ବହୁ ବାଦବିବାଦ ପରେ ଗୁଗଲ୍ ଏକ ବଡ଼ ଘୋଷଣା କରିଛି । ଏହି ଘୋଷଣାରେ ଗୁଗଲ୍ କହିଛି କି ଏଣିକି ବିଜ୍ଞାପନ ପାଇଁ ୟୁଜର୍ସଙ୍କ ଜିମେଲ୍ ଆକାଉଂଟକୁ ଯାଂଚ (ସ୍କାନ୍) କରାଯିବ ନାହିଁ । ଯଦିଓ ଏହି ଘୋଷଣାମାନା ଗୁଗଲର ବିଜ୍ଞାପନ ଟିମ୍ ନୁହେଁ ବରଂ କ୍ଲାଉଡ ୟୁନିଟ୍ କରିଛି, ତେବେ ଏ ସମ୍ବନ୍ଧିୟ ସମସ୍ତ ସୂଚନା ଗୁଗଲ୍ ‘ବ୍ଲଗ’ରେ ଦର୍ଶାଯାଇଛି ।

ସୂଚନା ମୁତାବକ, ଦୀର୍ଘଦିନ ହେଲା ଗୁଗଲର ଏହି କାର୍ଯ୍ୟ ବିରୋଧରେ ୟୁଜର୍ସ ପ୍ରଶ୍ନ ଉଠାଇଥିଲେ । କାରଣ, ଗୁଗଲ୍ ଜିମେଲରେ ଉପଲବ୍ଧ କିୱାର୍ଡସ୍ ଏବଂୟୁଜର୍ସର ସର୍ଚ୍ଚ ଆଧାରରେ ବିଜ୍ଞାପନ ଦେଖାଉଥିଲା । ତେବେ ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଜିମେଲର ପାଖାପାଖି ୧.୨ ବିଲିୟନ ୟୁଜର୍ସ ରହିଛନ୍ତି ଏବଂ ଗୁଗଲ୍ ୨୦୦୪ରୁ ଜିମେଲକୁ ସ୍କାନ୍ କରି ବିଜ୍ଞାପନ ଦେଖାଇ ଆସୁଥିଲା ।

ଗୁଗଲ୍ ନିଜ ‘ବ୍ଲଗ’ରେ ସୂଚନା ଦେଇଛି କି, ପେଡ୍ ଜିମେଲ୍ ୟୁଜର୍ସଙ୍କ ଆକାଉଂଟ ଏଣିକି ସ୍କାନ କରାଯିବ ନାହିଁ । ସେହିପରି ଫ୍ରି ଜିମେଲ୍ ୟୁଜର୍ସଙ୍କ ଆକାଉଂଟ୍ ସ୍କାନିଂକୁ ଚଳିତ ବର୍ଷ ତଥା ୨୦୧୭ ଶେଷ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ତେବେ ଗୁଗଲର ଏହି ଯୋଜନାର ଉଦ୍ଦେଶ୍ୟ ରହିଛି ବିଜ୍ଞାପନ ଦେଖାଇବା । ମାତ୍ର ଏହି ବିଜ୍ଞାପନ ପେଡ୍ ୟୁଜର୍ସଙ୍କ ପାଇଁ ଉର୍ଦ୍ଦିଷ୍ଟ ନୁହେଁ ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ରାଜକୁମାରୀଙ୍କୁ ସଜା ! ଆରବର ୮ ରାଜକୁମାରୀଙ୍କୁ ୧୫ ମାସ ଜେଲ୍