ଜିଏସଟିକୁ ନେଇ ଗୋଟିଏ ସତ୍ୟ ! ଯାହା ସଂପର୍କରେ ଜନତା ଅଜ୍ଞ

20

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହୋଇଛି ଐତିହାସିକ ଜିଏସଟି । କିନ୍ତୁ ଜିଏସଟି ସଂପର୍କରେ ଏକ ଏଭଳି ସତ୍ୟ ରହିଛି ଯାହାକୁ ସରକାର ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି । ତେବେ ସେ ସତ୍ୟଟି କଣ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଜାତୀୟ ଗଣମାଧ୍ୟମ ଅମର ଉଜାଲାରେ ପ୍ରକାଶିତ ଖବର ମୁତାବକ, ଶନିବାର ଦିନ ଚଣ୍ଡିଗଡରେ ବ୍ୟବସାୟୀମାନେ ଜିଏସଟି ଆଧାରରେ ବିଲିଂ କରିଥିଲେ । ଏହାକୁ ନେଇ ଅଧିକାଂଶ ଗ୍ରାହକଙ୍କ ଅଭିଯୋଗ ରହିଛି କି ସେମାନଙ୍କଠାରୁ ସିଜିଏସଟି ଓ ଏସଜିଏସଟି ରୂପରେ ବିଲିଂରେ ଟିକସ ଆଦାୟ କରାଯାଇଛି । ତେବେ ଏହି ସମ୍ବନ୍ଧରେ ଟିକସ ଏକ୍ସପର୍ଟ ଆଡଭୋକେଟ୍ ଅଜୟ ଜଗ୍ଗା ସୂଚନା ଦେଇଛନ୍ତି କି ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଜାଗରୁକତା ମନୋଭାବ ରହିବା ଆବଶ୍ୟକ । ସେ ଏଥିପାଇଁ ଚଣ୍ଡିଗଡର ଏକ୍ସାଇଜ୍ ଆଣ୍ଡ୍ ଟ୍ୟାକ୍ସସନ କମିଶନର ଅଜିତ୍ ବାଲାଜି ଜୋସିଙ୍କଠାରେ ଦାବି କରିଛନ୍ତି କି, ବ୍ୟବସାୟୀଙ୍କୁ ଏସଂପର୍କରେ ସେ ଜାଗ୍ରତ କରାନ୍ତୁ କି କେଉଁଠାରେ ସିଜିଏସଟି ଲାଗିବ ଓ କେଉଁଠି ଏସଜିଏସଟି, ୟୁଟିଜିଏସଟି ଏବଂ ଆଇଜିଏସଟି ଲଗାଇବା ଆବଶ୍ୟକ ।

ଅଜୟ କହିଛନ୍ତି କି, ଜିଏସଟି ଅଧିନରେ ଚାରିଟି ଆକ୍ଟ ରହିଛି । ତେବେ ପ୍ରଥମଟି ହେଲା, କେନ୍ଦ୍ର ସ୍ତରରେ ଅର୍ଥାତ୍ ସିଜିଏସଟି, ଅନ୍ୟଟି ରାଜ୍ୟ ସ୍ତରରେ ଅର୍ଥାତ୍ ଏସଜିଏସଟି, ତୃତୀୟଟି କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ଅର୍ଥାତ୍ ୟୁଟିଜିଏସଟି ଏବଂ ଚତୁର୍ଥଟି ହେଲା ଅନ୍ତରାଜ୍ୟୀୟ ଲେନଦେନ୍ ସ୍ତରରେ ଅର୍ଥାତ୍ ଆଇଜିଏସଟି ।

ଅଜୟ ପୁଣି ମଧ୍ୟ କହିଛନ୍ତି, ସାଧାରଣତଃ ଗୋଟିଏ ପଦାର୍ଥର ବିକ୍ରୀ ଉପରେ କୌଣସି ବି ରାଜ୍ୟରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବାଦ୍ୱାରା ଏହାର ୯ ପ୍ରତିଶତ ସିଜିଏସଟି ଓ ବାକି ୯ ପ୍ରତିଶତ ଏସଜିଏସଟି ଆଦାୟ କରାଯିବ । ତେବେ ଚଣ୍ଡିଗଡରେ ଟ୍ୟାକ୍ସ ସଂପର୍କରେ ସେ କହିଛନ୍ତି କି, କେନ୍ଦ୍ର ଶାସିତ ପ୍ରଦେଶରେ ସିଜିଏସଟି ସହିତ ଏସଜିଏସଟି ନିଆଯାଇପାରିବ ନାହିଁ , ବରଂ ଚଣ୍ଡିଗଡରେ ବିଲିଂ ସମୟରେ ସିଜିଏସଟି ସହ ୟୁଟିଜିଏସଟି ଆଦାୟ କରାଯିବା କଥା ।

ଏହାସହ ମଧ୍ୟ ପଢନ୍ତୁ- ଜିଏସଟି ଲାଗୁ ହେବା ପୂର୍ବରୁ ବଦଳାଇ ଦିଅନ୍ତୁ ଆପଣଙ୍କ ଏହି ଅଭ୍ୟାସ୍ ! ନଚେତ୍ ହୋଇପାରେ ୫ ବର୍ଷ ପାଇଁ ଜେଲ୍