ଜିଏସଟି ନାଁରେ ଠକିପାରିିବେନି କୌଣସି ରେଷ୍ଟୁରାଂଟ କିମ୍ବା ହୋଟେଲ୍ ! ଜାଣନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ କଥା

61

୧ ଜୁଲାଇ, ୨୦୧୭ରୁ ସାରା ଦେଶରେ ଲାଗୁ ହୋଇଛି ଐତିହାସିକ ବସ୍ତୁ ଓ ସେବା କର (ଜିଏସଟି) । ଇତି ମଧ୍ୟରେ ପାଖାପାଖି ୫୦ ଦିନ ବିତିଯାଇଥିଲେ ସୁଦ୍ଧା ଏବେବି ଲୋକେ ଜିଏସଟିକୁ ନେଇ ଅନେକ ଦ୍ୱନ୍ଦ୍ୱରେ ରହିଛନ୍ତି । ଯେଉଁଥିରୁ ଗୋଟିଏ ହେଲା ହୋଟେଲ କିମ୍ବା ରେଷ୍ଟୁରାଂଟରେ ଲାଗୁ କରାଯାଇଥିବା ଜିଏସଟି ଚାର୍ଜ । ।

ତେବେ ଜିଏସଟି ଲାଗୁ ହେବା ଦ୍ୱାରା ହୋଟେଲ କିମ୍ବା ରେଷ୍ଟୁରାଂଟରେ ଖାଇବାଦ୍ୱାରା ଲୋକଙ୍କୁ ବିଲ୍ ସହିତ ଜିଏସଟି ଚାର୍ଜ ମଧ୍ୟ ଦେବାକୁ ପଡିଥାଏ । ଯଦି ଆପଣଙ୍କୁ ଏସଂପର୍କିତ ସଠିକ୍ ତଥ୍ୟ ନାହିଁ ତେବେ ଆପଣ ନିଶ୍ଚୟ ରୂପେ ଠକାମିର ଶିକାର ହୋଇପାରନ୍ତି । କାରଣ, ଏବେବି ଅନେକ ହୋଟେଲ ଏବଂ ରେଷ୍ଟୁରାଂଟ ରହିଛି ଯେଉଁମାନେକି ନିଜ ଇଚ୍ଛା ଅନୁସାରେ ଟ୍ୟାକ୍ସ ଚାର୍ଜ କରିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

ଯଦି ଆପଣ କୌଣସି ହୋଟେଲ କିମ୍ବା ରେଷ୍ଟୁରାଂଟକୁ ଖାଇବା ପାଇଁ ଯାଉଛନ୍ତି ତେବେ ବିଲରେ ଲଗାଯାଇଥିବା ଟ୍ୟାକ୍ସର ଯାଂଚ କରିବା ସମୟରେ ନିମ୍ନରେ ଦର୍ଶାଯାଇଥିବା ସୂଚନା ଉପରେ ଧ୍ୟାନ ଦେବା ଦରକାର ।

ସେବାଶୁଳ୍କ

କୌଣସି ବି ରେଷ୍ଟୁରାଂଟରେ ସେବାଶୁଳ୍କ ଦେବା ବାଧ୍ୟତାମୂଳକ ନୁହେଁ । ଖାଲି ସେତିକି ନୁହେଁ ଗ୍ରାହକମାନେ ଚାହିଁଲେ ବି ସେବାଶୁଳ୍କ ଦେବାକୁ ମନାକରିବାର ଅଧିକାର ମଧ୍ୟ ରହିଛି । କାରଣ ଏହାକୁ ସରକାର ଦ୍ୱାରା ଲଗାଯାଇନାହିଁ ।

ରେଷ୍ଟୁରାଂଟରେ ଲାଗୁ ହୋଇଥିବା ଜିଏସଟି ଦର୍

• ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଂଟମାନଙ୍କରେ ସାଧାରଣତଃ ଭିନ୍ନ ଭିନ୍ନ ଆକାରରେ ଜିଏସଟି ଦର ଲାଗୁ କରାଯାଇଛି ।

