୬ ମାସ ଯାଏଁ କରନ୍ତୁ ନାହିଁ ମୋବାଇଲ ଫୋନର ବ୍ୟବହାର, କଂପାନୀ ତରଫରୁ ଦିଆଯିବ ୭୧ ଲକ୍ଷ ଟଙ୍କାର ପୁରସ୍କାର ! ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

ଡେକ୍ସଟପ କିମ୍ବା ଲାପଟପ ବ୍ୟବହାର କରିପାରିବେ

3,656

ସ୍ମାର୍ଟଫୋନର ବ୍ୟବହାର ସାରା ଦୁନିଆରେ ଏବେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଏକ ବ୍ୟାଧି ଭଳି ପିଲାଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ମୋଟ ଉପରେ କହିବାକୁ ଗଲେ ସଭିଏଁ ମୋବାଇଲ ମାୟାରେ ବାୟା । ହେଲେ ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରିବା ଛାଡି ଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ ଲକ୍ଷାଧିକ ଟଙ୍କା ମିଳିପାରେ । ଆଜ୍ଞା ହଁ ! ଏହା ସଂପୂର୍ଣ୍ଣ ରୂପେ ସତ । ଭିଟାମିନ ୱାଟର ନାମକ ଏକ କଂପାନୀ ବର୍ଷକ ପାଇଁ ଫୋନ ଛାଡିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଡଲାର ତଥା ପାଖାପାଖି ୭୧ ଲକ୍ଷ ଟଙ୍କା ଦେଉଛି ।

ସେମିତିରେ କହିବାକୁ ଗଲେ କୋକୋ କୋଲାର ମାଲିକାନାରେ ଥିବା ଏହି ଭିଟାମିନ ୱାଟର କଂପାନୀର ମୋବାଇଲ ସହିତ କୌଣସି ସଂପର୍କ ନାହିଁ । ହେଲେ କଂପାନୀ ନିଜର ମାର୍କେଟିଂ କ୍ୟାମ୍ପେନ ପାଇଁ ସ୍ମାର୍ଟଫୋନ ୟୁଜର୍ସଙ୍କୁ ଟାର୍ଗେଟ କରିଛି । କାହିଁକି ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ

କଂପାନୀ କହିଛି କି, କଂପାନୀ ତରଫରୁ ୭୧ ଲକ୍ଷ ଟଙ୍କା ସେହି ମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ କି ସ୍ମାର୍ଟଫୋନର ବ୍ୟବହାର ସଂପୂର୍ଣ୍ଣ ରୂପେ ଛାଡିଦେବେ । ଏହା ପଛରେ ମୁଖ୍ୟ କଥା ଏହା ଜାଣିବାର ଅଛି କି କଣ କୌଣସି ବ୍ୟକ୍ତି ବିନା କୌଣସି ଫୋନରେ ବଂଚି ପାରିବ ନା ନୁହେଁ । ତେବେ କଂପାନୀ ଏହାକୁ ଜାଣିବା ପାଇଁ ଆପଣଙ୍କ ଉପରେ ଲାଇଡିଟେକ୍ଟର ଟେଷ୍ଟ କରିବ ଏବଂ ଏହାଦ୍ୱାରା ଜଣା ପଡିଯିବ କି, ଆପଣ ବାସ୍ତବରେ ଫୋନ ବ୍ୟବହାର କରିବା ଛାଡିଦେଇଛନ୍ତି କି ନୁହେଁ ।

ଯଦି ଆପଣ ଫୋନ ବ୍ୟବହାର କରିଥିବା ନେଇ ଧରା ପଡନ୍ତି ତେବେ ଆପଣଙ୍କୁ ଏହି ପ୍ରତିଯୋଗୀତାରୁ ବାହାର କରିଦିଆଯିବ । ଏଠାରେ ଆମେ କହି ରଖୁଛୁ କି, ଏଥିରେ କୌଣସି ଆଇନଗତ ପ୍ରକ୍ରିୟା ବ୍ୟବହାର କରାଯାଇନାହିଁ । ଏଥିପାଇଁ ଆପଣଙ୍କୁ ଆଦୌ ଚିନ୍ତିତ ହେବାକୁ ଆବଶ୍ୟକ ପଡିବନି ।

କିଭଳି କରିବେ ଆବେଦନ

ଏହି ପ୍ରତିଯୋଗୀତାରେ ଆପଣ ଟୁଇଟର କିମ୍ବା ଇନଷ୍ଟାଗ୍ରାମ ଜରିଆରେ ଭାଗ ନେଇପାରିବେ । ଏଥିପାଇଁ ଆପଣଙ୍କୁ #nophoneforayear ଏବଂ #contest ଲେଖି ପୋଷ୍ଟ କରିବାକୁ ହେବ ଏବଂ ଭିଟାମିନ ୱାଟରକୁ ଆପଣ ଅଂଶଗ୍ରହଣ ସଂପର୍କରେ ଜଣାଇବାକୁ ହେବ । ଏଥି ସହିତ ଆପଣଙ୍କୁ ଏହାବି ଜଣାଇବାକୁ ପଡିବ କି ଆପଣ ଫୋନକୁ କଣ ପାଇଁ ଆଉ କେଉଁ କାରଣରୁ ଛାଡୁଛନ୍ତି ଏବଂ ଆପଣ ଆପଣଙ୍କର ଫ୍ରି ଟାଇମକୁ କିଭଳି ବିତାଇବେ ।
ଯଦି ଆପଣ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୮ ଜାନୁଆରୀ, ୨୦୧୯ ସୁଦ୍ଧା ଆବେଦନ କରିବାକୁ ହେବ । ଭିଟାମିନ ୱାଟର ୨୨ ଜାନୁଆରୀ, ୨୦୧୯ ସୁଦ୍ଧା ଏଂଟ୍ରିଗୁଡିକୁ ଫାଇନାଲ କରିବ । ଆଉ ଯେଉଁମାନେ ବି ଏଥିରେ ମନୋନୀତ ହେବେ ତାଙ୍କୁ ସୋସିଆଲ ମିଡିଆ ଆକାଉଂଟ ଜରିଆରେ ଯୋଗାଯୋଗ କରାଯିବ ।

ଏଥି ସହିତ ହିଁ ଆପଣଙ୍କ ଏକ କନଟ୍ରାକ୍ଟ ଉପରେ ସାଇନ କରିବାକୁ ପଡିବ । ଯେଉଁଥିରେ ଲେଖାଥିବ କି ଆପଣ ବର୍ଷକ ପାଇଁ ଫୋନ ବ୍ୟବହାର କରିପାରିବେ ନାହିଁ । ତେବେ ଡେକ୍ସଟପ ଏବଂ ଲାପଟପର ବ୍ୟବହାର ଆପଣ କରିପାରିବେ । କଂପାନୀ କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତି ମାତ୍ର ୬ ମାସ ବି ବିନା ଫୋନରେ ରହିଯାଆନ୍ତି ତେବେ ତାଙ୍କୁ ବି ଏହି ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।