କୌଣସି ବି କାମ କଲେ ମାସକୁ ମିଳିବ ୧୫ ହଜାର ଟଙ୍କାର ଦରମା । ନିୟମ ନମାନିଲେ ୫୦ ହଜାର ଟଙ୍କା ସହ ଜେଲର ହାୱା ଖାଇବେ ମାଲିକ

2,481

ସର୍ବପ୍ରଥମେ ଏଠାରେ ଆମେ କହି ରଖିବାକୁ ଚାହିଁବୁ କି, ଏହି ବ୍ୟବସ୍ଥା ଦିଲ୍ଲୀବାସୀଙ୍କ ପାଇଁ ଲାଗୁ କରାଯାଇଛି । ଦିଲ୍ଲୀରେ ସର୍ବନିମ୍ନ ମଜୁରୀ ଦର ଧାର୍ଯ୍ୟ କରିବା ପାଇଁ ସୁପ୍ରିମକୋର୍ଟର ନିର୍ଦ୍ଦେଶାନୁସାରେ ନୂଆ ଢଙ୍ଗରେ ଗଠିତ ମଜୁରୀ ବୋର୍ଡ ଅଣକୁଶଳ ଶ୍ରମିକମାନଙ୍କୁ ପ୍ରତିମାସ ସର୍ବନିମ୍ନ ମଜୁରୀ ୧୪, ୮୪୨ ଟଙ୍କା ସ୍ଥିର କରାଯାଇଛି । ୩ ବର୍ଷ ଧରି ଫାଇଲରେ ସୀମିତ ରହିବା ପରେ ପରେ ପାରିଶ୍ରମିକ ବୃଦ୍ଧିକୁ ନେଇ ସରକାର ଏଥରକ ବହୁତ ଯତ୍ନଶୀଳ ହୋଇପଡିଛନ୍ତି । ତେଣୁ ଏହାକୁ ଲାଗୁ କରିବା ପୂର୍ବରୁ ସୁପ୍ରିମ କୋର୍ଟର ମଂଜୁରୀ ମଧ୍ୟ ନେବାକୁ ଚାହିଁଛନ୍ତି ଦିଲ୍ଲୀ ସରକାର ।

ଆପତି ଜତାଇଲା ନାହିଁ କୋର୍ଟ

ଶ୍ରମିକ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କୋର୍ଟ ତରଫରୁ ପାରିଶ୍ରମିକ ତଥା ମଜୁରୀ ଧାର୍ଯ୍ୟ କରିବାର ମାନକଗୁଡିକ ଉପରେ କୌଣସି ଆପତି ଜତାଇନଥିବା ବେଳେ ବୋର୍ଡର ପୁନଗଠନ ଏବଂ କିଛି ସଂଗଠନକୁ ସାମିଲ କରିବାକୁ ଚାପ ପକାଇଛନ୍ତି । ତେବେ ଏହାକୁ ଯଥା ଶୀଘ୍ର ଏବଂ ପ୍ରଭାବି ଢଙ୍ଗରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିଯୁକ୍ତିକର୍ତ୍ତାଙ୍କ ପାଇଁ ନିର୍ଦ୍ଦେଶ

ଶ୍ରମିକମାନଙ୍କର ଦରମା କିମ୍ବା ପାରିଶ୍ରମିକର ପେମେଂଟ ବାଧ୍ୟତାମୂଳକ ଭାବରେ ଚେକ୍ ଜରିଆରେ କିମ୍ବା ସିଧା ବ୍ୟାଙ୍କ ଖାତାରେ ଟ୍ରାନ୍ସଫର କରାଯିବ ।

ଦିଲ୍ଲୀ ସରକାରର Minimum Wages (Delhi) Amendment Act, 2017  ୨୦୧୭ ନିୟମ ଅନୁସାରେ ଯଦି ସର୍ବନିମ୍ନ ଦରମା ମଳୁନାହିଁ ତେବେ ଉଭୟ ଠିକାଦାର ଏବଂ କଂପାନୀ ବିରୋଧରେ ୫୦ ହଜାର ଟଙ୍କାର ଜରିମାନା ବାବଦକୁ ଲାଗୁ ହୋଇପାରେ କିମ୍ବା ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ ନଚେତ୍ ଦୁଇଟି ଯାକ ଦଣ୍ଡାବିଧାନ ଦିଆଯାଇପାରେ ।

ଜାରି ହୋଇଛି ହେଲ୍ପଲାଇନ ନମ୍ବର

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ଯାହା ‘ଶ୍ରମିକ ହେଲପଲାଇନ’ ନାମରେ ୧୫୫୨୧୪ ନମ୍ବର ଜାରି ହୋଇଛି, ଏଥିରେ ଆପଣ ଏନେଇ ଅଭିଯୋଗ କରିପାରିବେ । ଏହି ହେଲପଲାଇନରେ ଆପଣ ସୋମବାରଠାରୁ ଶନିବାର ସକାଳ ୯ଟାରୁ ସଂଧ୍ୟା ୬ଟା ଭିତରେ ଯେକୌଣସି ବି ସମୟରେ କଲ କରି ନିଜର ଅଭିଯୋଗ ଜଣାଇପାରିବେ । ଖାଲି ଏତିକି ନୁହେଁ ଆପଣ ଆପଣଙ୍କର ଜିଲ୍ଲାର ଶ୍ରମିକ କାର୍ୟ୍ୟାଳୟରେ ବି ସହାୟତା ପାଇଁ ଆସିପାରିବେ । ଏହି ନିର୍ଦ୍ଦେଶ ସଂପର୍କରେ ଅନ୍ୟାନ୍ୟ ସୂଚନା ପାଇଁ ଆପଣ www.labour.delhigovt.nic.inୱେବସାଇଟକୁ ଯାଇ ଜାଣିପାରିବେ ।