡକ୍ଟର ଏମଆରପି ସବୁ ପ୍ରକାରର ଟାକ୍ସକୁ ସମ୍ମିଳିତ କରି ଧାର୍ଯ୍ୟ କରାଯାଇଥାଏ ।

ଜାଣନ୍ତୁ କିଭଳି ସ୍ଥିର ହୋଇଥାଏ କେଉଁ ଜିନିଷ ଉପରେ କେତେ ଟାକ୍ସ

ଚାଟାର୍ଡ ଆକାଉଂଟାଂଟ ଅଙ୍କିତ ଗୁପ୍ତା ନିକଟରେ ଏକ ଉଦାହରଣ ଦେଇ କହିଥିଲେ କି, ଧରି ନିଅ ଆପଣ ଗୋଟିଏ ଚକଲେଟର ପ୍ୟାକେଟ କିଣିଛନ୍ତି । ଯାହାର ଏମଆରପି ୧୦୦ଟଙ୍କା ରହିଛି । ଏଥିରେ ପାଂଚ ପ୍ରତିଶତ ଜିଏସଟି ଲାଗିଥାଏ । ଯାହାର ଅର୍ଥ ହେଲା କି ୧୦୦ଟଙ୍କାରେ ୫ ପ୍ରତିଶତ ଜିଓସଟି ଦର ବି ସାମିଲ ରହିଛି । ତେବେ ଆପଣଙ୍କ ଜିନିଷ ବାସ୍ତବ ମୂଲ୍ୟ ହେଲା (100/105 X 100= 95.23) 95.23  ଟଙ୍କା । ସେହିପରି ଯଦି ଏହି ଚକଲେଟର ପ୍ୟାକେଟ ଉପରେ ୧୨ ପ୍ରତିଶତ ଜିଏସଟି ରହିଛି ଏବଂ ଏମଆରପି ୧୦୦ ଟଙ୍କା ଅଟେ ତେବେ ଏହାର ଦର (100/112 X 100 = 89.28) 89.28 ଟଙ୍କା ହେଲା ଏବଂ ବାକି ଭାଗ ଜିଏସଟିର ହେଲା ।

ଧ୍ୟାନ ରଖିବେ କି ଏମଆରପି ଏବଂ କୌଣସି ବି ବସ୍ତୁର ମୂଲ୍ୟରେ ଅନ୍ତର ରହିଥାଏ । ଯେପରିକି କୌଣସି ହୋଟେଲ ବା ରେଷ୍ଟୁରାଂଟର ମେନୁ କାର୍ଡରେ ଦର୍ଶାଯାଇଥିବା ଦାମ ସେହି ବସ୍ତୁର ଏମଆରପି ହୋଇନଥାଏ । ଏଭଳି ପରିସ୍ଥିତିରେ ଜିଏସଟି ଏହି ମୂଲ୍ୟ ଉପରେ ହିଁ ଲାଗିଥାଏ । ଏଭଳି ଭାବେ ଯଦି କୌଣସି ସେବାଦାତା ଆପଣଙ୍କୁ କୌଣସି ସେବା ଦେଉଛନ୍ତି ଏବଂ ସେ ଆପଣଙ୍କୁ କେବଳ ସେହି ସେବା ବଦଳରେ ଦିଆଯାଇଥିବା ଅର୍ଥରାଶି ହିଁ ମାଗିଛନ୍ତି ତେବେ ଏହି ସେବା ଉପରେ ଅତିରିକ୍ତ ଜିଏସଟି ଲାଗୁ କରାଯିବ । କେବଳ ଏମଆରପି ସ୍ଥତିରେ ହିଁ ଜିଏସଟିର ରାଶି ଜିନିଷ ବା ସେବା ସହିତ ସାମିଲ ହୋଇଥାଏ । ଯଦି କୌଣସି ଦୋକାନୀ ଆପଣଙ୍କୁ ଜିନିଷର ଏମଆରପି ଉପରେ ଜିଏସଟି ଲଗାଇ ବିଲ ଦେଉଛନ୍ତି ତେବେ ଏହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । ଆପଣ ଏହି ବିଲ ଉପରେ ଅସହମତି ଦେଖାଇ ପାରିବେ ।