ନିର୍ବାଚନ ପୂର୍ବରୁ ମୋଦି କରିପାରନ୍ତି ବଡ ଘୋଷଣା:  ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ବଡ ସୁବିଧା, ମାଲେମାଲ ହେବେ ଜନତା

756

ଯଦି ଆପଣ ମଧ୍ୟ ବେସରକାରୀ ଅଫିସରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଆଣିବାକୁ ଯାଉଛନ୍ତି ଏକ ବହୁତ ବଡ ଖୁସି ଖବର । ନିର୍ବାଚନ ପୂର୍ବରୁ କୋଟି କୋଟି ବେସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେବାକୁ ଯାଉଛନ୍ତି ଏକ ମହତପୂର୍ଣ୍ଣ ଯୋଜନା । ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା ଗ୍ରେଚ୍ୟୁଟି ମିଳିବାର ସମୟ ସୀମାକୁ କମାଇବାକୁ ଚେଷ୍ଟା କରୁଛନ୍ତି ସରକାର  । କାହିଁକି ନା ବର୍ତ୍ତମାନ ସମୟରେ କୌଣସି ବି ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ୫ ବର୍ଷ ଚାକିରୀ କରିବା ପରେ ଯାଇ ଗ୍ରେଚ୍ୟୁଟି ମିଳିବାର ନିୟମ ରହିଛି । ଯାହାକୁ ଏବେ କମାଇ ୩ ବର୍ଷ କରାଇବାକୁ ପ୍ରଧାନମନ୍ତ୍ରୀ ଯୋଜାନା କରୁଛନ୍ତି । ଶ୍ରମିକ ମନ୍ତ୍ରାଳୟ ତରଫରୁ ଏହି ସମୟସୀମାକୁ ଆହୁରି କମ୍ କରିବାକୁ ବିଚାରବିମର୍ଷ ଚାଲିଛି ।

ସ୍ଥାୟୀ କର୍ମଚାରୀଙ୍କ ଭଳି ଲାଭ ଦେବାକୁ ଉଦ୍ୟମ : ଯେଉଁ କର୍ମଚାରୀଙ୍କ କାର୍ଯ୍ୟକାଳ ୫ ବର୍ଷ ସେମାନଙ୍କୁ ମଧ୍ୟ ଗ୍ରେଚ୍ୟୁଟିର ଲାଭ ମିଳିବ । ସାମାନ୍ୟତଃ ଏଭଳି ଅନୁବନ୍ଧ ୧ କିମ୍ବା ୩ ବର୍ଷ ମଧ୍ୟରେ ହୋଇଥାଏ । କିନ୍ତୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା କରାଯାଉଛି ।

କ’ଣ ଏହି ଗ୍ରେଚ୍ୟୁଟି ? 

ଗ୍ରେଚ୍ୟୁଟି କର୍ମଚାରୀଙ୍କ ଦରମାର ସେହି ଭାଗ, ଯାହା କମ୍ପାନୀ କିମ୍ବା ନିଯୁକ୍ତକାରୀ କର୍ମଚାରୀଙ୍କୁ ବର୍ଷତମାମ ସେବାର ଫଳସ୍ୱରୁପ ଦେଇଥାଏ । ଅବସର ପରର ଲାଭାଶଂ ହେଉଛି ଗ୍ରେଚ୍ୟୁଟି । ଯାହା ଚାକିରୀ ଛାଡିବା ପରେ କିମ୍ବା ଚାକିରୀ ଅବସର ଶେଷ ହେବା ପରେ ନିଯୁକ୍ତକର୍ତ୍ତା ଦ୍ୱାରା କର୍ମଚାରୀଙ୍କୁ ଦିଆଯାଇଥାଏ ।

ନିୟମ ବଦଳିବା ପରେ କାହାକୁ ଏହାର ଫାଇଦା ମିଳିବ? 

ବର୍ଷେ ଦୁଇବର୍ଷ ଚାକିରୀ ବଦଳିବା ପରେ ଗ୍ରେଚ୍ୟୁଟିର ଲାଭ ମିଳିପାରିବ ନାହିଁ । ସରକାର ଏହି ସମୟସୀମାକୁ ୫ ବର୍ଷରୁ କମ୍ କରି ୩ ବର୍ଷ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଲେବର ୟୁନିୟନ୍ ଏହାକୁ ଘଟାଇ ଏଳବର୍ଷ କରିବାକୁ ଚାହୁଁଛନ୍ତି । ଯଦି ଏଭଳି ହେଲା ତେବେ ବେସରକାରୀ ସଂସ୍ଥାରେ କାମ କରୁଥିବା ୧ କୋଟି ୧୪ ଲକ୍ଷ ଲୋକଙ୍କୁ ଏଥିରେ ଲାଭ ମିଳିବ ।