ମୃତ୍ୟୁର ଭବିଷ୍ୟବାଣୀ ! ଏଣିକି ଗୁଗଲ କରିବ ମୃତ୍ୟୁର ଭବିଷ୍ୟବାଣୀ, ଏହି ଟେକନିକରୁ ଜଣା ପଡିବ ବ୍ୟକ୍ତିର ମୃତ୍ୟୁ ହେବ କେବେ

50

ପ୍ରଗତି ପଥେ ଆଧୂନିକ ଜ୍ଞାନ କୌଶଳ । ଦିନକୁ ଦିନ ସ୍ମାର୍ଟ ହେବାରେ ଲାଗିଲେଣି ଗାଁଠାରୁ ଆରମ୍ଭ କରି ସହରରେ ସବବାସ କରୁଥିବା ଲୋକେ । ଇତି ମଧ୍ୟରେ ଗୁଗଲ ଏବେ ଏଭଳି ଏକ ନୂଆ ଟେକନିକ୍ ଲଂଚ କରିବାକୁ ଯାଉଛି । ଯାହାଦ୍ୱାରା ମେଡିକାଲରେ ଭର୍ତ୍ତି ରୋଗୀର ମୃତ୍ୟୁ କେବେ ହେବ, ସେ ସଂପର୍କରେ ସୂଚନା ମିଳିପାରିବ ।

ଆଂଟିଫିସିଆଲ ଇନଟେଲିଜେନ୍ସ ଜରିଆରେ ଗୁଗଲ ଏଭଳି ଏକ ସିଷ୍ଟର ପ୍ରସ୍ତୁତ କରୁଛି କି ଯାହା ରୋଗୀର ମୃତ୍ୟୁ ସଂପର୍କରେ ଭବିଷ୍ୟବାଣୀ କରିପାରିବ । ଯାହାର ଅର୍ଥ ହେଲା, ଏହି ସିଷ୍ଟମ ସୂଚାଇ ଦେବ କି, କୌଣସି ରୋଗୀର ଜୀବିତ ରହିବାର ସମ୍ଭାବନା କେତେ ରହିଛି ଏବଂ ରୋଗୀଟିର ମୃତ୍ୟୁ କେବେ ଘଟିପାରେ । ସୂଚନା ମୁତାବକ, ନିକଟରେ ଗୁଗଲ ଏଭଳି ଏକ ଟୁଲ ବିକଶିତ କରିଛି, ଯାହାକି ପ୍ରଥମେ ରୋଗୀର ବେମାରୀର ଲକ୍ଷଣକୁ ଷ୍ଟଡି କରିବ ଓ ପରେ ଏହାକୁ ଆଧାର କରି ସୂଚିତ କରିବ କି ରୋଗୀଟିର ବଂଚିବାର କେତେ ସମ୍ଭାବନା ରହିଛି ।

ଏଠାରେ ଆମେ କହି ରଖୁଛୁ କି, ଗୁଗଲର ଏହି ନୂଆ ଟୁଲର ପ୍ରାଥମିକ ପରୀକ୍ଷଣ କରାଯାଇ ସାରିଛି । ଗବେଷଣା ପାଇଁ ଏଭଳି ଜଣେ ମହିଳାଙ୍କୁ ଖୋଜା ଯାଇଥିଲା, ଯିଏ କି ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ମେଡିକାଲରେ ଡାକ୍ତରୀ ଦଳ ମହିଳାଙ୍କର ରେଡିୟୋଲଜି ସ୍କାନ କରିଥିଲେ । ଡାକ୍ତରଙ୍କ କହିବା ଅନୁସାରେ, ମହିଳାଙ୍କର ମରିବାର ସମ୍ଭାବନା ପ୍ରାୟତଃ ୯.୩ ପ୍ରତିଶତ ଥିଲା । ସେହିପରି ଯେତେବେଳେ ଗୁଗଲ ଆପକୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ଉତର ମିଳିଥିଲା କି, ମହିଳାଙ୍କ ମୃତ୍ୟୁ ହେବାର ସମ୍ଭାବନା ପାଖାପାଖି ୧୯.୯ ପ୍ରତିଶତ ରହିଛି । ଯାହା ପରେ ମାତ୍ର କିଛି ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।