ସ୍ମାର୍ଟଫୋନକୁ ଚୋରିରୁ ବଞ୍ଚାଇବ ଏହି ଆପ୍ ! ଫୋନର ଲାଷ୍ଟ ଲୋକେସନ ଜଣାଇବା ସହ ଚୋରର ଫଟୋ ଉଠାଇ ଛାଡିଦେବ ଆପଣଙ୍କ ମେଲକୁ

35

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଯାଇଛି । କାରଣ ଫୋନ ବର୍ତ୍ତମାନ କେବଳ ଏକ ଭାବର ଆଦାନ ପ୍ରଦାନର ମାଧ୍ୟମା ପାଲଟିନି ବରଂ ଫୋନରେ ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଠାରୁ ଆରମ୍ଭ କରି ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ଗଚ୍ଚିତ ରଖାଯାଉଛି । ଯଦି ଏଭଳି ପରିସ୍ଥିତିରେ କେହି ସ୍ମାର୍ଟଫୋନକୁ ଚୋରି କରି ନେଇଯାଏ କିମ୍ବା ହଜି ଯାଏ ତେବେ ଆମକୁ ଏଥିପାଇଁ ବହୁତ କ୍ଷତି ସହିବାକୁ ପଡିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଏଭଳି କିଛି ଆପ ସଂପର୍କରେ ଜଣାଇବୁ , ଯାହା ଜରିଆରେ ଆପଣଙ୍କର ସ୍ମାର୍ଟଫୋନ ଚୋରି ହେବାର ଭୟ କମ ହୋଇପାରେ । କାହିଁକି ନା ଯଦି କେହି ଆପଣଙ୍କ ସ୍ମାର୍ଟଫୋନ ଚୋରି ବି କରିନେଇ ଯାଏ ତେବେ ବି ତାକୁ ଆପଣ ଅତି ସହଜରେ ଖୋଜି ବାହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଆପଗୁଡିକ ସଂପର୍କରେ…

Lookout (Lookout Mobile Security) 

ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ଡାଉନଲୋଡ କରିପାରିବେ । ଏହି ଆପରେ ଭାଇରସ ପ୍ରୋଟେକ୍ସନ, ସିକ୍ୟୁରିଟି ଏବଂ ଟ୍ରାକିଂ ଭଳି ଫିଚର୍ସ ଉପଲବ୍ଧ । ଏହି ଆପ ଜରିଆରେ ଫୋନର ବ୍ୟାଟେରୀ ଶେଷ ହେବା ପୂର୍ବରୁ ଲାଷ୍ଟ ଲୋକେସନ ସଂପର୍କରେ ଆପଣଙ୍କୁ ସୂଚନା ମିଳିଯିବ । ଆପଣ କୌଣସି ବି ଜାଗାରୁ ଫୋନ ଡାଟାର ବ୍ୟାକଅପ କରି ତାକୁ ଡିଲିଟ କରିପାରିବେ । ଏହି ଆପ ଚୋରର ଫଟୋ ଉଠାଇ ଆପଣଙ୍କ ମେଲକୁ ପଠାଇଦେବ । ଏଥିସହିତ ହିଁ ଲାଷ୍ଟ ଲୋକେସନର ମଧ୍ୟ ସୂଚନା ଦେଇଥାଏ । ତେବେ ୨ ସପ୍ତାହ ପାଇଁ ଏହି ଆପକୁ ଆପଣଙ୍କୁ ଟ୍ରାଏଲରେ ମିଳିବ । ଏହାପରେ ଆପଣଙ୍କୁ ୩ ଡଲାର ପ୍ରତି ମାସ ଖର୍ଚ୍ଚ କରିବାକୁ ପଡିବ ।

Avast Mobile Security (Avast Software)

ଏହି ଆପଟି ଆପଣଙ୍କୁ ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯିବ । ତେବେ ଏହି ଆପକୁ ପ୍ଲେ ଷ୍ଟୋରରେ ୪.୫ ଷ୍ଟାର ରେଟିଂ ମିଳିଛି । ଏହି ଆପକୁ ୫୦ ଲକ୍ଷରୁ ଅଧିକ ୟୁଜର୍ସ ରେଟ୍ କରିଛନ୍ତି । ଏହି ଆପର ସାଇଜ୍ ରହିଛି ମାତ୍ର ୯ ଏମବି । ସେହିପରି ଏହି ଆପ ଜରିଆରେ ଭାଇରସ ସ୍କାନିଂ, ପ୍ରୋଟେକସନ, ବ୍ୟାକଅପ ଅପସନ.ପାଓାର ସେଭିଂ ସହିତ ଆଂଟି ଥେପ୍ଟ ଭଳି ସେବାଗୁଡିକର ଲାଭ ଉଠାଇପାରିବେ । ଏହି ଆପ ଜରିଆରେ ଆପଣ ଆପଣଙ୍କ ଫୋନକୁ କୌଣସି ବି ସ୍ଥାନରୁ ଲକ କରିପାରିବେ । Stealth Modeକୁ ଆକ୍ଟିଭେଟ କରିବା ପରେ ଚୋରକୁ ଜଣାପଡିବନି କି ଆପଣଙ୍କ ଫୋନରେ Avast  ସିକ୍ୟୁରିଟି ଲଗାଯାଇଛି । Avast ସିମ କାର୍ଡ ବଦଳାଇବାଠାରୁ ଆରମ୍ଭ କରି ଫୋନ ଲକ ହେବା ପର୍ଯ୍ୟନ୍ତ ନୋଟିଫିକେସନ ଦେଇଥାଏ । ଆପର ଅନେକ ଫିଚର୍ସ ପାଇଁ ଆପଣଙ୍କୁ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Cerberus anti theft (LSDroid)

ଏହି ଆପର ସବସ୍କ୍ରିପସନ ଏକ ସପ୍ତାହ ପାଇଁ ପୂରା ପୂରି ମାଗଣା । ଏହାପରେ ଆପଣଙ୍କୁ ବାର୍ଷିକ ୬ ଡଲାର ଖର୍ଚ୍ଚ କରିବାକୁ ହେବ । ଆପଣ ଫୋନକୁ ଉଭୟ େଓବସାଇଟ ଏବଂ ଏସଏମଏସ ଜରିଆରେ ଟ୍ରାକ କରିପାରିବେ । ଆପ ଜରିଆରେ ଫୋନ ସାଇଲେଂଟ ମୋଡରେ ବି ରିଂ କରିବ । ଆପଣ ଫୋନକୁ ୟୁନିକ କୋଡ ଜରିଆରେ ଲକ କରିପାରିବେ । ସେହିପରି ଏହି ଆପ ଚୋରର ଫଟୋ ଉଠାଇ ଆପଣଙ୍କୁ ମେଲ କରିଦେବ । ଏଥସହିତ ହିଁ ଆପଣଙ୍କୁ ଲାଷ୍ଟ ଲୋକେସନ ସଂପର୍କରେ ବି ସୂଚନା ଦେବ ।