ସାବାଡ୍ ହେବେ ଉଦ୍ଧତ ପୁଅବୋହୂ ! ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ଆଣିଲେ ସରକାର, ବାପାମାଆଙ୍କର ଗୋଟିଏ ଅଭିଯୋଗରେ ରାସ୍ତାକୁ ଆସିଯିବେ ସନ୍ତାନ

2,164

ବୃଦ୍ଧା ବାପା-ମାଆଙ୍କ ସେବାକୁ ସରକାର ବର୍ତ୍ତମାନ ଆଇନ ପରିସରର୍ଭୁକ୍ତ କରିଛନ୍ତି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ସରକାରଙ୍କ ଏହିଆଇନ ଆଖିରେ ଧୂଳି ଦେଇପାରିବେ ନାହିଁ । କାରଣ ବରିଷ୍ଠ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି , ଯାହା ଦ୍ୱାରା ବୃଦ୍ଧା ବାପାମାଆଙ୍କୁ ହଇରାଣ କରୁଥିବା ସନ୍ତାନମାନଙ୍କୁ ସାବାଡା କରାଯାଇପାରିବ । ଆଉ କୌଣସି ଲୋକ ପରିଣତ ବୟସରେ ଘର ଛାଡି ବାର ଦୁଆର ହେବାକୁ ପଡିବ ନାହିଁ । ଏଭଳି କିଛି ସରକାରୀ ନିୟମ କାନୁନ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

• ଏହି ଅଧିକାରର ସଂରକ୍ଷଣ ପାଇଁ ୨୦୦୭ରେ ଦ ମେଂଟେନାନ୍ସ ଆଣ୍ଡ ୱେଲଫାୟର ଅଫ ପ୍ୟାରେଂଟ୍ସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ ଅଣାଯାଇଛି । ଯାହାକୁ ସାରା ଦେଶରେ ଲାଗୁ କରାଯାଇଛି । ସଂପତିରୁ ଭାଗ

• ଏହି ଆଇନ ଅନୁଯାୟୀ, ସନ୍ତାନ ଦ୍ୱାରା ଉଭୟ ଶାରିରୀକ ଏବଂ ମାନସିକ ରୂପରେ ନିର୍ଯାତିତ ହେବା ଉପରେ ବୃଦ୍ଧ ବାପାମାଆ ନିଜ ପିଲାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।

• ଯଦି ସନ୍ତାନମାନେ ବୃଦ୍ଧ ବାପାମାଆଙ୍କ ଭରଣ ପୋଷଣ କରିବାକୁ ମନା କରିଦିଅନ୍ତି ତେବେ ଏଥିପାଇଁ ବି ସେମାନେ କୋର୍ଟର ଦାରସ୍ଥ ହୋଇପାରିବେ ।

• ତେବେ ବୃଦ୍ଧ ବାପାମାଆଙ୍କ ଦ୍ୱାରା କରାଯାଇଥିବା ଅପିଲ ଉପରେ ସକ୍ଷମ ଅଧିକାରୀଙ୍କୁ ମାତ୍ର ୯୦ ଦିନ ଭିତରେ ହିଁ ମାମଲାର ସମାଧାନ ବା ନିଷ୍ପତି ହେବାକୁ ପଡିବ ।

• ଥାନାରେ ବୃଦ୍ଧ ବାପାମାଆଙ୍କ ଅଭିଯୋଗକୁ ବେଶି ପ୍ରାଥମିକତା ଦିଆଯିବାର ବି ବ୍ୟବସ୍ଥା ରହିଛି ।

• ଜାଣିକି ହେଉ କିମ୍ବା ଅଜାଣତରେ ହେଉ, ନିର୍ଯାତନା ଦିଆଗଲେ ଏବଂ ଘରୁ ବାହାର କରିବା ଭଳି ପରିସ୍ଥିତିରେ ଦୋଷୀ ଭାବରେ ପ୍ରମାଣିତ ହେଲେ ଅଭିଯୁକ୍ତ ସନ୍ତାନଙ୍କୁ ଅତି କମରେ ୬ ମାସ ଜେଲ ଦଣ୍ଡାଦେଶ ହେବାର ନିୟମ ରହିଛି ।

• ଓଲ୍ଡ ଏଜ ହୋମ ବା ବୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ଲୋକଙ୍କ ସଂପର୍କରେ ଥାନାରେ ଭେରିଫିକେସନ ହେବା ବି ବାଧ୍ୟତାମୂଳକ କରିଦିଆଯାଇଛି ।

