ଦଶମ ପାସଙ୍କ ପାଇଁ ସରକାରୀ ଚାକିରୀ । ମାସିକ ଦରମା ୧୦ ହଜାରରୁ ବି ଅଧିକ , ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

64

ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ସରକାରଙ୍କ ପକ୍ଷରୁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଗ୍ରୁପଡିରେ ପାଖାପାଖି ୧୮ ହଜାର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମାସିକ ଦରମା ରହିଛି ୧୦ ହଜାର ଟଙ୍କାରୁ ଅଧିକ ରହିଛି । ତେବେ ଆସନ୍ତୁ ଜାଣିବା ଆବେଦନ କରିବାର ପୂରା ପ୍ରକ୍ରିୟା…

ହରିୟାଣାରେ ବିଭିନ୍ନ ବିଭାଗରେ ଗ୍ରୁପଡି ପାଇଁ ୧୮୨୧୬ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହରିୟାଣା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଏହି ନୋଟିଫିକେସନ ଜାରି କରାଯାଇଛି । ଯାହାକୁ ଆପଣ ବିଜ୍ôଞାପନ ସଂଖ୍ୟା-୪/୨୦୧୮ ଆଧାରରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୨୮ ଅଗଷ୍ଟରୁ ଆରମ୍ଭ ହେବ । ଏଥିପାଇଁ ଇଚ୍ଛୁକ ଯୁବକ ଯୁବତୀମାନେ ୧୯ ସେପ୍ଟେମ୍ବର ସୁଦ୍ଧା ଅନଲାଇନ ଆବେଦନ କରିପାରିବେ । ଯେବେକି ଏଥିପାଇଁ ୨୧ ସେପ୍ଟେମ୍ବର ସୁଦ୍ଧା ଫିସ ଜମାକରିବା ପ୍ରକ୍ରିୟା ଚାଲିବ ।

ପଦବୀ ସଂପର୍କିତ ତଥ୍ୟ

୧୮୨୧୬ ପଦବୀ ଭିତରୁ ୮୩୧୨ ଟି ପଦବୀ ସାମାଧାରଣ, ୪୨୪୫ଟି ଅନୁସୂଚିତ ଜାତି, ୩୩୪୫ଟି ବିସିଏ, ୨୩୧୬ ପଦବୀ ବିସିବି ପାଇଁ ଆରକ୍ଷିତ ।

ଯୋଗ୍ୟତା

ଆଶାୟୀପ୍ରାର୍ଥୀ କୌଣସି ବି ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ଦଶମ ପାସ କରିଥିବା ନିହାତି ଜରୁରୀ ।

ବୟସସୀମା

ଆବେଦକଙ୍କର ବୟସ ୧୮ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଏହାଛଡା ବୟସସୀମାରେ ଆଶ୍ୱସ୍ତି ହରିୟାଣା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହେବ ।

ଆବେଦନ ଶୁଳ୍କ

ବର୍ଗ-୧ରେ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ୧୦୦ ଟଙ୍କା । ସ୍ଥାନୀୟ ମହିଳାଙ୍କ ପାଇଁ ୫୦ ଟଙ୍କା । ଏସସି ଏବଂ ବିସି ଆଶାୟୀପ୍ରାର୍ଥୀଙ୍କ ପାଇଁ ତଥା ପୁରୁଷଙ୍କ ପାଇଁ ୫୦ ଟଙ୍କା ଏବଂ ମହିଳାଙ୍କ ପାଇଁ ୨୫ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା

୯୦ ମାର୍କର ଲିଖିତ ପରୀକ୍ଷା ହେବ । ସମସ୍ତ ଦସ୍ତାବିଜକୁ ଅନଲାଇନ ଭେରିଫିକେସନ କରାଯିବ । ମେରିଟ ଆଧାରରେ ପାସ୍ ଆଶାୟୀପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଆବେଦନ କରିବାର ପ୍ରକ୍ରିୟା

ଅନଲାଇନ ଆବେଦନ କରିବା ପାଇଁ ଙ୍ଗଙ୍ଗଙ୍ଗ.ଷଗ୍ଦଗ୍ଦମ.ଶକ୍ଟଙ୍ଖ.ସଦ୍ଭ କୁ ଯାଇ ଲଗଇନ କରିପାରିବେ । ତେବେ ଅଧିକ ସୂଚନା ପାଇଁ ଆପଣ ୦୧୭୨-୫୧୪୩୭୦୦ରେ କଲ କରି ଜାଣିପାରିବେ ।