କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ! ଆଧାର ନଥିଲେ ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଂଟ୍

22

ଏଣିକି ବ୍ୟାଙ୍କରେ ନୁଆ ଖାତା ଖୋଲିବାପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଅଟେ । ଭାରତ ସରକାରଙ୍କ ନୁଆ ନିର୍ଦ୍ଦେଶ ମୁତାବକ, ବ୍ୟାଙ୍କ ଖାତା ଖୋଲିବା ସହିତ ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କିଂ ଦେଣନେଣ ଉପରେ ଆପଣଙ୍କର ଆଧାର କାର୍ଡ ନମ୍ବର ରହିବା ଜରୁରୀ ଅଟେ ।

ଏଥିସହିତ ଏହି ନିର୍ଦ୍ଦେଶରେ ପୁଣି ମଧ୍ୟ କୁହାଯାଇଛି କି, ସମସ୍ତ ମହଜୁଦ୍ ବ୍ୟାଙ୍କ ଆକାଉଂଟ୍ ହୋଲ୍ଡର୍ସଙ୍କୁ ୩୧ ଡିସେମ୍ବର, ୨୦୧୭ ପର୍ଯ୍ୟନ୍ତ ନିଜର ଆଧାର ନମ୍ବର ଜମା କରିବାକୁ ପଡିବ । ଯଦି କେହି ସରକାରଙ୍କ ଏହି ନିୟମକୁ ପାଳନ ନକରନ୍ତିି ତେବେ ସେମାନଙ୍କ ବ୍ୟାଙ୍କ ଆକାଉଂଟ ଅବୈଧ ଘୋଷଣା କରାଯିବ ।

ଏହାସହ ମଧ୍ୟ ପଢନ୍ତୁ-ଆରବିଆଇ ଜାରି କଲା ୫୦୦ଟଙ୍କିଆ ନୁଆ ନୋଟ୍ ! ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