ପେଟ୍ରୋଲ-ଡିଜେଲ ପରେ ଏବେ ବଢିବ ଗ୍ୟାସ୍ ଦର ! ଉପଭୋକ୍ତାଙ୍କୁ ଦେବାକୁ ପଡିବ ଏତିକି ଟଙ୍କା ଅଧିକ

38

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ-ଡିଜେଲ ଦର । ସେପଟେ, ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ୍ ପାଇବା ମଧ୍ୟ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । କାରଣ ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିବ । ଯାହାର ସଦ୍ୟ ଉଦାହରଣ ହେଲା ତୈଳଦର । ଖାଲି ଯେ ତୈଳ ଦର ଉପରେ ଏହାର ପ୍ରଭାବ ପଡିଛି ତାହା ନୁହେଁ ବରଂ ଏହାଦ୍ୱାରା ବାକି ସବୁ ଜିନିଷ ଉପରେ ବି ଗଭୀର ପ୍ରଭାବ ପଡିଛି । ତୈଳଦରର ଭାର ଜନତାଙ୍କ କାନ୍ଧରୁ ନ ଯାଉଣୁ ଏବେ ରୋଷେଇଘରେ ବି ମହଙ୍ଗାର ପ୍ରହାର ପଡିପାରେ । ମିଳିଥିବା ସୂଚନା ଅନୁସାରେ, ଏବେ ଗ୍ୟାସ୍ ଦର ମଧ୍ୟ ଅହେତୂକ ଭାବରେ ବୃଦ୍ଧି ପାଇପାରେ । ଯାହାର ମୁଖ୍ୟ କାରଣ ହେଉଛି, ଡଲାର ତୂଳନାରେ ମୂଦ୍ରାର ମୂଲ୍ୟ ହ୍ରାସ ପାଇବା ।

ମୂଦ୍ରାର ମୂଲ୍ୟ ହ୍ରାସ ପାଇବା କାରଣରୁ ଏହାର ପ୍ରଭାବ ସିଧା ଉଭୟ ସିଏନଜି ଏବଂ ପିଏନଜିର ଦାମ ଉପରେ ପଡିପାରେ । ଯାହାଦ୍ୱାରା ଘରୋଇ ପ୍ରାକୃିତକ ଗ୍ୟାସର ଦାମରେ ଆସନ୍ତାମାସ ସୁଧା ପରିବର୍ତ୍ତନ ହୋଇପାରେ । ସେହିପରି ଘରୋଇ କ୍ଷେତ୍ରରୁ ବାହାରୁ ଥିବା ଗ୍ୟାସର ବେସ ପ୍ରାଇସରେ ୧୪ ପ୍ରତିଶତ ତଥା ୩.୫ ଡଲାର ତଥା ପାଖାପାଖି ୨୫୨ ଟଙ୍କା ପ୍ରତି ୟୁନିଟ୍ ପିଛା ବୃଦ୍ଧିହେବାର ଯଥେଷ୍ଟ ସମ୍ଭାବନା ରହିଛି । ମାର୍ଚ୍ଚ ୨୦୧୬ରେ ଗ୍ୟାସର ଦାମରେ ସର୍ବାଧିକ ୩.୮୨ ଡଲାର (ବର୍ତ୍ତମାନ ହିସାବରେ ୨୭୫.୧୭ ଟଙ୍କା) ୟୁନିଟ୍ ପିଛା ବୃଦ୍ଧିପାଇଛି । ପ୍ରାକୃତିକ ଗ୍ୟାସର ଦାମ ଗ୍ୟାସ ସପ୍ଲାଏ ମାର୍କେଟରେ ଯେପରିକି, ୟୁଏସ, କନାଡା, ୟୁକେ ଏବଂ ରୁଷରେ ଥିବା ଆଭରେଜ୍ ରେଟ୍ କାରଣରୁ ସମସ୍ତ ସହରମାନଙ୍କରେ ଉଭୟ ସିଏନଜି ଏବଂ ପିଏନଜିର ଦାମରେ ବୃ୍ଦ୍ଧି ଆସିପାରେ ।

ମୂଦ୍ରାର ମୁଲ୍ୟ ଡଲାର ତୁଳନାରେ ହ୍ରାସ ପାଇବା କାରଣରୁ ଉଭୟ ସିଏନଜି ଏବଂ ପିଏନଜି ସର୍ଭିସ ପ୍ରୋଭାଇଡରଙ୍କ ପାଇଁ ପ୍ରାକୃତିକ ଗ୍ୟାସ ମହଙ୍ଗା ହୋଇଥାଏ । ଯାହାଦ୍ୱାରା ସେମାନେ ଦାମ ବଢାଇବାକୁ ବାଧ୍ୟ ହୋଇଥାନ୍ତି । ଦିଲ୍ଲୀରେ ସିଏନଜିର ଦାମକୁ ତିନି ଥର ବଢାଯାଇଛି ଆଉ ଏହି ତିନି ଥର ଯାକ ଦାମ ବୃଦ୍ଧି ପାଇବା କାରଣରୁ ସିଏନଜିର ମୋଟ ଦାମ ୨.୮୯ ଟଙ୍କା ପ୍ରତି କିଲୋ ଅଧିକ ହୋଇଛି । ଯେଉଁଥିରେ ଅଧା ବୃଦ୍ଧି ମୁଦ୍ରାର ମୂଲ୍ୟ ହ୍ରାସ ପାଇବା କାରଣରୁ ହିଁ ହୋଇଛି । ତେବେ ପ୍ରାକୃତିକ ଗ୍ୟାସର ବେସ ପ୍ରାଇସ୍ ଡଲାରେ ରହିଥାଏ ଏବଂ ମୁଦ୍ରାର ମୂଲ୍ୟ ହ୍ରାସ ପାଇବା କାରଣରୁ ଏହାର ସିଧା ପ୍ରଭାବ ଗ୍ୟାସ ଦର ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି ।