ବେରୋଜଗାରୀଙ୍କ ପାଇଁ ଖୁସି ଖବର ! କେବଳ ନିଜର ନାଁ ପଂଜିକରଣ କରି ପାଆନ୍ତୁ ସରକାରୀ ଚାକିରି

143

ଯଦି ଆପଣଙ୍କର କୌଣସି ରୋଜଗାର ନାହିଁ କିମ୍ବା ଆପଣ କୌଣସି ଚାକିରି ସନ୍ଧାନରେ ଅଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ନିଶ୍ଚୟ ଶୁଭ ରହିବ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ଲାର୍ଟଫର୍ମ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିବ । ସବୁଠାକୁ ବଡ କଥା ହେଲା କି, ଏଠାରେ ଆପଣ କେବଳ ନିଜର ନାଁ ରେଜିଷ୍ଟ୍ରେସନ କରି ଗୋଟିଏ ଭଲ ଚାକିରି ମଧ୍ୟ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ସୂଚନା ମୁତାବକ, ବେକାର ଯୁବକ-ଯୁବତୀଙ୍କୁ ସ୍ୱାବଲମ୍ବି କରାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି । ହେଲେ ଏଥିପାଇଁ ନିଯୁକ୍ତି କ୍ଷେତ୍ର ଯୋଗାଇ ଦେଉଥିବା ସଂସ୍ଥାମାନଙ୍କରେ ନିଜର ନାମ ପଂଜିକରଣ କରିବା ନିହାତି ଆବଶ୍ୟକ । ରିପୋର୍ଟ ଅନୁସାର, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବେରୋଜଗାରୀଙ୍କ ପାଇଁ ଅନେକ ସ୍କିମ ପୋର୍ଟାଲ କାର୍ଯ୍ୟାକାରୀ ହେଉଛି । ଯେଉଁଠି କି ପଂଜିକରଣ କରିବା ପରେ ଯାଇ ହିଁ ରୋଜଗାରର ବାଟ ଫିଟି ଥାଏ । ତେଣୁ ମିନିଷ୍ଟ୍ରି ଅଫ ଲେବର ଆଣ୍ଡ ଏମ୍ପ୍ଲୟମେଂଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ନ୍ୟାସନାଲ ଜବ ପୋର୍ଟାଲ’ ଏକ ଏଭଳି ପ୍ଲାର୍ଟଫର୍ମ ଅଟେ । ଯେଉଁଠି ଉଭୟ ଆଶାୟୀ ପ୍ରାର୍ଥୀ ଏବଂ ନିଯୁକ୍ତି କର୍ତ୍ତାମାନେ ନିଯୁକ୍ତି ନେଇ ବିଜ୍ଞପ୍ତି ଅପଲୋଡ କରିଥାନ୍ତି । ତେବେ ଏହି ପୋର୍ଟାଲରେ ଉଭୟ ସରକାରୀ ଏବଂ ବେସରକାରୀ ନିଯୁକ୍ତି ସଂପର୍କରେ ମଧ୍ୟ ସମସ୍ତ ତଥ୍ୟ ଅତି ସହଜରେ ମିଳିପାରି ଥାଏ ।

ଏହାବ୍ୟତୀତ, ସ୍କିଲ ପ୍ରୋଭାଇଡର, କାଉଂସିଲର, ପ୍ଲେସମେଂଟ ଏଜେନ୍ସି ଏବଂ ସରକାରୀ ବିଭାଗରେ ମଧ୍ୟ ବେକାର ଯୁବକ ଯୁବତୀମାନେ ନିଜର ନାମ ପଂଜିକରଣ କରିପାରିବେ । ତେଣୁ ଏଥିପାଇଁ ଆପଣଙ୍କୁ ପ୍ରଥମେ https://www.ncs.gov.in ପୋର୍ଟାଲକୁ ଯାଇ ପଂଜିକରଣ କରିବାକୁ ହେବ । ଏହାପରେ ଆପଣଙ୍କୁ ସାଇନ ଅପ କରି ଡିଟେଲ ଫିଡ୍ କରିବାକୁ ପଡିବ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ୱାନ ଟାଇମ୍ ପାସୱାର୍ଡ ତଥା ଓଟିପି କୋଡ ଆସିବ । ଯାହାକୁ ଆପଣ ସେଠାରେ ଦେବା କ୍ଷଣି ହିଁ ଆପଣଙ୍କର ନାମ ପଂଜିକରଣ ହୋଇଯିବ । ଏହାପରେ ଯେତେବେଳେ କୌଣସି ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇବ ସେତେବେଳେ ଆପଣଙ୍କୁ ତୁରନ୍ତ ଜଣାଇଦିଆଯିବ ।

ସୌଜନ୍ୟ: ଅମର ଉଜାଲା