ଗୁଗଲ୍ ଦେବ ୧୭ହଜାର କୋଟି ଟଙ୍କାର ଜରିମାନା ! ସର୍ଚ୍ଚ ରେଜଲ୍ଟରେ ଗଡବଡି ଥିବା ଅଭିଯୋଗ

34

ୟୁରୋପିଆନ ୟୁନିୟନ (ଇୟୁ)ର ‘ଆଂଟିଟ୍ରଷ୍ଟ ରେଗୁଲେଟରର୍ସ ଅଲ୍ଫାବେଟ ୟୁନିଟ୍‘ ଗୁଗଲ୍ ବିରୋଧରେ ୨.୭ ଆରବ ଡଲାର ଅର୍ଥାତ୍ ପାଖାପାଖି ୧୭.୪୦୦ କୋଟି ଟଙ୍କାର ଜରିମାନା ଲଗାଇଛି । ତେବେ ଏହି ପେନଲ୍ଟି କଂପାନୀ ଅଭିଯୋଗ ଆଣିଛି କି ଗୁଗଲର ସର୍ଚ୍ଚ ରେଜଲ୍ଟସରେ କୌଣସି ପ୍ରକାର ଅସୁବିଧା ରହିଛି ।

ୟୁନିୟନ ଜାଣିବାକୁ ପାଇଛି କି ଗୁଗଲ୍ ନିଜ ସିଷ୍ଟମରେ ଏଭଳି ଟେକନିକ୍ ଆଧାରରେ ହେରାଫେରି କରିଛି । ଯାହାଦ୍ୱାରା ସର୍ଚ୍ଚ ରେଜଲ୍ଟରେ ଗୁଗଲର ହିଁ ସପିଂ ସର୍ଭିସ ସର୍ଚ୍ଚର ମୁଖ୍ୟ ଭାବେ ନଜର ଆସୁଛି । ୟୁରୋରିଆନ୍ କଂପିଟିସନ କମିସନର ମୁଖ୍ୟ ମାର୍ଗ୍ରିଥ୍ ଭେଷ୍ଟଗରଙ୍କ ସୂଚନା ମୁତାବକ, ଗୁଗଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ହେବା କାରଣରୁ ବଜାରରେ ନିଜ ପ୍ରଭାବ ବିସ୍ତାର କରିବା ପାଇଁ କିଛି ତଥ୍ୟର ଅପବ୍ୟବହାର କରିଛି ଏବଂ ଅବୈଧ ତରିକାରେ ନିଜ ସପିଂ ସର୍ଭିସର ଲାଭ ଉଠାଇବାରେ ଲାଗିଛି ।

ସେ ପୁଣି ମଧ୍ୟ କହିଛନ୍ତି, ଗୁଗଲ୍ ଯାହା କରିଛି ତାହା ଇୟୁର ଆଂଟିଟ୍ରଷ୍ଟ ନିୟମ ବିରୋଧରେ ଅଟେ । ତେବେ ଇୟୁ ଏବେ ଅନ୍ୟ କଂପାନୀମାନଙ୍କୁ ସେମାନଙ୍କ ମେରିଟ୍ ଓ ଇନୋଭେସନ ଆଧାରରେ କଂପିଟିସନର ସୁଯୋଗ ଦେବାକୁ ମନା କରିଦେଇଛି ।

ତେବେ ସହୁଠାରୁ ବଡ କଥା ହେଲା, ୟୁରୋପିଆନ୍ ଉପଭୋକ୍ତାଙ୍କୁ ସେବାଗୁଡକର ବାସ୍ତବିକ ବିକଳ୍ପ ଉପଲବ୍ଧ କରାଇବା ଏବଂ ତାଙ୍କ ନିକଟରେ ଇନୋଭେସନର ସଂପୂର୍ଣ୍ଣ ଲାଭ ପହଂଚାଇବାକୁ ସିଧାସଳଖ ମନା କରିଦେଇଛି ଇୟୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ଇୟୁରେ ପ୍ରଚଳିତ ଅନ୍ୟାନ୍ୟ ଆଂଟିଟ୍ରଷ୍ଟ ମାମଲା ମଧ୍ୟରେ ଏହା ପ୍ରଥମ ମାମଲା ଅଟେ, ଯାହା କୌଣସି କଂପାନୀ ବିରୋଧରେ ଏତେ ବଡ ଫାଇଲ୍ କରାଯାଇଛି । ତେବେ ଏହି ଫାଇଲଟି ଦୀର୍ଘ ୭ବର୍ଷ ଧରି ଚାଲିଥିବା ଲମ୍ବା ଯାଂଚ ପରେ ଗୁଗଲ୍ ବିରୋଧରେ ଲଗାଯାଇଛି ।

ସୌଜନ୍ୟ: ଆଜତକ୍

ଏହାସହ ମଧ୍ୟ ପଢନ୍ତୁ- କେତେ ଦରମା ପାଉଛନ୍ତି ନରେନ୍ଦ୍ର ମୋଦି ? ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାସ୍ତବିକ ଦରମା