ଜିଏସଟି ଦଣ୍ଡ ! ଏଣିକି ୧୦୦ ଟଙ୍କାର ରିଚାର୍ଜ ଉପରେ ମିଳିବ ମାତ୍ର ଏତିକି ବାଲାନ୍ସ

37

ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସାରା ଦେଶରେ ଲାଗୁ ହେଲା ଐତିହାସିକ ଜିଏସଟି । ଅନ୍ୟପଟେ ଜିଏସଟି ଲାଗୁ ହେବାଦ୍ୱାରା ଲୋକମାନଙ୍କର ଦ୍ୱନ୍ଦ ଆହୁରୀ ବଢିଯାଇଛି ଏବଂ ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ମୋବାଇଲ୍ ୟୁଜର୍ସ । ୟୁଜର୍ସମାନେ ଚିନ୍ତିତ ଅଛନ୍ତି କି ଏବେ କେତେ ଟଙ୍କାର ରିଚାର୍ଜ କଲେ କେତେ ଟଙ୍କାର ଟକ୍ ଟାଇମ୍ ମିଳିବ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ଅଧିକ ସୂଚନା ।

ଏଠାରେ କହି ରଖୁଛୁ କି, ଜିଏସଟି ଦ୍ୱାରା ଦୂରସଂଚାର ସେବାଗୁଡିକ ଉପରେ ଯେଉଁଠି ୧୫ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା ସେହିଠାରେ ଏଣିକି ୧୮ ପ୍ରତିଶତ କର ଲାଗିବ । ଅର୍ଥାତ୍ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ୟୁଜର୍ସଙ୍କୁ ୩ ପ୍ରତିଶତ ଟିକସ ଦେବାକୁ ପଡିବ । ଅର୍ଥାତ୍ ୧୦୦ ଟଙ୍କାର ରିଚାର୍ଜ ଉପରେ ଆପଣଙ୍କୁ କେବଳ ୮୨ ଟଙ୍କା ମିଳିବ ।

ବର୍ତ୍ତମାନର ଟ୍ୟାକ୍ସ ରେଟ୍ ମୁତାବକ, ଯଦି ଆପଣ ଜଣେ ପୋଷ୍ଟପେଡ୍ ୟୁଜର ଅଟନ୍ତି ଏବଂ ଏଯାବତ୍ ଆପଣଙ୍କ ନିକଟକୁ ୫୦୦ ଟଙ୍କାର ବିଲ୍ ଆସୁଛି । ତେବେ ଏବେ ଆପଣଙ୍କୁ ୧୮ ପ୍ରତିଶତ ଟିକସ ସହିତ ୫୯୦ ଟଙ୍କା ଦେବାକୁ ପଡିବ । ସେହିପରି ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ମଧ୍ୟ ସମାନ ପରିସ୍ଥିତି ୧୦୦ ଟଙ୍କାର ଟପ୍ ଅପ୍ ଭାଉଚର ରିଚାର୍ଜ କରିବାଦ୍ୱାରା କେବଳ ୮୨ ଟଙ୍କା ମିଳିବ, ଯେବେକି ପୂର୍ବରୁ ଆପଣଙ୍କୁ ୮୫ ଟଙ୍କା ମିଳୁଥିଲା ।

ଏହାସହ ମଧ୍ୟ ପଢନ୍ତୁ- ଜିଏସଟି ଲାଗୁ ହେବା ପରେ କଣ ହେବ ଶସ୍ତା ଓ କଣ ହେବ ମହଙ୍ଗା