ସରକାରଙ୍କ ନୂଆ ଯୋଜନା: ଏଣିକି ଚାକିରି ଛାଡିବା ପରେ କର୍ମଚାରୀଙ୍କୁ ମିଳିବ ଦୁଇଗୁଣା ପେନସନ

723

ଖୁବ୍ ଶୀଘ୍ର ହିଁ କେନ୍ଦ୍ର ସରକାର ଅବସର ପରେ ଲୋକଙ୍କୁ ଆର୍ଥିକ ରୂପରେ ସୁଦୃଢ ରଖିବା ପାଇଁ ଅଟଳ ପେନସନ ଯୋଜନା ତଥା ଏପିୱାଇ ଅନୁସାରେ ମାସିକ ପେନସନକୁ ଦୁଇ ଗୁଣା କରିପାରନ୍ତି । ଅର୍ଥ ସଚିବ ରାଜୀବ କୁମାରଙ୍କ ସୂଚନା ମୁତାବକ, ସରକାର ବର୍ତ୍ତମାନ ମିଳୁଥିବା ପେନସନ ରାଶିକୁ ବୃଦ୍ଧି କରି ୫ ହଜାରରୁ ୧୦ ହଜାର କରିବାକୁ ବିଚାର କରୁଛନ୍ତି । ରାଜୀବଙ୍କ କଥା ଅନୁସାରେ, ଅର୍ଥ ମନ୍ତ୍ରାଳୟ ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ତରଫରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ବିଚାର ବିମର୍ଷ କରୁଛନ୍ତି ।

ସୂଚନା ମୁତାବକ, ପିଏଫଆରଡିଏ ଏପିୱାଇ ଅନୁସାରେ ମାସିକ ପେନସନକୁ ଦୁଇ ଗୁଣା ବୃଦ୍ଧି କରିବାକୁ ଯାଉଛନ୍ତି । ଏବଂ ଏଥିସହିତ ହିଁ ବୟସ ସୀମାକୁ ୧୦ବର୍ଷକୁ ବୃଦ୍ଧି କରି ୫୦ ବର୍ଷ କରିବାକୁ ସୁପାରିସ୍ କରିଛନ୍ତି । ତେବେ ବୟସସୀମା ବୃଦ୍ଧି କରିବାର ଉଦ୍ଦେଶ୍ୟ ହେଲା ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାର ଫାଇଦା ଉପଲବ୍ଧି କରାଇବା । ତେଣୁ ଏହି ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବହୁ ବିଚାର ବିମର୍ଷ ଜାରି ରହିଛି ।

ଖାଲି ଏତିକି ନୁହେଁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବୃଦ୍ଧାବୃଦ୍ଧି, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ବଡ ଉପହାର ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ମିଳିଥିବା ସୂଚନା ଅନୁସାରେ, ମୋଦି ସରକାର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ମିଳୁଥିବା ପେନସନକୁ ପାଂଚ ଗୁଣା ବଦ୍ଧିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଯାହା ଉପରେ ଖୁବ୍ ଶୀଘ୍ର ହିଁ ନିଷ୍ପତି ନିଆଯାଇପାରେ ।  ସରକାରୀ ଆକଳନ ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ପାଖାପାଖି ୩ କୋଟି ଲୋକଙ୍କୁ ପେନସନ ଦିଆଯାଉଛି । ଏଥିମଧ୍ୟରୁ ୨.୪୦ କୋଟି ବରିଷ୍ଠ ନାଗରିକ ରହିଥିବା ବେଳେ ୬୦ ଲକ୍ଷ ବିଧବା ମହିଳା ଏବଂ ପାଖାପାଖି ୧୦ ଲକ୍ଷ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ସେହିପରି ଭିନ୍ନ ଭିନ୍ନ ରାଜ୍ୟରେ ଏମାନଙ୍କୁ ପ୍ରତିମାସ ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର‌୍ୟ୍ୟନ୍ତ ପେନସନ ଦିଆଯାଇଥାଏ । କିନ୍ତୁ ଏବେ ସରକାରଙ୍କର ଯୋଜନା ଦ୍ୱାରା ଏମାନ ସମସ୍ତଙ୍କୁ ଅତି କମରେ ୧ ହଜାର ଟଙ୍କା ପେନସନ ଦେବାକୁ ଯୋଜନା ରହିଛି । ଏଥିପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ସାମାଜିକ ଆର୍ଥିକ ଜନଗଣନା ଆଧାରରେ ୪୮ ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି ।

 

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ହିଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରି ଏସଂପର୍କରେ ଆଲୋଚନା କରିପାରନ୍ତି । ଚର୍ଚ୍ଚା ହେଉଛି କି, ଏହି ବୈଠକରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟର ସେୟାର ୫୦-୫୦ ପ୍ରତିଶତ କରିବା ଉପରେ ସହମତି ବନାଇପାରନ୍ତି । ତେବେ ଏହି ବର୍ଦ୍ଧିତ ପେନସନ ୧ ଏପ୍ରିଲ ୨୦୧୯ରୁ କାର‌୍ୟ୍ୟକାରୀ ହେବ । ଏହାଦ୍ୱାରା କେନ୍ଦ୍ର ଉପରେ ପ୍ରତିବର୍ଷ ପାଖାପାଖି ୫୦ ହଜାର କୋଟିର ଅତିରିକ୍ତ ଭାର ପଡିବ ।