ରାସ୍ତା କଡରେ ପରିଶ୍ରା କରୁଛନ୍ତି କି ? ସାବଧାନ, ଏଣିକି ବାହାରେ ମୂତ୍ରତ୍ୟାଗ କରିବା ଉପରେ ବି ଲାଗିଲା କଟକଣା, ଧରାପଡିଲେ ଦେବାକୁ ପଡିପାରେ ଜରିମାନା

33

ମହଙ୍ଗା ପଡିବ ଖୋଲାରେ ପରିଶ୍ରା କରିବା । ଏଣିକି ବାହାରେ ମୂତ୍ରତ୍ୟାଗ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା । ଆଜ୍ଞା ହଁ ! ଖୋଲାରେ ପରିଶ୍ରାରେ କଲେ ଏବେ ଦେବାକୁ ପଡିପାରେ ଜରିମାନା । ଏଭଳି କଟକଣା ଜାରି କରିଛି ଆବାସ ଏବଂ ସହରୀ ବିକାଶ ମନ୍ତ୍ରାଳୟ । ଯାହା ଖୁବ୍ ଶୀଘ୍ର ଉତ୍ତରପ୍ରଦେଶରେ ଲାଗୁ ହେବାକୁ ଯାଉଛି ।

ସୂଚନା ମୁତାବକ, ଆବାସ ଓ ସହରୀ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି କଟକଣା ଏବେ ବିଭିନ୍ନ ସହରାଂଚଳମାନରେ ଲାଗୁ କରାଯିବ । ଏହାଦ୍ୱାରା ବାହାରେ ମଳତ୍ୟାଗ ଭଳି ମୂତ୍ରତ୍ୟାଗ ଉପରେ ବି ପ୍ରତିବନ୍ଧକ ଲାଗିବ । ତେବେ ଏହି କଟକଣା ସ୍ୱଚ୍ଛ ଭାରତ ମିଶନର ଅନ୍ତର୍ଭୂକ୍ତ । ଆଉ ଏହାର ଏକମାତ୍ର ଉଦ୍ଦେଶ୍ୟ ହେଲା ସାରା ଦେଶରେ ସ୍ୱଚ୍ଛାତା ଆଣିବା । ନୂଆ ମାନଦଣ୍ଡ ଆନୁସାରେ, ନିଜ ନିଜ ସହରକୁ ସ୍ୱଚ୍ଛତା ସହର ବୋଲି ଘୋଷିତ କରିବାକୁ ହେଲେ ଏଣିକି ସହରକୁ ଉଭୟ ମଳତ୍ୟାଗ ଓ ମୂତ୍ରତ୍ୟାଗ ମୁକ୍ତ ସହର ବୋଲି ପ୍ରମାଣିତ କରିବାକୁ ପଡବି । ତେବେ ଏହାଦ୍ୱାରା ଲୋକଙ୍କ ବ୍ୟବହାରରେ ମଧ୍ୟ କିଛିଟା ପରିବର୍ତ୍ତନ ଆସିବ । ସ୍ୱଚ୍ଛ ଭାରତ ମିଶନ ଜରିଆରେ ଲୋକଙ୍କୁ ବାହାରେ ତଥା ଖୋଲାରେ ମୂତ୍ରତ୍ୟାଗ ନକରିବାକୁ ସଚେତନ କରାଯିବ । ଯାହାଦ୍ୱାରା ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହିତ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଇପାରିବ ।

କୋର୍ଡ ଲଗାଇସାରିଛନ୍ତି ଜରିମାନା

ଜୟପୁରର ଏକ ସରକାରୀ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତି ପରିଶ୍ରା କରିବା ଉପରେ ଜୟପୁରର ଏକ କୋର୍ଟ ଉକ୍ତ ବ୍ୟକ୍ତି ଉପରେ ୫ ହଜାର ଟଙ୍କାର ଜରିମାନା ଲଗାଇଥିଲେ ।

ସୌଜନ୍ୟ: ଦୈନିକ ଜାଗରଣ