ଏଣିକି ଗୁଗଲରେ ବିନା କପି କରି ପେଷ୍ଟ କରିପାରିବେ ଆପଣ ଖୋଜୁଥିବା ତଥ୍ୟ ! ଆପଣାନ୍ତୁ ଏହି ତରିକା

26

ଖୁବ୍ ଶୀଘ୍ର ଆପଣ କନଂଟ୍ରୋଲ୍ ପ୍ଲସ୍ ସି ଭୁଲିବାକୁ ଯାଉଛନ୍ତି । କାରଣ,ସର୍ଚ୍ଚ ଇଂଜିନ ଗୁଗଲ ତାର ବ୍ୟବହାରକାରୀଙ୍କ ପାଇଁ ଆଣି ଦେଇଛି ପୁଣି ଏକ ନୁଆ ଫିଚର । ଯେଉଁ ଫିଚର ଜରିଆରେ ଆପଣ କୌଣସି ତଥ୍ୟ ସର୍ଚ୍ଚ କରିବା ସହିତ ତାକୁ ବିନା କୌଣସି କପି କରି ଅନ୍ୟ ସ୍ଥାନରେ ପେଷ୍ଟ କରିପାରିବେ ।

ସୂଚନା ମୁତାବକ, ଗୁଗଲ ଏହି ଫିଚରଟିର ନାଁ ରଖିଛି ‘କପିଲେସ୍ ପେଷ୍ଟ’ ଅର୍ଥାତ୍ ବିନା କପିରେ ପେଷ୍ଟ କରିବା । ଗୁଗଲ ଏହି ଫିଚର ଉପରେ ଫେବୃୟାରୀରୁ କାମ କରି ଆସୁଛି । ଆଉ ଏବେ ଏହା ଟ୍ରେଣ୍ଡିଂରେ ରହିଛି । ତେବେ ଏହି ମାସ ଶେଷସୁ୍ଦ୍ଧା ଗୁଗଲ ଏହି ଫିଚରଟିକୁ ଲଂଚ କରିପାରେ ବୋଲି ଶୁଣିବାକୁ ମିଳିଛି ।

ଏହି ଫିଚରଟିର ବିଶେଷତ୍ୱ ହେଲା, ଏହାଦ୍ୱାରା ବ୍ୟବହାରକାରୀ ଯାହା ବି କ୍ରୋମରେ ସର୍ଚ୍ଚ କରିବେ ତାକୁ ଯେଉଁଠାରେ ବି ପେଷ୍ଟ କରିବାର ଥିବ ସେହି ସମ୍ବନ୍ଧିତ ଆପରେ ଏହି ପେଷ୍ଟର ଅପ୍ସନ ଆପଣାଛାଏଁ ଚାଲି ଆସିବ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ କ୍ରୋମର ଏକ୍ସପେରିମେଂଟାଲ ବର୍ଟନ ଇନଷ୍ଟଲ କରିବାକୁ ପଡିବ ।