ଏଣିକି ଭଡାଟିଆଙ୍କୁ ଘରୁ ତଡିପାରିବେନି କୌଣସି ବି ମାଲିକ ! ମୋଦି ଦେଲେ ‘ପାୱାର’, ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ନିୟମ
ସର୍ବପ୍ରଥମେ ଏଠାରେ ଆମେ କହିବାକୁ ଚାହିଁବୁ କି ମୋଦି ସରକାରଙ୍କର ଏହି ବ୍ୟବସ୍ଥା ସେହି ଲୋକଙ୍କୁ ମିଳିବ ଯେଉଁମାନେ କି ଭଡାରେ ଦୋକାନ ନେଇ ଚଳାଉଛନ୍ତି । ମଧ୍ୟକାଳୀନ ବଜେଟ ପୂର୍ବରୁ ମୋଦି ସରକାର ଭଡାରେ ଦୋକାନ ନେଇଥିବା ଲୋକଙ୍କୁ ଆସ୍ୱସ୍ତି ଦେଇପାରନ୍ତି । ଏହାଦ୍ୱାରା ଭଡାରେ ଦୋକାନ ଚଳାଉଥିବା ଲୋକଙ୍କୁ ଆଉ ଦୋକାନ ମାଲିକ ହଇରାଣ କରିପାରିବେ ନାହିଁ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମୋଦି ସରକାର ଗୁଜୁରାଟରେ Tenancy Actଆଣିବାକୁ ଯାଉଛନ୍ତି । ସୂତ୍ର ଅନୁସାରେ, ଗୁଜୁରାଟରେ ଏହି ଆକ୍ଟ ଲାଗୁ କରାଯିବ । ଏହି ଆଇନ ବଳରେ ଦୋକାନ ମାଲିକ ନିଜ ଭଡାଟିଆଙ୍କୁ ଦୋକାନରୁ ଆଉ ବେଦଖଲ କରିପାରିବେ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଭଡାଟିଆ ବଜାରରେ ଚାଲୁଥିଲା ଦରଦାମ ଅନୁସାରେ ଭଡା ଦେଉଛନ୍ତି ତେବେ ତାଙ୍କୁ ଦୋକାନରୁ ବେଦଖଲ କରିବା ସମ୍ଭବ ହେବ ନାହିଁ । ଏହି ଆକ୍ଟ ଅନୁସାରେ ସରକାର ଦୋକାନ ଭଡା ଧାର୍ଯ୍ୟ କରିବାର ଫର୍ମୂଲା ସ୍ଥିର କରାଯିବ । ଆପଣଙ୍କୁ ଆମେ ଏଠାରେ କହି ରଖୁଛୁ କି, ସରକାଙ୍କ ତରଫରୁ ୨୦୧୪ରେ Model tenancy actର ଏକ ଡ୍ରାଫ୍ଟ ଜାରି କରାଯାଇଥିଲା ।
କ୍ଷୁଦ୍ର ବ୍ୟବସାୟୀଙ୍କୁ ଦିଆଯିବ ଗୁରୁତ୍ୱ
ସରକାରଙ୍କର ଏହି ଡ୍ରାଫ୍ଟରେ କ୍ଷୁଦ୍ର ବ୍ୟବସାୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । କାହିଁକି ନା ଏହି ଆକ୍ଟରେ ଭଡା ଅଧିକ ଥିଲା, ଯାହାକୁ କ୍ଷୁଦ୍ର ବ୍ୟବସାୟୀମାନେ ଦେବାକୁ ଅସମର୍ଥ ଅଟନ୍ତି । କିନ୍ତୁ ଏବେ ନୂଆ ଆକ୍ଟରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଯାହାଦ୍ୱାରା ଭଡାରେ ଦୋକାନ ନେବା ବି ବହୁତ ସହଜ ହେବ । ମିଳିଥିବା ସୂଚନା ମୁତାବକ, ଭଡାଟିଆଙ୍କ ପାଇଁ ଖୁବ୍ ଶୀଘ୍ର ହିଁ ଏହି ନୂଆ ଆକ୍ଟ ଲାଗୁକରିଦିଆଯିବ । ଏହି ଆକ୍ଟରେ ଦୋକାନ ଭଡା ସ୍ଥିର କରିବାର ଫର୍ମୂଲା ମଧ୍ୟ ସାମିଲ ରହିବ ।