ସରକାରୀ ଚାକିରି ଅଫର ! ସପ୍ତମରୁ ଗ୍ରାଜୁଏସନ ଧାରୀଙ୍କୁ ମିଳିବ ସୁଯୋଗ, ଜାଣନ୍ତୁ କେଉଁଠି ଓ କିଭଳି କରିବେ ଆବେଦନ

36

ଯଦି ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସାରା ଦେଶର ବିଭିନ୍ନ ସରକାରୀ ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

• ଲକ୍ଷାଦ୍ୱୀପ ଡେଭଲପମେଂଟ ଲିମିଟେଡରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯାହାର ଆବେଦନ କରିବାର ଶେଷ ତାରିଖ ୨୦ ଜୁଲାଇ ଯାଏଁ ରହିଛି । ଏସଂପର୍କିତ ଅଧିକ ସୂଚନା ପାଇଁ ଆପଣ https://cdn.s3waas.gov.in/s358238e9ae2dd305d79c2ebc8c1883422/uploads/2018/06/2018062714.pdfକୁ ଯାଇ ଜାଣିପାରିବେ । ତେବେ ଯୋଗ୍ୟ ଆଶାୟୀପ୍ରାର୍ଥୀଙ୍କୁ ଇଂଟଭିୟୁ ଆଧାରରେ ଚୟନ କରାଯିବ ।

• ସେହିପିର କୋଲ ଇଣ୍ଡିଆ ଲିମିଟେଡରେ ମେଡିକାଲ ଏକ୍ସିକ୍ୟୁଟିଭ ପାଇଁ ୫୨୮ଟି ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆଶାୟୀପ୍ରାର୍ଥୀ ଏଥିପାଇଁ ୨୮ ଜୁଲାଇ ମଧ୍ୟରେ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ https://www.coalindia.in/DesktopModules/DocumentList/documents/Detailed_Advertisement_27062018.pdf କୁ ଯାଇ ସମସ୍ତ ସୂଚନା ଆପଣ ସହଜରେ ପାଇପାରିବେ ।

• ମୌସୁମୀ ଡିଷ୍ଟ୍ରିକ୍ଟ କୋର୍ଟ ତରଫରୁ ପିଅନ ଚାକିରି ପାଇଁ ୩୯ଟି ପଦପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ଆଶାୟୀପ୍ରାର୍ଥୀ ୨୬ ଜୁଲାଇ ପୂର୍ବରୁ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ http://ecourts.gov.in/mysuru/online-recruitment#####କୁ ଯାଇ ଜାଣିପାରିବେ ।

• ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ, ଚେନ୍ନାଇରେ ଜୁନିୟର ଏବଂ ସିନିୟର ଆସିଷ୍ଟାଂଟ ପାଇଁ ୧୮୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆଶାୟୀପ୍ରାର୍ଥୀ ୧୫ ଜୁଲାଇ ସୁଦ୍ଧା ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ https://www.aai.aero/sites/default/files/examdashboard_pressnote/JrAsst%28FS%29%26SrAsst.pdfକୁ ସୂଚନା ପାଇପାରିବେ ।