ଜୁୁଲାଇରୁ ସହଜ ହେବ ନାହିଁ ସୁନାର କ୍ରୟ ଆଉ ବିକ୍ରୟ ! ଜାଣନ୍ତୁ କଣ ରହିଛି ଜିଏସଟିର ପ୍ରଭାବ

47

ଜିଏସଟି ଲାଗୁ ହେବାପରେ ସୁନା, ରୂପା ଓ ଡାଏମଣ୍ଡ ଆଦି ଅଳଙ୍କାର କିଣାବିକା ଆପଣଙ୍କ ପାଇଁ ହୋଇପାରେ ମହଙ୍ଗା । ଖାଲି ସେତିକି ନୁହେଁ, ଆପଣଙ୍କୁ ଅଳଙ୍କାର କିଣିବାଠାରୁ ଆରମ୍ଭ କରି ବିକିବା ଯାଏଁ ଅନେକ ନିୟମକାନୁନର ସାମ୍ନା କରିବାକୁ ପଡିବ । ତେଣୁ ଆପଣଙ୍କୁ ଏଥିପାଇଁ ଅଳଙ୍କାର କ୍ରୟ ଓ ବିକ୍ରୟ ଉପରେ ହୋଇଥିବା ନିୟମ ସଂପର୍କରେ ଜ୍ଞାନ ରହିବା ଆବଶ୍ୟକ ।

ତେବେ ଜୁଲାଇରୁ ଗ୍ରାହକଙ୍କୁ ଅଳଙ୍କାର କିଣିବାଠାରୁ ଆରମ୍ଭ କରି ବିକ୍ରୀ କରିବା ପର୍ଯ୍ୟନ୍ତ ଟାକ୍ସ ଦେବାରୁ ପଡିବ । ଯଦିଓ ଏନେଇ କୌଣସି ପ୍ରଭାବ ଅଳଙ୍କାର ଇଣ୍ଡଷ୍ଟ୍ରି ଉପରେ ପଡି ନପାରେ । ତେବେ ଜିଏସଟି ଲାଗୁ ହେବାପରେ ଆପଣଙ୍କୁ କେଉଁ କଥା ଉପରେ ଗୁରୁତ୍ୱ ଦେବାକୁ ପଡିବ ସେ ସଂପର୍କରେ ଆସନ୍ତୁ ଜାଣିବା ।

ଜ୍ୟୁଏଲାରୀ ଦେଇ ପାରିବ ନାହିଁ ୧୦ ହଜାରଠାରୁ ଅଧିକ କ୍ୟାସ୍

ଅଲ୍ ଇଣ୍ଡିଆ ଜେମ୍ସ ଆଣ୍ଡ ଜ୍ୟୁଏଲାରୀ ଟ୍ରେଡ୍ ଫେଡେରେସନର ଚେୟାରମ୍ୟାନ ନିତିନ ଖଣ୍ଡେଲୱାଲ୍  କହିଛନ୍ତି, ଜିସେଟିରେ ଜ୍ୟୁଏଲାରୀ ତଥା ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କାରୁ ଅଧିକ କ୍ୟାସ ଟ୍ରାନ୍ସକସନ କରିପାରିବ ନାହିଁ । ଅର୍ଥାତ୍, ଯଦି ଆପଣ  ୪ କିମ୍ବା ୫ ଗ୍ରାମର ଅଳଙ୍କାର ବିକୁଛନ୍ତି ଏବଂ ତାହାର ଆମାଉଂଟ୍ ୧୧,୦୦୦୦ ଟଙ୍କା କହୁଛନ୍ତି ତେବେ ବି ଅଳଙ୍କାର ପାଇଁ ଆପଣଙ୍କୁ ପ୍ରେମେଂଟ୍ ଚେକ୍ ମାଧ୍ୟମରେ ହିଁ କରିବାକୁ ପଡିବ । ଏଥିସହିତ ଆପଣଙ୍କୁ ପୁରୁଣା ଅଳଙ୍କାର ବିକିବାଦ୍ୱାରା ହୋଇଥିବା ଇନକମକୁ ନିଜର ଇନକମ୍ ଟାକ୍ସ ରିଟର୍ନରେ ମଧ୍ୟ ଦେଖାଇବାକୁ ପଡିବ ।

ଅଳଙ୍କାର ବିକି ନୁଆ ଅଳଙ୍କାର କିଣିଲେ ଦେବାକୁ ପଡିବ ୨ ଥର ଟାକ୍ସ

ଯଦି ଆପଣ ୫୦ ଗ୍ରାମର ଅଳଙ୍କାର ବିକ୍ରୀ କରି ତା ବଦଳରେ ୭୦ ଗ୍ରାମର ନୁଆ ଅଳଙ୍କାର କିଣୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଦୁଇଥର ଟାକ୍ସ ଦେବାକୁ ପଡିବ । ତେବେ ପୁରୁଣା ଅଳଙ୍କାର ବା ୫୦ ଗ୍ରାମ ଉପରେ ୩ ପ୍ରତିଶତ ରିଟର୍ନ ଟାକ୍ସ ଚାର୍ଜ ଦେବାକୁ ପଡିବା ବେଳେ  ନୁଆ ଅଳଙ୍କାର ପାଇଁ ବା ୭୦ ଗ୍ରାମ ଉପରେ ଅଲଗା ୩ ପ୍ରତିଶତ ଟାକ୍ସ ଦେବାକୁ ପଡିବ ।

୧୦ ହଜର ଟଙ୍କାରୁ ଅଧିକ ଟ୍ରାନ୍ସକସନ ହେବ ରେକର୍ଡ

ଏଯାବତ୍ ୨ ଲକ୍ଷର ଅଳଙ୍କାର କିଣିବା ଉପରେ ଗ୍ରାହକଙ୍କୁ ପ୍ୟାନ କାର୍ଡ ଦେବା ଜରୁରୀ ଅଟେ । ଏବଂ ଗ୍ରାହକଙ୍କୁ ୧୦ ହଜାର ଟଙ୍କାରୁ ଅଧିକ ଅଳଙ୍କାର ବିକିବା ଉପରେ ମଧ୍ୟ ତଦାରଥ ତଥା ଯାଂଚ  କରାଯିବ । ତେବେ ଏପରି କରିବାଦ୍ୱାରା ଟ୍ରାନ୍ସକସନର ସମସ୍ତ ତଥ୍ୟ ଅଟୋ ରେକର୍ଡ ଆପଣା ଛାଏଁ ହୋଇଯିବ ।

ଏହା ସହ ମଧ୍ୟ ପଢନ୍ତୁ-ମାଡି ଆସୁଛି ବଡ଼ ବିପଦ ! ଜୁନ୍ ୩୦ରେ ପୃଥିବୀ ସହ ମୁହାଁମୁହିଁ ହୋଇପାରେ କ୍ଷୁଦ୍ରଗ୍ରହ, କଣ ରହିପାରେ ପ୍ରଭାବ