ନଭେମ୍ବରରେ ଲାଭ ଦେବ ଜିଏସଟି ! ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା

55

ନଭେମ୍ବର ମାସରେ ଜିଏସଟି କାଉଂସିଲ ସାଧାରଣ ଜନତାଙ୍କ ସମେତ କିଛି ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟକୁ ଉପହାର ଭେଟି ଦେବାକୁ ଯାଉଛି । ସୂଚନା ମୁତାବକ, ୧୦ ନଭେମ୍ବରରେ ଗୌହାଟୀରେ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସାଧାରଣ ଜନତାଙ୍କୁ ଯେଉଁଠି ଶସ୍ତା ବସ୍ତୁ ଏବଂ ସେବା ଉପହାର ଆଧାରରେ ମିଳିପାରେ ସେହିପରି ବ୍ୟବସାୟଗୁଡିକ ଉପରେ ମଧ୍ୟ ଟାକ୍ସର ଭାର କମ୍ କରାଯିବାରର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ କଂପୋଜିସନ ସ୍କିମକୁ ନେଇ ଆସାମ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ଏକ ଟିମ ଏହା ଉପରେ କିଛି ଗୁରୁତ୍ୱ ପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଯାହାକୁ ଜିଏସଟି ପରିଷଦ ଗ୍ରହଣ କରି ପାରନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ନଭେମ୍ବରରେ କେଉଁ କେଉଁ ଜିନିଷ ଶସ୍ତା ହୋଇପାରେ ।

ବାହାର ଖାଦ୍ୟ ହେବ ଶସ୍ତା

ମନ୍ତ୍ରୀ ମଣ୍ଡଳ ପରାମର୍ଶ ଦେଇଛନ୍ତି କି, ଏସି ରେଷ୍ଟୁରାଂଟରେ ଲାଗୁ ହୋଇଥିବା ୧୮ ପ୍ରତିଶତ ଜିଏସଟିକୁ ହ୍ରାସ କରାଯାଇ ତାକୁ ୧୨ ପ୍ରତିଶତ କରି ଦିଆଯାଉ ବୋଲି । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ପୂର୍ବରୁ ଏସି ହୋଟେଲରେ ଲାଗୁ ହେବାକୁ ଥିବା ରେଟକୁ କମାଇବା ନେଇ ସଂକେତ ଦେଇ ସାରିଛନ୍ତି । ମିଳିଥିବା ସୂଚନାରୁ ଯାହା ଜଣା ପଡିଛି, ୧୦ ନଭେମ୍ବରକୁ ବୈଠକରେ ପରିଷଦ ଏସି ହୋଟେଲରେ ଲାଗୁ ହେବାକୁ ଥିବା ରେଟକୁ ହ୍ରାସ ନିଶ୍ଚୟ କରିପାରନ୍ତି । ଏହାଦ୍ୱାରା ଆପଣଙ୍କୁ ଏସି ହୋଟେଲରେ ଖାଦ୍ୟ ଖାଇବା ଉପରେ କମ ବିଲ୍ ପରିଶୋଧ କରିବାକୁ ପଡିବ ।

କଂପୋଜିସନ ସ୍କିମ ଆଧାରରେ ମିଳିବ ଲାଭ

କଂପୋଜିସନ ସ୍କିମର ସୀମା ୧ କୋଟିରୁ ବୃଦ୍ଧି କରାଯାଇ ଦେଢ କୋଟି କରାଯାଇପାରେ । ଏହାଦ୍ୱାରା ଅନେକ ବ୍ୟବସାୟ ଏହାର ପରିସରରେ ଆସିପାରନ୍ତି । ଏହାବ୍ୟତୀତ ମାନ୍ୟୁଫାକଚର୍ସ ବିକ୍ରି ଉପରେ ୨ ସ୍ଥାନରେ ୧ ପ୍ରତିଶତ, ରେଷ୍ଟୁରାଂଟ ପାଇଁ ୫ ବଦଳରେ ୧ ପ୍ରତିଶତ ଏବଂ ଟ୍ରେଡର୍ସ ପାଇଁ ୧ ବଦଳରେ ୦.୫ ପ୍ରତିଶତ କର ଦେବାକୁ ପରାମର୍ଶ ଦିଆଯାଇଛି ।

ସାଧାରଣ ଜନତାଙ୍କୁ ମିଳିବ ଆଶ୍ୱସ୍ତି

କଂପୋଜିସନ ସ୍କିମର ସୀମା ବୃଦ୍ଧି ଏବଂ ହୋଟେଲ ଓ ମାନ୍ୟୁଫାକଚର୍ସ ପାଇଁ ଟାକ୍ସ ଦର ହ୍ରାସ ପାଇବା ଦ୍ୱାରା ସାଧାରାଣ ଜନତାଙ୍କୁ ମଧ୍ୟ ଫାଇଦା ମିଳିବ । ଯଦି ଏଭଳି ହୁଏ ତେବେ ଏହି ସବୁ ହୋଟେଲରେ ଖାଇବା ଆପଣଙ୍କ ପାଇଁ ଅନ୍ୟ ହୋଟେଲଗୁଡିକ ତୁଳନାରେ ବହୁତ ଶସ୍ତା ହୋଇ ପାରେ ।

ଘର କିଣା ହୋଇପାରେ ଶସ୍ତା

ଏହି ବୈଠକରେ ରିୟଲ ଇଷ୍ଟେଟକୁ ଜିଏସଟି ପରିସରରେ ଅଣାଯାଇପାରେ । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସଂକେତ ମଧ୍ୟ ପୂର୍ବରୁ ଦେଇସାରିଛନ୍ତି ।

ଘରେ ବ୍ୟବହୃତ ସାମଗ୍ରୀ ହେବ ଶସ୍ତା

ମାନ୍ୟୁଫାକଚରିଂ ସେକ୍ଟରକୁ କଂପୋଜିସନ ସ୍କିମ ପରିସରରେ ଲାଗିବାକୁ ଯାଉଥିବା ଟାକ୍ସ ମାମଲାରେ ଆଶ୍ୱସ୍ତି ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯାହାଦ୍ୱାରା କି ଘର ବ୍ୟବହୃତ ଅନେକ ସାମଗ୍ରୀ ଯେପରିକି, ବାଥରୁମ ଟାଇଲ, ଷ୍ଟିଲ ଜିନିଷ ସମେତ ଅନ୍ୟ ଜିନିଷଗୁଡିକ ମଧ୍ୟ ଶସ୍ତା ହୋଇପାରେ ।

ଉଲ୍ଲେଖଯୋଗ୍ୟ ଯେ, ରାଜସ୍ୱ ସଚିବ ହଂସମୁଖ ଅଧିଆ ସୂଚନା ଦେଇ ସାରିଛନ୍ତି କି ୨୮ ପ୍ରତିଶତ ସ୍ତରରେ କିଛି ଉତ୍ପାଦଗୁଡିକର ରେଟ୍ କମ କରାଯାଇପାରେ । ଏହା ଉପରେ ୧୨ରୁ ୧୮ ପ୍ରତିଶତ ରେଟ୍ ଲଗାଯାଇପାରେ । ଏଭଳି ପରିସ୍ଥିତିରେ ୨୮ ପ୍ରତିଶତର ରେଂଜର ପରିସରରେ ଆସୁଥିବା ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇପାରେ ।

ସୌଜନ୍ୟ: ଆଜତକ୍