ଆଧାର ନାହିଁ ତ ମସ୍ତି ବନ୍ଦ ! ଗୋଆରେ ହଟହଟ୍ଟା ହେଲେ ୫ ଯୁବକ

33

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ଏବେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ବା ଯୋଜନା ପାଇଁ ଆଧାର କାର୍ଡ ଏକପ୍ରକାରେ ଜରୁରୀ ହୋଇପଡିଛି । ହେଲେ ଏହି ଆଧାର କାର୍ଡ କାରଣରୁ ଦିଲ୍ଲୀରୁ ଗୋଆ ଯାଇଥିବା କିଛି ଯୁବକମାନଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି ଯାହାକୁ ଆପଣ କେବେ ବିଶ୍ୱାସ ବି କରି ନପାରନ୍ତି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ପାଂଚ ଜଣ ବନ୍ଧୁ ବ୍ୟାଚଲର ପାର୍ଟି ମନାଇବା ପାଇଁ ଗୋଆ ଯାଇଥିଲେ ଆଉ ଯେତେବେଳେ ସେମାନେ ପେଡ୍ ସେକ୍ସ ପାଇଁ ଯୁବତୀମାନଙ୍କୁ ଖୋଜିଥିଲେ ସେତେବେଳେ ତାଙ୍କୁ ଆଧାର କାର୍ଡ ମଗାଯାଇଥିଲା । ଅର୍ଥାତ୍ ସେମାନେ ସେଠାରେ ଏକ ଫୋନ ନମ୍ବର ଯୋଗାଡ କରି ଜଣେ ବ୍ୟକ୍ତିଙ୍କ ସହ ପେଡ୍ ସେକ୍ସ ସଂପର୍କିତ କଥା ହୋଇଥିଲେ ଏବଂ ଯେଉଁ ବ୍ୟକ୍ତିଙ୍କ ସହ ସେମାନେ ଏସଂପର୍କରେ କଥା ହୋଇଥିଲେ ସେ ପ୍ରଥମେ ନିଶ୍ଚିତ ହେବାକୁ ଚାହିଁଥିଲା କି ଏହି ୫ ଜଣ ଯୁବକ ବାସ୍ତବରେ ଦିଲ୍ଲୀର ବାସୀନ୍ଦା କି ନୁହେଁ । ଏହାପରେ ସେ ଏମାନଙ୍କୁ ନିଜ ନିଜର ଆଧାର କାର୍ଡର ଫଟୋ ପଠାଇବାକୁ କହିଥିଲା । ଏଥିସହିତ ରୁମ ଚାବିର ଏକ ଫଟୋ ମଧ୍ୟ ମାଗିଥିଲା ।

ଏକଥା ଶୁଣିବା ପରେ  ଯୁବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସତ କିନ୍ତୁ ବାଧ୍ୟ ହୋଇ ଆଧାର କାର୍ଡର ଫଟୋ ସହ ରୁମ ଚାବିର ଫଟୋ ଦେବାକୁ ପଡିଥିଲା । ଏହାପରେ ଯାଇ ବ୍ୟାଚଲର ପାର୍ଟି ମନାଇଥିଲେ ।  ଏଠାରେ ଆମେ କହି ରଖୁଛୁ କି, ଏହି କାମ ଅବୈଧ ଢଙ୍ଗରେ ହୋଇଥାଏ, ଯେଉଁଥି ପାଇଁ ପୁଲିସର ବିପଦ ସବୁବେଳେ ଲାଗିରହିଥାଏ । ତେଣୁ ଏଥିପାଇଁ ଉକ୍ତ ବ୍ୟକ୍ତି ଜଣକ ଏତେସବୁ ଖୋଳତାଡ କରୁଥିଲା ।