‘ପ୍ରଥମ ମହିଳା ଫଟୋ ସାମ୍ବାଦିକା’ଙ୍କ ଉଦ୍ଦେଶ୍ୟରେ ସମର୍ପିତ ଗୁଗଲ ଡୁଡଲ ! ଜାଣନ୍ତୁ କିଏ ସେ ମହିଳା

54

ସର୍ଚ୍ଚ ଇଂଜିନ ଗୁଗଲ ଆଜି ପଦ୍ମ ବିଭୁଷଣରେ ସମ୍ମାନୀତ ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ Homai Vyarawallaଙ୍କୁ ତାଙ୍କ ୧୦୪ତମ ଜନ୍ମଦିନ ଉପଲକ୍ଷେ ଡୁଡଲ କରି ଶ୍ରଦ୍ଧାଜଂଳୀ ଜଣାଇଛନ୍ତି । ହୋମାଇଙ୍କ ଜନ୍ମ ୯ ଡିସେମ୍ବର ୧୯୧୩ ମସିହାରେ ଗୁଜୁରାଟରେ ହୋଇଥିଲା । ତାଙ୍କ ପିତାଙ୍କର ଏକ ଥିଏଟର କମ୍ପାନୀ ଥିଲା ଯାହା ଫଳରେ ହୋମାଇଙ୍କୁ ବାଲ୍ୟକାଳରୁ ହିଁ ଅନେକ ସ୍ଥାନ ଭ୍ରମଣ କରିବାର ସଯୋଗ ମିଳିଥିଲା । ଏହାପରେ ତାଙ୍କ ପିତା ମୁମ୍ବାଇ ଚାଳିଆସିଥିଲେ । ହୋମାଇ ବମ୍ବେ ବିଶ୍ୱବିଦ୍ୟାଳୟ ଓ ସାର ଜେ ଜେ ସ୍କୁଲ ଅଫ ଆର୍ଟରୁ ପାଠପଢା ଶେଷ କରିଥିଲେ ।

ସୂଚନା ଅନୁସାରେ, ହୋମାଇଙ୍କ ଜଣେ ବନ୍ଧୁ ତାଙ୍କୁ ଫଟୋଗ୍ରାଫି ଶିଖାଇଥିଲେ । ଫଟୋଗ୍ରାଫି ଶିଖିବା ପରେ ସେ କ୍ୟାମେରାରେ ମୁମ୍ବାଇର ଜନ-ଜୀବନଙ୍କ ଫଟୋ ଉଠାଇବା ଆରମ୍ଭ କରିଥିଲେ । ଏପରି କରିବାର ମାତ୍ର କିଛି ଦିନ ପରେ ତାଙ୍କୁ କମ ବୟସରେ ହିଁ ଚାକିରି ମିଳିଯାଇଥିଲା । ସେ ୧୯୩୦ ଦଶକରେ ଚାକିରି କ୍ୟାରିିଅର ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ବେଳକୁ ହୋମାଇ ବମ୍ବେ ସ୍ଥିତ ‘The Illustrated Weekly of India’ ପତ୍ରିକା ପାଇଁ କାମ କରିବା ଆରମ୍ଭ କରିଥିଲେ । କ୍ୟାରିଅରର ଆରମ୍ଭରୁ ହୋମାଇଙ୍କୁ କେହି ଜାଣି ନଥିଲେ । ହୋମାଇଙ୍କ ଫଟୋ ଗୁଡିକ ତାଙ୍କ ସ୍ୱାମୀଙ୍କ ନାମରେ ପ୍ରକାଶ କରାଯାଉଥିଲା । ହୋମାଇ ଟାଇମ୍ସ ଅଫ ଇଣ୍ଡିଆର ଜଣେ ଫଟୋଗ୍ରାଫରଙ୍କୁ ବିବାହ କରିଥିଲେ ।ଏହାପରେ ହୋମାଇ ବ୍ୟାରାଲ୍ଲାଙ୍କ ଫଟୋଗ୍ରାଫିକୁ ରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳିଥିଲା ଏବଂ ୧୯୪୨ ରେ ସେ ପୂରା ପରିବାର ସହିତ ବ୍ରିଟିସ ସୂଚନା ସେବାରେ କାମ କରିବା ପାଇଁ ଦିଲ୍ଲୀ ଚାଲିଆସିଥିଲେ । ହୋମାଇଙ୍କୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଭାରତ ଭ୍ରମଣ ଓ ଦଲାଇ ଲାମାଙ୍କର ଫଟୋ ଉଠାଇବାର ସୁଯୋଗ ମିଳିଥିଲା ।

୧୯୭୦ ମସିହାରେ ହୋମାଇଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସେ ୧୯୮୨ ମସିହାରେ ଝିଅ ଫାରୁକାଙ୍କ ସହ ଦିଲ୍ଲୀ ଛାଡି ବରୋଦ୍ରା ଚାଲିଆସିଥିଲେ । କ୍ୟାନସର କାରଣରୁ ୧୫ ଜାନୁଆରୀ ୨୦୧୨ ରେ ହୋମାଇ ମୃତ୍ୟୁ କରଣ କରିଥିଲେ । ସେ ଚାଲିଯାଇଛନ୍ତି ସତ କିନ୍ତୁ ତାଙ୍କ ଦ୍ୱାରା ଉଠାଯାଇଥିବା ଫଟୋଗୁଡିକୁ ଆଜି ବି ଲୋକ ସ୍ମରଣ କରୁଛନ୍ତି ।