ସରକାରୀ ଚାକିରି ପାଇଁ ନୂଆ ନିୟମ ! ଏଣିକି ବଦଳି ଯିବ ଆପଣଙ୍କର ଭାଗ୍ୟ ! ଜାଣନ୍ତୁ କଣ ହେଲା ପରିବର୍ତ୍ତନ

73

ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ନିଯୁକ୍ତି କ୍ଷେତ୍ରରେ କରାଯାଇଥିବା ନିୟମରେ ସରକାର ଏବେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଯାହାଦ୍ୱାରା ଆଶାୟୀ ପ୍ରାର୍ଥୀଙ୍କୁ ବର୍ତ୍ତମାନ ଏହି ନୂଆ ନିୟମ ଆଧାରରେ ହିଁ ଚାକିରି ପ୍ରଦାନ କରାଯିବ । ତେବେ ଏହି ସରକାରଙ୍କ ଏହି ନୂଆ ନିୟମଗୁଡିକ କଣ ଆସନ୍ତୁ ଜାଣିବା ।

ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଉପସ୍ଥାପିତ କରିଥିବା ସାଧାରଣ ବଜେଟରେ ଏହି ନୂଆ ନିୟମ ସଂପର୍କରେ ଆଲୋଚନା କରିଛନ୍ତି । ଜେଟଲିଙ୍କ କହିବା ମୁତାବକ, ଚଳିତ ବର୍ଷ ତଥା ୨୦୧୮ ଆରମ୍ଭ ହେବା କ୍ଷଣି ହିଁ ସରକାରଙ୍କ ତରଫରୁ ଗ୍ରୁପ୍ ସି ଏବଂ ଡି ପଦବୀରେ ନିଯୁକ୍ତି ନେଇ ଇଷ୍ଟରଭିୟୁ ଭଳି ନିୟମକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ହରିୟାଣାରେ ମନୋହର ଲାଲ ସରକାର ଏହି ସାକ୍ଷାତକାର ପ୍ରଣାଳୀକୁ ପୂରା ପୁରି ବନ୍ଦ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ହରିୟାଣାରେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ନିଯୁକ୍ତି ପାଇଁ କୌଣସି ସାକ୍ଷାତକାର ହେବ ନାହିଁ । ଏଠାରେ ଆମେ କହି ରଖୁଛୁ କି, ତୃତୀୟ ଶ୍ରେଣୀରେ ସାଧାରଣତଃ ପୁଲିସ କର୍ମୀ, ଚାଳକ-ପରିଚାଳକ, ପଟୱାରୀ, ଟିଜିଟି, ଜେବିଟି, ସିଏଣ୍ଡିବି ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ଆସୁଥିବା ବେଳେ ଚତୁର୍ଥ ଶ୍ରେଣୀରେ ଚପରାସୀ, ଚୌକିଦାର, ମାଳି, ସଫେଇ କର୍ମଚାରୀ ଇତ୍ୟାଦି ସାମିଲ ଅଟନ୍ତି ।

ସୂଚନା ମୁତାବକ, ହରିୟାଣାରେ ଏବେ ଗ୍ରୁପ-ଡିର ସରକାରୀ ଚାକିରି ଜଣେ ଅଷ୍ଟମ ଶ୍ରେଣୀ ପାସ କରିଥିବା ବ୍ୟକ୍ତି ବି ପାଇପାରିବେ । ସରକାର ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମିଡିଲ ପାସ୍ ବୋଲି ନିର୍ଦ୍ଧାରିତ କରିଦେଇଛନ୍ତି । ସେହିପରି ଗ୍ରୁପ-ସି କ୍ଲର୍କ ପାଇଁ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ସହିତ କମ୍ପ୍ୟୁଟର ଦକ୍ଷତା ଥିବା ବାଧ୍ୟତାମୂଳକ ବୋଲି କରିଛନ୍ତି । କାରଣ ପୂର୍ବରୁ ବିଭିନ୍ନ ବିଭାଗରେ ଗ୍ରୁପ-ଡି ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପୃଥକ ପୃଥକ ରହିଥିଲା । କିଛି ବିଭାଗରେ ତ ହିନ୍ଦି ଏବଂ ଇଂରାଜୀ ଭାଷା ପ୍ରତି ଜ୍ଞାନ ଥିଲେ ଉକ୍ତ ପ୍ରାର୍ଥୀଙ୍କୁ ଆଉ ଅନ୍ୟ କୌଣସି ଶିକ୍ଷାଗତ ଯୋଗ୍ୟତା ମଗାଯାଉନଥିଲା ।

ସରକାରଙ୍କର ଏହି ତାଜା ନିୟମ ଅନୁସାରେ , ଏଣିକି ଏଥିପାଇଁ ମନ୍ତ୍ରୀମଣ୍ଡଳ, ସାମାନ୍ୟ ପ୍ରଶାସନ ବିଭାଗ, ଅର୍ଥ ବିଭାଗ ଏବଂ ହରିୟାଣା ରାଜ୍ୟ କର୍ମଚାରୀ ଚୟନ ଆୟୋଗର ସ୍ୱୀକୃତି ମିଳିବା ଜରୁରୀ ହେବନାହିଁ । କାରଣ ନିଯୁକ୍ତି ପାଇଁ ସମ୍ବନ୍ଧିତ ବିଭାଗ ନିଜ ସ୍ତରରେ ପ୍ରାସଙ୍ଗିକ ସେବା ନିୟମଗୁଡିକରେ ସଂଶୋଧନ କରିପାରିବେ । ପ୍ରାସଙ୍ଗିକ ସେବା ନିୟମଗୁଡିକରେ ଏହା Provision Law Department ସହ ଆଲୋଚନା କରିବା ପରେ ଯାଇ ହିଁ କରାଯାଇପାରିବ । ସେହିପରି ହରିୟାଣା ସରକାର ଗ୍ରୁପ-ଡି ପଦବୀରେ ଭର୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ଲାଗି ଗଠିତ ଚୟନ ସିମିତିଗୁଡିକୁ ମଧ୍ୟ ଭଙ୍ଗ କରିଦିଆଯାଇଛି ।

ସୌଜନ୍ୟ: ଅମର ଉଜାଲା