ସର୍ବ ପ୍ରଥମେ ଏଠାରେ ଆମେ ଆପଣଙ୍କୁ ସ୍ପଷ୍ଟ କରିବାକୁ ଚାହିଁବୁ କି,ଏଭଳି କଟକଣା ବର୍ତ୍ତମାନ ମଧ୍ୟପ୍ରଦେଶରେ କେବଳ ସରକାରୀ କର୍ମଚାରୀଙ୍କ ଉପରେ ଲାଗୁ କରାଯାଇଛି । ତେବେ ସରକାରୀ କର୍ମଚାରୀଙ୍କ ପାଇଁ ଏହାଠୁ ବଡ ଖରାପ ଖବର ଅନ୍ୟ କିଛି ବି ହୋଇନପାରେ । କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀ ବା ଅଧିକାରୀ, କହିବାକୁ ଗଲେ ତ ଦୁଇଟି ଯାକ କ୍ଷେତ୍ରରେ କର୍ମଚାରୀଙ୍କୁ ଭରପୂର ମାତ୍ରାରେ ଛୁଟି ମିଳିଥାଏ । କିନ୍ତୁ ତଥାପି ରବିବାର ଦିନକୁ ସମସ୍ତେ ଚାହିଁ ବସିଥାନ୍ତି । କାରଣ ରବିବାର ଦିନ ସାରା ଦେଶରେ ଛୁଟି ପାଇଁ ହିଁ ଜଣାଯାଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ରବିବାର ଦିନ ସମସ୍ତ ପ୍ରଶାସନିକ କାମଧନ୍ଦା ବନ୍ଦ ରହିବା କାରଣରୁ ଅଧିକାଂଶ ଘରୋଇ ସଂସ୍ଥା ଗୁଡିକୁ ବାଧ୍ୟ ହୋଇ ବନ୍ଦ ରଖାଯାଇଥାଏ । ସବୁ ପ୍ରକାରର ଅବକାଶ ମିଳିବା ପରେ ବି ଅଧିକାଂଶ ଲୋକଙ୍କୁ ରବିବାର ଛୁଟି ହିଁ ବେଶି ପସନ୍ଦ ଆସିଥାଏ । କିନ୍ତୁ ବର୍ତ୍ତମାନ ମଧ୍ୟପ୍ରଦେଶରରେ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କୁ ଏହି ସୁବିଧାରୁ ବଂଚିତ କରାଯାଇଛି । ମଧ୍ୟପ୍ରଦେଶର ସରକାରୀ କାମଧନ୍ଦାକୁ ଦୃଷ୍ଟିରେ ରଖି ରବିବାର ଦିନର ଛୁଟିକୁ ବନ୍ଦ କରିଦିଆଯାଇଛି ।
ଛୁଟି ଦିନରେ ବି ଖୋଲା ରହିବ ପଂଚାୟତ
ମଧ୍ୟପ୍ରଦେଶରେ କିଛି ଦିନ ହେଲା ଚାଷୀ ଋଣ ଛାଡ ଯୋଜନାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାକୁ ସେଠାକାର ସରକାର ଅତି ଗୁରୁତର ସହ ନେଇଛନ୍ତି । ତେବେ ଲୋକଙ୍କର ସବୁିଧାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର କର୍ମଚାରୀମାନଙ୍କର ରବିବାର ଦିନର ଛୁଟିକୁ ବାତିଲ କରିଛନ୍ତି । ଆଉ ଏହି ଦିନରେ କୃଷକଙ୍କୁ ଚାଷୀ ଋଣ ଛାଡ ଫର୍ମ ଭରିବାର ସୁବିଧା ଦିଆଯାଇଛି । ଖାଲି ଏତିକି ନୁହେଁ ରାଜ୍ୟର ସମସ୍ତ ପଂଚାୟତଗୁଡିକୁ ବି ରବିବାର ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଠାରେ ଆମେ କହି ରଖୁଛୁ କି, ମଧ୍ୟପ୍ରଦେଶରେ ୧୬ ଜାନୁଆରୀରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଏବଂ କୌଣସି ବି ପରିସ୍ଥିତିରେ ଏହି କାମକୁ କାର୍ଯ୍ୟକାରୀ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।