ଆହୁରୀ ସ୍ମାର୍ଟ ହେବେ ଆପଣ । ବିନା ଇଂଟରନେଟ ଏବଂ ଡେବିଟ-କ୍ରେଡିଟ କାର୍ଡରେ ବି କରିପାରିବେ ପେମେଂଟ୍ । ଜାଣନ୍ତୁ କିପରି  

41

ସରକାରଙ୍କର ଡିଜିଟାଲ  ଭାରତ ଯୋଜନା ଆରମ୍ଭ ହେବା ପରେ ପରେ ଲୋକେ ସ୍ମାର୍ଟଫୋନ ପ୍ରତି ଅଧିକ ମାତ୍ରାରେ ନିର୍ଭରଶୀଳ ହୋଇପଡିଛନ୍ତି । ହେଲେ ଏହି ନିର୍ଭରଶୀଳତାକୁ କମ କରିବା ଉଦ୍ଦେଶ୍ୟରେ ସରକାର ପୁଣି ଏକ ନୂଆ ଟେକ୍ନୋଲୋଜିର ବିକଶିତ କରିବାକୁ ଯାଉଛନ୍ତି । ଯେଉଁଥିରେ ଲୋକଙ୍କୁ ପେମେଂଟ କରିବା ପାଇଁ କୌଣସି ଡେବିଟ-କ୍ରେଡିଟ୍ କାର୍ଡ, ଇଂଟରନେଟ କିମ୍ବା ସ୍ମାର୍ଟଫୋନର ମଧ୍ୟ  ଆବଶ୍ୟକ ପଡିବନାହିଁ । ତେବେ ଆସନ୍ତୁ ଜାଣିବା ସରକାରଙ୍କର ଏହି ନୂଆ ଟେକ୍ନୋଲୋଜି ସଂପର୍କରେ . .  .

ସରକାର ‘କଲ୍ ଟୁ ପେ ଟେକ୍ନୋଲୋଜି ଲେନ’ ନାମକ ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ ଉପଭୋକ୍ତା ସାଧାରଣ ଫୋନରୁ ମଧ୍ୟ ଅନଲାଇନ ପେମେଂଟ୍ କରିପାରିବେ । ଏଥିପାଇଁ ମଧ୍ୟ ଇଂଟରନେଟ ଉପରେ ନିର୍ଭର କରିବାକୁ ପଡିବନି । ବର୍ତ୍ତମାନ ଏହି ଲେନର ପ୍ରସ୍ତୁତି ଜୋରସୋରରେ ଚାଳାଇଛନ୍ତି । ଆଇଟି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ୬ ମାସ ପରେ ଏହାର ଟ୍ରାଏଲ ଭର୍ସନ ଦେଶର କିଛି ଜିଲ୍ଲାରେ ଆରମ୍ଭ କରାଯିବ  ଏବଂ ଏଥିରେ ସଫଳ ହେଲେ ଏହି ବ୍ୟବସ୍ଥାକୁ ସାରା ଦେଶରେ କାର୍ଯ୍ୟାକାରୀ କରାଯିବ ।

ସୂଚନା ମୁତାବକ, ଭାରତୀୟ ରାଷ୍ଟ୍ରୀୟ ପେମେଂଟ ନିୟମ ତଥା ଏନପିସିଆଇ ଆଧାରରେ ଏହି ଯୋଜନା ଏବଂ ଟେକନିକ ଉପରେ ବର୍ତ୍ତମାନ କାମ ଚାଲୁ ରହିଛି । ଏହି ଟେକନିକ୍ ଉପରେ ଚାଲୁ ରହୁଥିବା ଗବେଷଣା ଏବେ ଅନ୍ତିମ ପର୍ଯ୍ୟାୟରେ ପହଂଚିସାରିଛି । ମିଳିଥିବା ସୂଚନା ଅନୁସାରେ, ଲୋକଙ୍କୁ ପେମେଂଟ ପାଇଁ ଗ୍ରାହକଙ୍କୁ ଆଗୀମା ଦିନରେ ସ୍ମାର୍ଟଫୋନ, ଡେବିଟ କାର୍ଡ, କ୍ରେଡିଟ୍ କାର୍ଡ ,କ୍ୟୁଆର କୋଡ, ଇଂଟରନେଟ କିମ୍ବା ଅନ୍ୟ କାହା ଉପରେ ବି ନିର୍ଭର କରିବାକୁ ପଡିବ ନାହିଁ । ଏହି ଟେକନିକ କିଭଳି କାମ କରିବ ଏବଂ ଏହାର ବ୍ୟବହାର କିପରି କରାଯିବ ସେନେଇ ଏଯାବତ କୌଣସି ସୂଚନା ମିଳିପାରିନାହିଁ । ତେବେ ହେି ଟେକନିକ୍ ଲଂଚ ହେବା ପରେ ଏସଂପର୍କିତ ସମସ୍ତ ତଥ୍ୟ ବିସ୍ତାର ରୂପେ ଆପଣଙ୍କୁ ଜଣାଇଦିଆଯିବ ।