ମୋବାଇଲରେ ଡାଉନଲୋଡ କରନ୍ତୁ ଏହି ଆପ୍ଲିକେସନ ! ତୁରନ୍ତ ମିଳିବ ୫ ଲକ୍ଷ ଟଙ୍କାର ଫାଇଦା- ସରକାର ଦେଉଛନ୍ତି ପୂରା ଗ୍ୟାରେଣ୍ଟି

29

ବିମୁଦ୍ରାକରଣ ପରେ ପରେ ଆର୍ଥିକ କାରବାର କ୍ଷେତ୍ରରେ ପେଟିଏମ ଲୋକପ୍ରିୟ ହୋଇଛି । ତେବେ ସେ କୌଣସି ଛୋଟିଆ ବ୍ୟବସାୟୀ ହେଉ କିମ୍ବା ବଡ ବ୍ୟବସାୟ ହେଉ ପେଟିଏମ ପ୍ରତ୍ୟେକଙ୍କ ପାଇଁ ପ୍ରଥମ ପସନ୍ଦ ବନିଯାଇଛି ଆଉ ଏହି ଶୃଙ୍ଖଳାକୁ ଆଗକୁ ବଢାଇବାକୁ ଯାଇ ବର୍ତମାନ କଂପାନୀ ଘୋଷଣା କରିଛି କି, କଂପାନୀ ଦିଲ୍ଲୀ / ଏନସିଆରର ସାଢେ ୪ ଲକ୍ଷରୁ ଅଧିକ ଯୋଗ୍ୟ ଅଫଲାଇନ ପାର୍ଟନର ଷ୍ଟୋର୍ସ ଏବଂ ସେମାନଙ୍କର କର୍ମଚାରୀମାନଙ୍କୁ, ଯେଉଁମାନେ କି ଡିଜିଟାଲ ପେମେଂଟ ଗ୍ରହଣ କରୁଛନ୍ତି ସେମାନଙ୍କୁ ଜୀବନବୀମା ରାଶି ପ୍ରଦାନ କରିବ ।

ବର୍ତ୍ତମାନ ଜୀବନବୀମା କଂପାନୀ ସେମାନଙ୍କୁ ବୀମା ପଲିସି ପ୍ରଦାନ କରିବ ଏବଂ ଯାହାର ପ୍ରିମିୟମ ପେଟିଏମ ଦ୍ୱାରା ପରିଶୋଧ କରାଯିବ । କଂପାନୀ ଏହି ଯୋଜନା ଜରିଆରେ ନିଜର ସମସ୍ତ ପାର୍ଟନର୍ସଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମାରାଶି ପ୍ରୋଭାଇଡ କରିବ । ଯାହାକି କ୍ୟାସଲେସ ଟ୍ରାନଜାକ୍ସନକୁ ଆହୁରୀ ମଜଭୁତ ଏବଂ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କଂପାନୀର କମିଟମେଂଟ ସହ ଜଡିତ ।

ସୂଚନା ମୁତାବକ, ଏହି ସମସ୍ତ ଦୋକାନୀମାନଙ୍କର ଅଧିକାଂଶ କର୍ମଚାରୀଙ୍କ ଜୀବନ ବୀମା ନଥାଏ କିମ୍ବା ସେମାନଙ୍କ ମତରେ ତାଙ୍କୁ ବୀମା କରିବା କୌଣସି ଆବଶ୍ୟକ ନାହିଁ । ପେଟିଏମ ନିଜ Merchant partnersuଙ୍କ ସହ ମିଶି କାମ କରୁଛି ଆଉ ବର୍ତ୍ତମାନ କାଂପାନୀ ସେମାନଙ୍କୁ ଡିଜିଟାଲ ପେମେଂଟ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି । ଜୀବନବୀମାର ଏଭଳି ପ୍ରୟାସ ସେହି ଲୋକମାନଙ୍କ ପାଇଁ ରହିଛି ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ ଅର୍ଥାତ୍ ଯେଉଁ ପରିବାର ଟଙ୍କା କମାଉଥିବା ଏକମାତ୍ର ରୋଜଗାରୀଆ ଲୋକଟିର ମୃତ୍ୟୁ ହେବା କାରଣରୁ ବିପଦରେ ପଡିଯାଇଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ନିକଟରେ ଏହା ମଧ୍ୟ ବିକଳ୍ପ ରହିଥିବ କି ସାଧାରଣ ରାଶି ଦେଇ ସେମାନେ ନିଜ ପରିବାରର ବୀମା କରିପାରିବେ କିମ୍ବା ବୀମା କଭରର ରାଶି ବଢାଇପାରିବେ ।