• ନନ୍ ଏସି ରେଷ୍ଟୁରାଂଟ / ନନ୍-ଆଲକୋହଲ୍ ସର୍ଭିସ୍ ଥିବା ହୋଟେଲମାନଙ୍କରେ ୧୨ ପ୍ରତିଶତ ଜିଏସଟି ଦର ଲାଗୁ କରାଯାଇଛି ।

• ଏସି/ଆଲକୋହଲ ସର୍ଭିସ୍ ଥିବା ହୋଟେଲମାନଙ୍କ ପାଇଁ ଜିଏସଟି ଦର ରହିଛି ୧୮ ପ୍ରତିଶତ ।

• ସେହିପରି ପଂଚ ତାରକା ହୋଟେଲମାନଙ୍କ ପାଇଁ ଜିଏସଟି ଚାର୍ଜ ୨୮ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।

କଣ ଏସଜିଏସଟି ଏବଂ ସିଜିଏସଟି 

ଅଧିକାଂଶ ଗ୍ରାହକ ଏସଜିଏସଟି ଓ ସିଜିଏସଟିକୁ ନେଇ ମୁଖ୍ୟତଃ ଦ୍ୱନ୍ଦ୍ୱରେ ରହିଥାନ୍ତି । ତେବେ ଏସିଜିଏସଟି ରାଜ୍ୟର ବସ୍ତୁ ଓ ସେବା କର ଉପରେ ପର୍ଯ୍ୟବେଶିତ ରହିଥିବାବେଳେ ସିଜିଏସଟି କେନ୍ଦ୍ରୀୟ ବସ୍ତୁ ଓ ସେବା ଉପରେ ଲାଗୁ ହୋଇଥାଏ । ଏହାବ୍ୟତୀତ, ଆପଣ ଯେଉଁ କର ପରିଶୋଧ କରୁଛନ୍ତି ତା’ର ପାଖାପାଖି ଅଧା ଅଂଶ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଇଥିବାବେଳେ ବାକି ଅଧା ଭାଗ କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଇଥାଏ ।

ହୋଟେଲ କିମ୍ବା ରେଷ୍ଟୁରାଂଟକୁ ଯାଇଛନ୍ତି ତାହା ଜିଏସଟି ଯୋଗ୍ୟ କି ନୁହେଁ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ସବୁ ରେଷ୍ଟୁରାଂଟ ବା ହୋଟଲ ଜିଏସଟି ଅର୍ନ୍ତଭୁକ୍ତ ନୁହେଁ । ଚାର୍ଜ ତେବେ ବିନା ପଂଜିକରଣ ଥିବା ବ୍ୟବସାୟଗୁଡିକରେ ଜିଏସଟିକୁ ଶୁଳ୍କ ଲଗାଇବାର ଅନୁମତି ଦିଆଯାଇନାହିଁ । ତେଣୁ ଆପଣ ଯେଉଁ ରେଷ୍ଟୁରାଂଟକୁ ଯାଇଛନ୍ତି ତାହା ପଂଜିକୃତ କି ନୁହେଁ ତାହା ଜାଣିବା ପାଇଁ ବିଲରେ ଦିଆଯାଇଥିବା ଜିଏସଟି ନମ୍ବରର ଯାଂଚ କରିପାରିବେ ।

ଭାଟ୍ ବନାମ ଜିଏସଟି

ଜିଏସଟିରୁ ବାଦ୍ ପଡିଛି ମାଦକଦ୍ରବ୍ୟ । ଏଥିପାଇଁ ଆପଣ ରେଷ୍ଟୁରାଂଟରେ ଯଦି ଖାଇବା ସହ ମଦ ପିଉଛନ୍ତି ତେବେ ଜିଏସଟି କେବଳ ଖାଦ୍ୟ ଉପରେ ହିଁ ଲାଗୁ ହେବ । ମଦ ଉପରେ ନୁହେଁ । ମଦ ଉପରେ କେବଳ ପୂର୍ବ ନିର୍ଦ୍ଧାରିତ ଭାଟ୍ ହିଁ ଲାଗିବ, ସେ ପୁଣି ଅଲଗା ।

ସୌଜନ୍ୟ: ଆଜତକ୍