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବୃଦ୍ଧ ବାପାମାଆଙ୍କର ପୁଅ ଠିକ୍ ଭାବେ ଯତ୍ନ ନନେଲେ କିମ୍ବା ହଇରାଣ କଲେ, ପୁଅକୁ ବାପାମାଆ ଉପହାର ସ୍ୱରୂପ ଦେଇଥିବା ସଂପତ୍ତି ଫେରାଇ ନେଇ ପାରିବେ। ସେହିପରି ଯଦି ପୁଅ ସମ୍ପତ୍ତିର ସଠିକ୍ ଦେଖାରେଖା କରିପାରୁନଥିବ, ତେବେ ବାପା-ମାଆ ଚାହିଁଲେ ସେହି ସମ୍ପତ୍ତିକୁ ଫେରାଇ ଆଣିପାରିବେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ରଞ୍ଜିତ୍ ମୋରେ ଓ ଜଷ୍ଟିସ୍ ଅନୁ ପ୍ରଭୁଦେଶାଙ୍କ ଖଣ୍ଡପୀଠ, ଟ୍ରିବ୍ୟୁନାଲର ଏକ ଆଦେଶକୁ କାଏମ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି।

ବାପାମାଆଙ୍କ ସେବା କରିବାକୁ ପୁଅ ବୋହୂ ବାଧ୍ୟ

ପୂର୍ବ ପ୍ରଚଳିତ ନିୟମ ଯଦିଓ ବର୍ତ୍ତମାନ ସମୟରେ ଜାରି ରହିଛି ତେବେ ଏଥିପାଇଁ ପୀଡିତାଙ୍କୁ ଉଭୟ ପୁଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥାଏ । ହେଲେ ସରକାରଙ୍କ ଏହି ନୂତନ ନିୟମରେ କିନ୍ତୁ ଆଉ ଏଭଳି ନାହିଁ । ଅଭିଯୋଗକାରୀମାନେ ଏଥିପାଇଁ କୌଣସି ଥାନା କିମ୍ବା କୋର୍ଟକୁ ନ ଯାଇ ଖାଲି ନୋଡାଲ ଅଫିସରଙ୍କ ନିକଟରେ ନିଜର ଅଭିଯୋଗ କରିପାରିବେ ଏବଂ ଯାହାଦ୍ୱାରା ସେମାନଙ୍କ ଭରଣ ପୋଷଣ ପାଇଁ ମିଳିବାକୁ ଯାଉଥିବା ଭତ୍ତା ପାଇଁ ହକଦାର ହୋଇପାରିବେ । ତେବେ ଏହି ଆଇନ ଆସିବା ଦ୍ୱାରା ଆଶା କରାଯାଉଛି କି, ଏହାଦ୍ୱାରା ଆଉ ବୃଦ୍ଧା ବାପାମାଆଙ୍କୁ କୌଣସି ଥାନା କିମ୍ବା କୋର୍ଟର ଚକ୍କର କାଟିବାକୁ ପଡିନପାରେ । ବଡ କଥା ହେଲା କି, ଏହାର ପୂରା ଗ୍ୟାରେଂଟି ନେଉଛନ୍ତି ଖୋଦ୍ ସରକାର । ହେଲେ ଏହାପୂର୍ବରୁ ସରକାର ବୃ୍ଦ୍ଧା ବାପାମାଆଙ୍କ ସେବା କରୁନଥିବା ସନ୍ତାନଙ୍କଠାରୁ ସେମାନଙ୍କ ଭରଣ ପୋଷଣ ପାଇଁ ଅର୍ଥ ଆଦାୟ କରିବେ । ଯାହାକୁ କି ସେମାନେ ଦେବାପାଇଁ ବାଧ୍ୟ ଅଟନ୍ତି ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସମୟରେ ସାମାଜିକ ନ୍ୟାୟ ଓ ସଶସ୍ତ୍ରୀକରଣ ମନ୍ତ୍ରାଳୟ ନିକଟରେ ଏଭଳି ଅନେକ ମାମଲା ରହିଛି । ଯେଉଁଥିରେ ପିଲାମାନେ ନିଜର ବୃଦ୍ଧା ବାପାମାଆଙ୍କ ନାମରେ ଥିବା ସଂପତିକୁ ବିକି ସେମାନଙ୍କୁ ନିଜ ଘରୁ ତଡି ଦେଇଥିବା ଅଭିଯୋଗ ରହିଛି ।