ପାସ୍ କଲେ ମିଳିବ ୭୫ ହଜାର ଟଙ୍କା : ଜାଣନ୍ତୁ ପରୀକ୍ଷାଟି କଣ ଏବଂ କିପରି କରିବେ ଆବେଦନ

33

ଦ ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଂଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ୨୧ ଜାନୁଆରୀରୁ ଆୟୋଜିତ ହେବାକୁ ଯାଉଛି ଟ୍ୟାଲେଂଟ ସର୍ଚ୍ଚ ଏଗଜାମ କମର୍ସ ୱିଜାର୍ଡ ୨୦୧୭ । ତେବେ ଏହି କମର୍ସ ୱିଜାର୍ଡର ଏକମାତ୍ର ଉଦ୍ଦେଶ୍ୟ ହେଲା, ବାଣିଜ୍ୟ ପ୍ରତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା, ବାଣିଜ୍ୟ ପ୍ରତି ଥିବା ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଖୋଜିବା, ଏବଂ ବାଣିଜ୍ୟ କ୍ଷେତ୍ରରେ ପାଠପଢା ଜାରି ରଖିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ।  ଯାହାର ଆଦେବନ କରିବାର ଶେଷ ତାରିଖ ହେଉଛି ୧୯ ଜାନୁଆରୀ ୨୦୧୮  ।

ସୂଚନା ମୁତାବକ, ବାଣିଜ୍ୟ ପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ କରିବା, କମର୍ସରେ ଟେଟ୍ୟାଲେଂଟ ଖୋଜିବା , ଏବଂ ବାଣିଜ୍ୟ କ୍ଷେତ୍ରରେ ପାଠପଢା ଜାରି ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଆଇସିଏଆଇ ତରଫରୁ ଏହି ଟ୍ୟାଲେଂଟ ସର୍ଚ୍ଚ ଏଗଜାମ କମର୍ସ ୱିଜାର୍ଡ-୨୦୧୭ର ଆୟୋଜନ କରାଯାଇଛି । ଯାହାର ୱେବସାଇଟ୍ ହେଉଛି www.icw.icai.org  ।

ଏହି ପରୀକ୍ଷାରେ ଦଶମ, ଏକାଦଶ, ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟତୀତ ବିକମ, ବିବିଏ, ବିଏମଏସ ବା ଅନ୍ୟ କୌଣସି କୋର୍ସର ଛାତ୍ରଛାତ୍ରୀମାନେ ବି ଭାଗ ନେଇପାରିବେ । ଏଥିରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନଲାଇନ ହେବା ସହିତ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ଅନଲାଇନ କିମ୍ବା ପେପର ବା ପଲିସି ପ୍ୟାଟର୍ଣ୍ଣରେ ହେବ । ସେହିପରି ଏହାର ପ୍ରଥମ ପର୍ଯ୍ୟାୟର ପରୀକ୍ଷାରେ ୧୦୦୦ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ପାଇଁ ମନ୍ନୋନିତ ହେବେ । ଯାହାର ଆବେଦନ ଶୁଳ୍କ ରହିଛି ମାତ୍ର ୧୦୦ ଟଙ୍କା । ନିମ୍ନରେ ପରୀକ୍ଷାର ସବିଶେଷ ବିବରଣୀ ସଂପର୍କରେ ଆଲୋଚନା କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ

• ଅନଲାଇନ ଆବେଦନ କରିବାର ଅନ୍ତିମ ତାରିଖ: ୧୯ ଜାନୁଆରୀ ୨୦୧୮

• ପ୍ରଥମ ପର୍ଯ୍ୟାୟର ଅନଲାଇନ ପରୀକ୍ଷା ତାରିଖ : ୨୧ ଜାନୁଆରୀ ୨୦୧୮

• ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତାରିଖ:  ୨୮ ଜାନୁଆରୀ ୨୦୧୮

ପୁରସ୍କାର

• ପ୍ରଥମ ପର୍ଯ୍ୟାୟର ଅନଲାଇନ ପରୀକ୍ଷାରେ ଭାଗ ନେବା ପାଇଁ ପ୍ରତିଯୋଗୀଙ୍କୁ ଆଇସିଏଆଇ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ।

• ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ୭୫ ହଜାର ଟଙ୍କା ପୁରସ୍କାର ରାଶି ବାବଦକୁ ପ୍ରଦାନ କରିଯିବ ।

• ସେହିପରି ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରୀଙ୍କୁ ୫୦ ହାଜର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

• ଏହାପରେ ଶୀର୍ଷ ୨୫୦ ଛାତ୍ରଛାତ୍ରୀଙ୍କୁ ୫୦୦ ଟଙ୍କା ଲେଖାଏଁ ପ୍ରତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ।

• ସେହିପରି ଏହି ପରୀକ୍ଷାରେ ୫୦ ପ୍ରତିଶତ ଅଙ୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ କଂପାନୀ ତରଫରୁ ଏକ ସାର୍ଟିଫିକେଟ୍ ମିଳିବ ।

ସୌଜନ୍ୟ: ଅମର ଉଜାଲା