ଗତବର୍ଷ ଗୁଗଲ ନିଜର ଆଣ୍ଡ୍ରଏଡ ମେସେଜ ଆପରେ ଗୁଗଲ ୱାଲେଟ ଜରିଆରେ ପେମେଂଟର ଅପସନ ଦେଇରଖିଥିଲା , ସେହିପରି ଏବେ କଂପାନୀ ଗୁଗଲ କଂଟାକ୍ଟସରେ ପେମେଂଟ ଦେବାର ବିକଳ୍ପ ଦେବାକୁ ଯୋଜନା ପ୍ରସ୍ତୁତ କରୁଛି । ଯାହାର ଖୁଲାସା ଏକ ସ୍କ୍ରିନସର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗୁଗଲ କଂଟାକ୍ସଟରେ ପେମେଂଟ ଫିଚରର ଟେଷ୍ଟିଂ ଗୁଗଲ କାନାଡାରେ କରୁଛି । ଆଉ ଏହି ସମୟରେ ସେୟାର ହୋଇଥିବା ଏକ ସ୍କ୍ରିନସର୍ଟର ସ୍ପଷ୍ଟ ଭାବରେ ଜଣାପଡୁଛି କି, ଫୋନରେ ସେଭ ଥିବା କୌଣସି ବି କଂଟାକ୍ଟସ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କର ସଂପୂର୍ଣ୍ଣ ଡାଟା ମିଳିଯିବ । ଏବଂ ଏଥିସହିତ ହିଁ ଆପଣଙ୍କୁ ପେମେଂଟର ବି ବିକଳ୍ପ ରହିଛି ।

ତେବେ ଗୁଗଲ କଂଟାକ୍ଟସ ଆପରେ ସେଣ୍ଡର ଆଇକନ ନଜର ଆସିବ । ଯେମିତି ମେସେଜରେ ରହିଥାଏ । ଏଥିରେ କ୍ଲିକ କରିବା ଦ୍ୱାରା ଅନ୍ୟ ଅପସନ ମିଳିବ । ଯଦିଓ ଏହା ଏବେ ଟେଷ୍ଟିଂ ମୋଡରେ ରହିଛି ।ଯଦି ଏହି ଫିଚରଟି ସଫଳ ହୋଇଯାଏ ତେବେ ଆଗାମୀ ଦିନମାନଙ୍କରେ ଆପଣ ଫୋନରୁ ହିଁ ପେମେଂଟ ପାଇଁ ଅନେକ ସାରା ପେମେଂଟ ଆପ ରଖିବାକୁ ଆଉ ଦରକାର ପଡିବନି । ଏଠାରେ ଆମେ କହି ରଖୁଛି କି, ପେଟିଏମକୁ ଟକ୍କର ଦେବାକୁ ଭାରତରେ ଲଂଚ ହୋଇଥିଲା ଗୁଗଲ ତେଜ । ଯାହାକି ଲୋକପ୍ରିୟତା ହାସଲ ମଧ୍ୟ କରିଥିଲା । ସେହିପରି ହ୍ୱାଟସଆପରେ ମଧ୍ୟ ଖୁବ୍ ଶୀଘ୍ର ହିଁ ପେମେଂଟ୍ ଫିଚର ଆସିବାକୁ ଯାଉଛି ।